ହେଡଲାଇନସ୍:

ହିତାଧିକାରୀଙ୍କୁ ପ୍ରୋତ୍ସାହନ  ରାଶି ତୁରନ୍ତ ପ୍ରଦାନ କର : ଜିଲ୍ଲାପାଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର,(ଜୟଶଙ୍କର ଦାଶ ) ବିଭିନ୍ନ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଉତ୍ସାହିତ  କରାଯାଇ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ପୂର୍ଣ୍ଣାଙ୍ଗ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ  ଦିଆଯାଊଚ୍ଥି ।  କାର୍ଯ୍ୟାଦେଶ ପାଇବାର ୪ ମାସ ମଧ୍ୟରେ ଘର ନିର୍ମାଣ ପୂର୍ଣ୍ଣାଙ୍ଗ କଲେ ୨୦ ହଜାର ଓ ୬ ମାସ ମଧ୍ୟରେ ପୂର୍ଣ୍ଣାଙ୍ଗ କଲେ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଚ୍ଥି ।  ତେଣୁ ଏ ସଂପର୍କରେ ହିତାଧିକାରୀଙ୍କୁ ଅବଗତ ଓ ସଚେତନ କରାଇବାକୁଜିଲ୍ଲାପାଳ ରଂଜନ କୁମାର ଦାସ ପରାମର୍ଶ ଦେଇଚ୍ଥନ୍ତି ।  ଅନେକ ହିତାଧିକାରୀ ଏହି ବ୍ୟବସ୍ଥା ସଂପର୍କରେ ଅବଗତ ନୁହଁନ୍ତି ।  ଯାହା ପଂଳରେ ସେମାନେ ଏ ସୁବିଧାରୁ ବଞ୍ଚିତ ହେଊଚ୍ଥନ୍ତି ।  ତେଣୁ ଆଗାମୀ ଦିନରେ ଯେତେବେଳେ ବିଜୁ ପକ୍କାଘର କିମ୍ୱା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ଦିଆଯାଊଚ୍ଥି ତାହାକୁ ଏକ ମେଳା ମାଧ୍ୟମରେ ପ୍ରଦାନ କରିବା ଏବଂ ସେହି କାର୍ଯ୍ୟାଦେଶ ସମୟରେ ୪ ମାସ ଓ ୬ ମାସ ମଧ୍ୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ହିତାଧିକାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କଲେ ନୂତନ ଘର ନିର୍ମାଣ କରିବାକୁ ଯାଊଥିବା ହିତାଧିକାରୀ ଉତ୍ସାହିତ  ହେବେ ।  ଯାହାଦ୍ୱାରା ଗୃହ ନିର୍ମାଣ ତ୍ୱରାନ୍ୱିତ ହୋଇପାରିବ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି ।  ଜିଲ୍ଲାର ମୋଟ ୫୯୪୭ ହିତାଧିକାରୀ ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ସୁବିଧା ପାଇବା ପାଇଁ ଯୋଗ୍ୟତା ଅର୍ଜନ  କରିଚ୍ଥନ୍ତି ।  ସେଥିରୁ ୪ ମାସରେ ଘର ପୂର୍ଣ୍ଣାଙ୍ଗ କରିଥିବା ହିତାଧିକାରୀଙ୍କ ସଂଖ୍ୟା୨୬୬୧ ହୋଇଥିବା ବେଳେ ୬ ମାସ ମଧ୍ୟରେ ଘର ପୂର୍ଣ୍ଣାଙ୍ଗ କରିଥିବା ହିତାଧିକାରୀଙ୍କ ସଂଖ୍ୟା ୩୩୦୬ ।  ସେମାନଙ୍କ ମଧ୍ୟରୁ ୩୦୦୪ ଜଣଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଚ୍ଥି ।  ଅବଶିଷ୍ଟ ୨୯୬୩ ଜଣଙ୍କୁ ଖୁବ୍ ଶିଘ୍ର ମେଳା ମାଧ୍ୟମରେ ପ୍ରୋତ୍ସାହନ  ରାଶି ପ୍ରଦାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ  ଦେଇଚ୍ଥନ୍ତି ।  ସୂଚନା ଯୋଗ୍ୟ ଯେ, ଏହି ପ୍ରୋତ୍ସାହନ ରାଶି ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଉତ୍ସାହିତ  କରିବାକୁ ପ୍ରଦାନ କରାଯାଊଚ୍ଥି ।  ପ୍ରୋତ୍ସାହନ ପାଇବାକୁ ଥିବା ଏହି ବକେୟା  ହିତାଧିକାରୀଙ୍କ ମଧ୍ୟରେ ବଡଚଣା ବ୍ଳକର ୪୧୦, ବରୀ ବ୍ଳକର ୧୩୧, ବିଂଝାରପୁର ବ୍ଲକର  ୪୧୬, ଦାନଗଦୀ ବ୍ଲକର  ୩୯, ଦଶରଥପୁର ବ୍ଲକ ର  ୩୩୫, ଧର୍ମଶାଳା ବ୍ଲକର  ୪୪୮, ଯାଜପୁର ବ୍ଳକର ୩୩୫, କୋରାଇ ବ୍ଲକର  ର ୫୩୫, ରସୁଲପୁରବ୍ଲକର ୩୧୪ ଜଣ ରହିଚ୍ଥନ୍ତି । ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ  ବୈଠକରେ ଜିଲ୍ଲାପାଳ ଅଧ୍ୟକ୍ଷତା କରି ବିଭିନ୍ନ ଊନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ  ବ୍ରଜଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଇନ୍ଦ୍ରମଣୀ ନାୟକ, ଏ.ପି.ଡି. ସୋହନା ବେଗମ, ଚିନ୍ମୟ କୁମାର ସିଂ, ସୋସିଆଲ ଅଡିଟର ସତ୍ୟ ରଂଜନ ବେହେରା, ସୁଦିପ୍ତ ରଂଜନ ପୁହାଣ, ସୈାଭାଗ୍ୟ ସାହୁ ପ୍ଥମୁଖ ବିଭିନ୍ନ ଯୋଜନାର ସମୀକ୍ଷା କରିଥିଲେ ।  ଏଥିରେ ଜିଲ୍ଲାର  ସମସ୍ତ ବ୍ଳ୍କର ବି.ଡି.ଓ., ସହକାରୀ ଯନ୍ତ୍ରୀ, କନିଷ୍ଠ  ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault