ହେଡଲାଇନସ୍:

ସରକାରଙ୍କ ନୀରବତା ସୃଷ୍ଟି କରିପାରେ ବିସ୍ଫୋରକ ପରିସ୍ଥିତି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

  ତିବ୍ରତର ହେଉଛି ବରଗଡରେ କ୍ୟାନ୍ସର ହସପିଟାଲ ଦାବୀ: ୨୪ ରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ 

ପଦ୍ମପୁର/ନୀଳ ଦୀପ - ଓଡିଶାରେ ପ୍ରସ୍ତାବିତ ଟାଟା ମେମୋରିଆଲ ହସପିଟାଲକୁ ବରଗଡ ଜିଲ୍ଲାରେ ସ୍ଥାପନ କରାଯିବା ପାଇଁ ଜନସାଧାରଣରେ ଦାବୀ ଜୋର ଧରିଛି  । ରାଜ୍ୟର ୬୦ ପ୍ରତିଶତ କେନସର ରୋଗୀ ବରଗଡ ଜିଲ୍ଲାରେ ରହିଛନ୍ତି ଏବଂ ଏହାର କାରଣ ବିଷୟରେ ଜାଣିବା ପାଇଁ ଗବେଷଣାର ମଧ୍ୟ ଆବଶ୍ୟକତା ରହିଛି  । ଜିଲ୍ଲାର କେନସର ରୋଗୀ ଚିକିତ୍ସା  ପାଇଁ ରାଜଧାନୀ ଭୁବନେଶ୍ୱର କିମ୍ବା କଟକକୁ ଯାଇ ଖର୍ଚ୍ଚାନ୍ତ ହେବା ସହିତ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି  । ଏହି କାରଣରୁ ବରଗଡ ଜିଲ୍ଲାରେ ଏକ କେନସର ଗବେଷଣା କେନ୍ଦ୍ର ସହିତ ଏକ ଡାକ୍ତରଖାନାର ଘୋର ଆବଶ୍ୟକତା ରହିଛି  । ଏଠାରେ ଏକ କେନସର ହସପିଟାଲ ଖୋଲା ଯାଇ ପାରିଲେ ଜିଲ୍ଲାରୁ କେନସର ଭଳି ଏକ ମାରାତ୍ମକ ବ୍ୟାଧିର କାରଣ ଖୋଜି ଏହାକୁ ସମୁଳେ ବିନାଶ ପାଇଁ ସହାୟକ ହୋଇ ପାରିବ  । ରାଜ୍ୟ ସରକାର ଓ ଟାଟା କମ୍ପାନୀ ମଧ୍ୟରେ ଭୁବନେଶ୍ୱରଠାରେ ଏକ କେନସର ହସପିଟାଲ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି  । ଏହି ଡାକ୍ତରଖାନାକୁ ସର୍ବାଧିକ କେନସର ରୋଗୀ ଥିବା ବରଗଡ ଜିଲ୍ଲାରେ ପ୍ରତିଷ୍ଠା  କରାଯିବା ପାଇଁ ଜିଲ୍ଲାବାସୀ ଦାବୀ ଜଣାଇ ଆସୁଥିଲେ ସୁଦ୍ଧା ରାଜ୍ୟ ସରକାର ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି  । ଏହି ଆନେ୍ଦାଳନକୁ ସମର୍ଥନ ଜଣାଇ ମଙ୍ଗଲବାର ଦିନ ପଦ୍ମପୁରର ସମସ୍ତ ସ୍ୱେଚ୍ଛାସେବୀ ଓ ସାଂସ୍କୃତିକ ଅନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ସ୍ଥାନୀୟ ରିକ୍ରେସନ ସେଂଟରଠାରେଏକ ବୈଠକ ଅନୁଷ୍ଠିତ ହୋଇଥିଲା  । ଏଥିରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତା, ବୁଦ୍ଧିଜିବୀ ଏବଂ ଯୁବକମାନେ ସାମିଲ ହୋଇ ଏହି ଆନ୍ଦୋଳନକୁ ଜୋରଦାର କରିବା ସପକ୍ଷ୍ରେ ମତପ୍ରଦାନ କରିଥିଲେ ଏବଂ ଆସନ୍ତା ୨୪ ତାରିଖ ଶୁକ୍ରବାର ଦିନ ସହରରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରି ସ୍ଥାନୀୟ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିବା ପାଇଁ ନିଷ୍ପତି ନିଆ ଯାଇଥିଲା  । ଏଥି ସହିତ ଜିଲ୍ଲାବାସୀଙ୍କ ଏହି ନ୍ୟାୟୋଚିତ ଦାବୀ ପୁରଣ ନ ହେବା ପର୍ଯ୍ୟନ୍ତ ଆନେ୍ଦାଳନକୁ ତିବ୍ରତର କରିବା ପାଇଁ ବୈଠକରେ ମତପ୍ରକାଶ ପାଇଥିଲା  । ପରିଶେଷରେ କେରଳରେ ହୋଇଥିବା ଲୋକଙ୍କ ମୃତ୍ୟୁ, ଢୁଲିଆ ରାଜକୁମାର କୁମ୍ଭାର ଓ ଭାରତ ରତ୍ନ ବାଜପାୟୀଙ୍କ ସୃତିରେ ୨ ମିନିଟ ନିରବ ପ୍ରର୍ଥନା କରି ସଭାକୁ ସାଙ୍ଗ କରା ଯାଇଥିଲା ।

0
0
0
s2sdefault