ହେଡଲାଇନସ୍:

ଆରଏସପି ଦ୍ଵାରା ୮୫ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ପ୍ରଦାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା/ ସୁଶାନ୍ତ ବେହେରା : ଦେଶର ୭୨ ତମ ସ୍ଵାଧୀନତା ଦିବସ ପାଳନ ପରିପ୍ରେକ୍ଷୀରେ ସିଭିକ ସେଣ୍ଟରଠାରେ ଅଗଷ୍ଟ ୧୬ ତାରିଖରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ସେଲ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ, ଶ୍ରୀ ଅଶ୍ଵିନୀ କୁମାର ଇସ୍ପାତ କାରଖାନାର ୮୫ ଜଣ କର୍ମଚାରୀଙ୍କୁ ସମ୍ମାନଜନକ ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସବିତା କୁମାରୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପ୍ରଭାତ କୁମାର ପ୍ରଧାନ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ରାଜୀବ ଅଗ୍ରୱାଲ ମଞ୍ଚାସୀନ ଥିଲେ। ଉତ୍ସବରେ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ମୀନାକ୍ଷୀ ପ୍ରଧାନ ଏବଂ ଶ୍ରୀମତୀ ରେଖା ଅଗ୍ରୱାଲ, ବହୁ ମହାପ୍ରବନ୍ଧକ, ବିଭାଗ ମୁଖ୍ୟ , ବରିଷ୍ଠ ଅଧିକାରୀ ଓ କର୍ମଚାରୀ ତଥା ସେମାନଙ୍କର ପରିବାରବର୍ଗ ଉପସ୍ଥିତ ଥିଲେ। 

ଉକ୍ତ କାର୍ଯ୍ୟକ୍ରମ ସମାଜ କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା। ସହର ପ୍ରଶାସନ ବିଭାଗର ଜିଏମ, ଶ୍ରୀ ଏନ କେ ସାମନ୍ତରାୟ ଧନ୍ୟବାଦ ଜ୍ଞାପନ କରିଥିଲେ। ଲୋକ ସମ୍ପର୍କ ବିଭାଗର ଶ୍ରୀ ଶଶାଙ୍କ ପଟ୍ଟନାୟକ ଓ କୋଲ୍ଡ ରୋଲିଙ୍ଗ ବିଭାଗର ଶ୍ରୀ ଅନିଲ ମଲ୍ଲିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।   

ଉଲ୍ଲେଖନୀୟ ଯେ, କର୍ମଚାରୀମାନଙ୍କୁ ନିଜନିଜ କାର୍ଯ୍ୟ ଅଞ୍ଚଳରେ ପ୍ରଶଂସନୀୟ କାର୍ଯ୍ୟ ସମ୍ପାଦନ ସହ ଉତ୍ପାଦନ, ଉତ୍ପାଦକତା, ରକ୍ଷଣାବେକ୍ଷଣ, ସେବା, ଗୁଣବତ୍ତା, ଉତ୍ପାଦନ ବ୍ୟୟ ହ୍ରାସ ଏବଂ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ କରାଯାଇଥିଲା। ପୁରସ୍କାର ଆକାରରେ ସେମାନଙ୍କୁ ୫ ହଜାର ଟଙ୍କାର ଅର୍ଥ ରାଶି ଓ ପ୍ରଶସ୍ତି ପତ୍ର ପ୍ରଦାନ କରାଯାଇଥିଲା। 

0
0
0
s2sdefault