ହେଡଲାଇନସ୍:

ପଦ୍ମପୁରରେ ବିଦୁ୍ୟତ ବିଭ୍ରାଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 


ପଦ୍ମପୁର/(ନୀଳ ଦୀପ) -ପଦ୍ମପୁର ଉପଖଣ୍ଡରେ ବାରମ୍ବାର ବିଦୁ୍ୟତ କାଟର ସମସ୍ୟାକୁ ଦୁର କରିବା ପାଇଁ ଏକ ଗ୍ରିଡ ସ୍ତାପନ ହୋଇଥିଲେ ମଧ୍ୟ ବିଦୁ୍ୟଟ ବିଭ୍ରାଟକୁ ରୋକିବାରେ ବିଦୁ୍ୟତ ବିଭାଗ ଅସମର୍ଥ । ପଦ୍ମପୁର ସହରରେ ବରମ୍ବାର ବିଦୁ୍ୟତ ବିଭ୍ରାଟ ଲୋକଙ୍କ ଦୈନନ୍ଦିନ ଜୀବନ ଜାପନରେ ଖୁବ ପ୍ରଭାବ ପକାଉଛି । ସାମାନ୍ୟ ବର୍ଷାର ପ୍ରଭାବ ପାଇଁ ମଧ୍ୟ ବିଜୁଳି କଟିବା ଓ ଅକାରଣେ ଦିନକୁ ବାରମ୍ବାର ବିଦ୍ୟୁତ କାଟ ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାହତ ହେବାବେଳେ ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀଙ୍କୁ ବିଦୁ୍ୟତ କାଟ ନାଁରେ କାମ ଠକିବାକୁ ମୈାକା ମିଳିଜାଉଛି । କଲେଜ ଛାତ୍ରଛାତ୍ରୀ ଅନଲାଇନ୍ ଫର୍ମ ଫିଲପ ଏବଂ ଡିକିଟାଲାଇଜେସନ ଅନଲାଇନ କାମ ମାନ ମଧ୍ୟ ବିଦ୍ୟୁତ ବିଭ୍ରାଟ ଯୋଗୁ ଖୁବ ସମୟ ନଷ୍ଟ କରିଛନ୍ତି । ବର୍ଷାଦିନରେ ସହରର ବିଭିନ୍ନ ସ୍ଥାନରେ ମଶାଙ୍କ ପ୍ରଭାବ ଭୟଙ୍କର ହୋଇଥିବା ବେଳେ ବିଦୁ୍ୟତ କାଟ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ ପାଲଟିଯାଇଛି ।

0
0
0
s2sdefault