ହେଡଲାଇନସ୍:

ଡାକଘରରେ ମିଳୁନି ବାରକୋଡ/ ଖାସକରି ରାଖୀ ପଢାଜାଇ ନ ପାରିବାରୁ ଅସନ୍ତୋଷ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/(ନୀଳ ଦୀପ) - ପଦ୍ମପୁର ଉପଖଣ୍ଡ ସ୍ଥିତ ଡାକଘରରେ ଆଉ ନାହିଁ ବାରକୋଡ । ଜାହା ଫଳରେ ଲୋକେ କୈାଣସି ପ୍ରକାରର ପାର୍ସଲ କି ଚିଠି ପଠାଇବା କାର୍ଯ୍ୟକ୍ରମ ଠପ୍ ହେବାକୁ ଯାଉଛି । ଖାସ୍ କରି ରାଖୀ ପଠା ନ ଜାଇପାରିବାରୁ ଲୋକଙ୍କ ମଧ୍ୟରେ ଖୁବ ଅସନ୍ତୋଷ ଦେଖିବାକୁ ମିଳିଛି । ଦିର୍ଘ ଦିନରୁ ଡାକଘରେ ଆଇପିଓ ମିଳୁନଥିବା ବେଳେ ବାରକୋଡ ମଧ୍ୟ ନ ମିଳିବା ସରକାରୀ ବ୍ୟବସ୍ଥା କେତେ ଦୁର୍ବଳ ହୋଇପଡୁଛି ତାହା ସ୍ପଷ୍ଟ ଭାବେ ଜଣାପଡୁଛି । ଛାତ୍ରଛାତ୍ରୀ ମାନେ ମଧ୍ୟ ବିଭିନ୍ନ ପରିକ୍ଷା ପତ୍ର ଦାଖଲ ସମୟରେ ଡାକଘର ଉପରେ ନିର୍ଭର କରି ନିରାସ ହେଉଛନ୍ତି । ଏହି ସମ୍ବନ୍ଧରେ ପୋଷ୍ଟମାଷ୍ଟର ଅଞ୍ଜନ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ଏଥିବାବଦରେ ଉପରସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି ବୋଲି କହିଲେ । ହେଲେ ଉପଖଣ୍ଡ ସ୍ତରର ଡାକଘରରେ ଏହିପ୍ରକାର ଅସୁବିଧା ଥିବା ସତ୍ୱେ  କୈାଣସି ପ୍ରକାର ସିଘ୍ର ପଦକ୍ଷେପ ନିଆଗଲା ଭଳି ଜଣାପଡୁନାହି । ଏହାକୁ ନେଇ ଲୋକେ ସରକାରୀ ବାବୁ ମାନେ ବେସରକାରୀ ସଂସ୍ଥାକୁ ସହରରେ ଚଳିବା ପାଇଁ ପ୍ରୋସାହନ ଦେଉଛନ୍ତି ବୋଲି ନାନା ପ୍ରକାର ଚର୍ଚ୍ଚା ସୁଣିବାକୁ ମିଳିଛି ।

0
0
0
s2sdefault