ହେଡଲାଇନସ୍:

ସରକାରଙ୍କ ନିଦ ନଭାଙ୍ଗିଲେ ପରିଣତି ଭୟାବହ ହେବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ ଜିଲ୍ଲାରେ କ୍ୟାନ୍ସର  ହସପିଟାଲ ଦାବୀ ଜୋରଦାର
ଚେତୁଁନାହାନ୍ତି ସରକାର, ରାସ୍ତାକୁ ଓଲ୍ହାଇଲେ ଲୋକେ

ପଦ୍ମପୁର/(ନୀଳ ଦୀପ) - ବାରମ୍ବାର ଦାବୀ ସତ୍ତ୍ୱେ ଚେତୁଁନାହାନ୍ତି ସରକାର | ବରଗଡ଼ ବାସୀଙ୍କ ନ୍ୟାୟୋଚିତ ଦାବି ପ୍ରତି ନିଦା ବିଷ୍ଣୁ ପରି ଆଖିକାଁ ବନ୍ଦ କରି ଦେଇ ବସି ଯାଇଛନ୍ତି ସରକାର | ହେଲେ ସରକାରଙ୍କ ଏପରି ନିରବତାକୁ ବରଦାସ୍ତ କରାଯିବ ନାହିଁ ବୋଲି ଚେତାଇ ଦେଇଛନ୍ତି କ୍ୟାନ୍ସର ହସ୍ପିଟାଲ ଦାବିରେ ରାଜରାସ୍ତାକୁ ଓଲ୍ହାଇଥିବା ବରଗଡ଼ ବାସୀ | ଦାବାନଳ ପରି ବ୍ୟାପୁଥିବା ଏହି ଆନ୍ଦୋଳନ  ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ଚେତେଇଦେଇଛନ୍ତି ଆନ୍ଦୋଳନକାରୀମାନେ |
  ପଦ୍ମପୁର ଉପଖଣ୍ଡ ସ୍ଥିତ ରିକ୍ରେସନ ସେଂଟର ଠାରେ ପଦ୍ମପୁରର ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଓ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତାମାନେ ପହଂଚି ଏକ ବିଶାଲ ଶୋଭାଯାତ୍ରା ପାଇଁ ଏକତ୍ରିତ ହୋଇ ଥିଲେ । ୧୧ତଟା ସମୟରେ ରିକ୍ରେସନ ସେଂତର ଠାରୁ ବାହାରି ସହରର ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ସାଂସ୍କୃତିକ ଓ ସାମାଜିକ ଅନୁଷ୍ଠାନ ର ସଦସ୍ୟ, ସମସ୍ତ ରାଜନୈତିକ ପାର୍ଟିର ଲୋକ, ବୁଦ୍ଧିଜିବୀ ଓ ଜନସାଧାରଣ ଶୋଭାଯାତ୍ରାରେ ସାମିଲ ହୋଇ ଦାବୀ ପୁରଣ ପାଇଁ ବିଭିନ୍ନ ନାରା ମଗାଇ ସହର ପରିକ୍ରମା କରିଛନ୍ତି  । ପଦ୍ମପୁର ଉପଖଣ୍ଡ ସ୍ଥିତ ବିଜେପୁର, ପାଇକମାଲ ଓ ସୋହେଲା ବ୍ଲକରୁ ମଧ୍ୟ ଅନେକ ଜୁବକ ନିଜ ସୁବିଧାରେ ଆସି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ରାଜ୍ୟରେ ପ୍ରସ୍ତାବିତ ଟାଟା ମେମୋରିଆଲ କେନ୍ସର ହସପିଟାଲକୁ ଭୂବନେଶ୍ୱର ବଦଳରେ ବରଗଡ ଜିଲ୍ଲାରେ ସ୍ଥାପନ କରିବା ପାଇଁ ଜିଲ୍ଲାରେ ଦାବୀ । ବିଭିନ୍ନ ସମୟରେ ପଶ୍ଚିମ ଓଡିଶା ଓ ଛତିସଗଡ ସିମାନ୍ତ ଅଂଚଳର ଲୋକେ କେନ୍ସର ରୋଗରେ ପିଡିତ ହୋଇ ସବୁବେଳେ ରାଜଧାନୀ କି କଟକ ଜିବା ପାଇଁ ଆର୍ଥôକ ଭାବେ ସକ୍ଷମ ହୋଇ ପାରୁନଥିବା ବେଳେ ଭାରତର ଦ୍ୱିତୀୟ ସର୍ବାଧିକ ତଥା ରାଜ୍ୟର ସର୍ବାଧିକ କେନ୍ସର ରୋଗୀ ବରଗଡ ଜିଲ୍ଲାରେ ରହିଛନ୍ତି ଏବଂ ପିଡିତମାନଙ୍କ ମଧ୍ୟରେ ପ୍ରାୟତଃ ଗରିବ ଓ ଆଦିବାସୀ ଶ୍ରେଣୀର ଲୋକ ଅଟନ୍ତି  । ତେଣୁ ବରଗଡ ଜିଲ୍ଲାରେ ଟାଟା ମେମୋରିଆଲର ଗବେଷଣା କେନ୍ଦ୍ର ସହ କେନ୍ସର ହସପିଟାଲକୁ ବରଗଡ ଜିଲ୍ଲାରେ ସ୍ଥାପନ କରିବା ପାଇଁ ଜନସାଧାରଣ ବାରମ୍ବାର ଦାବୀ ଜଣାଇ ଆସୁଛନ୍ତି  । ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ଦସ୍ଥଖତ ଅଭିଜାନ ଜାରିରଖି ୫୦୦୦ ଦସ୍ଥଖତ କରାଇ ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଂଚି, ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା

0
0
0
s2sdefault