ହେଡଲାଇନସ୍:

ଶିଶୁ ଶ୍ରମିକ-ମୁଳୋତ୍ପାଟନ ଦିଗରେ ଷ୍ଟେକହୋଲଡେରମାନଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ମୋଟର ପରିବହନ, କାଜୁ କାରଖାନା, ଗ୍ୟାରେଜ ବିଭିନ୍ନ ହୋଟେଲ ଓ ଦୋକାନ ଗୁଡିକରେ ଶିଶୁ ଶ୍ରମିକଙ୍କ ସଂଖ୍ୟା ବଢିଚାଲିଛି । ଏସବୁ ମୁଳୋତ୍ପାଟନ ଦିଗରେ ତତ୍ପରତା  ପ୍ରକାଶ କରି ପାରଳାଖେମୁଣ୍ଡିସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଗଜପତି ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ବିଭିନ୍ନ ଷ୍ଟକ ହୋଲଡେରଙ୍କୁ ନେଇ ରାଜ୍ୟଶ୍ରମ ବିଭାଗ ଓ ରାଜ୍ୟ ଶ୍ରମ ବିଭାଗ ସହାୟତାରେ ଏବଂ ଜିଲ୍ଲା ଶିଶୁ ଶ୍ରମିକ ବିରୋଧି ଅଭିଯାନ ସହଯୋଗରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଜିଲ୍ଲା ମାନଧିକାର ବିଭାଗ ଡି.ଏସ.ପି ଗୌତ୍ତମ ମଲ୍ଲିକ, ଏ.ଡି.ଏମ.ଓ ଡଃ ପ୍ରଦୀପ କୁମାର ପାତ୍ର, ଶିଶୁସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଏବଂ ପ୍ରଭା ଅନୁଷ୍ଠାନ ନିର୍ଦ୍ଦେଶକ ତଥା ଜିଲ୍ଲା ଶିଶୁ ଶ୍ରମିକ ଅଭିଯାନର ଆବାହକ ଆଡଲା ଆପ୍ପାରାଓ, ସାଇପ୍ରସାଦ ସାମଲ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଶିଶୁ ଶ୍ରମିକ କଣ ଜିଲ୍ଲାରେ ଏମାନଙ୍କ ପରିସ୍ଥିତି କିଭଳି ରହିଛି  । ଶିଶୁ ମାନଙ୍କୁ ବିଭିନ୍ନ ବିପଦପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିଥିଲେ । ସେଥିପାଇଁ ରହିଥିବା ଦଣ୍ଡବିଧି ଶ୍ରମ ଆଇନ ଶିଶୁ ଶ୍ରମିକର ମୁଳୋତ୍ପାଟନ ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ଶିଶୁ ଶ୍ରମିକ ମୁଳୋତ୍ପାଟନ ପାଇଁ ଷ୍ଟକ ହୋଲେଡରମାନଙ୍କ ଭୂମିକା କିଭଳି ରହିବା ଦରକାର ପ୍ରଭୃତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନ୍ୟ ପକ୍ଷରେ ଶିଶୁ ଶ୍ରମିକ ମୁଳୋତ୍ପାଟନ ପାଇଁ ସମସ୍ତଙ୍କ ମିଳିତ ସହଯୋଗରେ ହିଁ ଶିଶୁଶ୍ରମିକ ମୁକ୍ତ ସହର ସମ୍ଭବ ହୋଇପାରିବ ବୋଲି କହିଥିଲେ । ଜିଲ୍ଲା ଶ୍ରମ ଅଧିକାରୀ କେ.ଭେନୁଗୋପାଲ ପ୍ରାରମ୍ଭିକ ଭାଷଣ ଓ ଶେଷରେ ଧନ୍ୟବାଦ ଦେଇଥିଲେ । ବହୁ ସଂଖ୍ୟାରେ ବିଭିନ୍ନ ବ୍ୟବସାୟୀକ ପ୍ରତିଷ୍ଠାନ, କାଜୁ କାରଖାନା, ହୋଟେଲ, ମୋଟର ସଂସ୍ଥା ପ୍ରଭୃତିର ମାଲିକ ମାନେ କର୍ମଶାଳାରେ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault