ହେଡଲାଇନସ୍:

 ରାଜ୍ୟ ସରକାରଙ୍କ ଶିକ୍ଷାବିଭାଗ ଥାଇ କେତେ ବା ନଥାଇ କେତେ ! 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

 ଏହା କଣ ଶିଶୁମାନଙ୍କ ପ୍ରତି ରାଜ୍ୟ ଶିକ୍ଷା ବିଭାଗର ଦାୟିତ୍ୱବୋଧ ଆଉ ମହାନ ସମାଜସେବୀ ପାର୍ବତୀ ଗିରୀଙ୍କ ପ୍ରତି ପ୍ରକୃତ ସମ୍ମାନ !!!! 

ବରଗଡ଼/ଗୌରାଙ୍ଗ ଚରଣ ଦାଶ  :-  ବରଗଡ଼ ଜିଲ୍ଲାର ପାଇକମାଲ ବ୍ଲକ ମୁଖ୍ୟାଳୟ ରୁ ମାତ୍ର 3 କିଲୋମିଟର ଦୂରରେ ପାଇକମାଲ ନୃସିଂହନାଥ ରାସ୍ତାରେ ଅବସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ । ଏହି ମାତୃନିକେତନକୁ ଲାଗି ରାସ୍ତା ର ଅପର ପାର୍ଶ୍ଵ ରେ ରହିଛି ରାଜ୍ୟ ସରକାର ଙ୍କର ଏକ ପ୍ରାଥମିକ ବିଦ୍ୟାଳୟ । ମୁଖ୍ୟତ ମାତୃନିକେତନର ଛୁଆମାନେ ଏହି ବିଦ୍ୟାଳୟ ରେ ପାଠ ପଢ଼ିଥାନ୍ତି। ପଶ୍ଚିମ ଓଡ଼ିଶାର ମଦର ଟେରେସା ଭାବରେ ପରିଚିତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ପାର୍ବତୀ ଗିରିଙ୍କର ଦ୍ୱାରା ସ୍ଥାପିତ ମାତୃନିକେତନ ରେ ବହୁତ କୁନି କୁନି ଛୁଆମାନଙ୍କୁ ଆଶ୍ରୟ ପ୍ରଦାନ କରାଯାଉଛି । ଏହି ଛୁଆ ମାନଙ୍କୁ ଶିକ୍ଷିତ କରି ସମାଜରେ ଏଜ ସ୍ବତନ୍ତ ପରିଚୟ ପ୍ରଦାନ କରିବା ପାଇଁ ବହୁତ ସଂଘର୍ଷ କରି ସ୍ୱର୍ଗୀୟା ପାର୍ବତୀ ଗିରି 1981 ମସିହାରେ ଉକ୍ତ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଇଥିଲେ । ରାଜ୍ୟ ତଥା କେନ୍ଦ୍ର ସରକାର ଙ୍କର ଛୁଆମାନଙ୍କୁ ଏକ ସୁସ୍ଥ ଓ ସ୍ୱଚ୍ଛ ବାତାବରଣରେ ଉଚିତ ଶିକ୍ଷା ପ୍ରଦାନ ପ୍ରଦାନ କରାଯିବା ପାଇଁ ବହୁତ ଗୁଡ଼ାଏ ଯୋଜନା ରହିଛି । ଶିକ୍ଷାର ଅଧିକାର ଓ ଶିଶୁ ଅଧିକାର ଆଇନ ବି  ଛୁଆମାନକୁ ବହୁତ ଗୁଡ଼ାଏ ଅଧିକାର ପ୍ରଦାନ କରିଥାଏ । ହେଲେ ମାତୃନିକେତନର ଏହି ପ୍ରାଥମିକ ବିଦ୍ୟାଳୟର ବର୍ତ୍ତମାନ ଅବସ୍ଥା ଦେଖିଲେ ଏହା ସ୍ପଷ୍ଟ ଭାବରେ ଜଣା ପଡିଯିବ  ଯେ ଶିକ୍ଷା ବିଭାଗ ର କର୍ମଠ ଓ ଯୋଗ୍ୟ ଅଧିକାରୀ ମାନେ ଏହି ମାତୃନିକେତନ ର ଅନ୍ତେବାସୀ ଛୁଆମାନଙ୍କର ଶିକ୍ଷା ପାଇଁ କେତେ ପରିଶ୍ରମ କରୁଛନ୍ତି | 

          ଏହି ବିଦ୍ୟାଳୟ ରେ 42 ଜଣ ଛୁଆ ପାଠ ପଢ଼ୁଛନ୍ତି  ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯନ୍ତ | କିନ୍ତୁ ବିଦ୍ୟାଳୟରେ MDM ବ୍ୟତୀତ ସବୁ ପ୍ରକାରର ଘୋର ଅସୁବିଧା ରହିଛି । ବିଦ୍ୟାଳୟରେ ଶ୍ରେଣୀ ଗୃହର ଘୋର ଅଭାବ ରହିଛି । ବିଦ୍ୟାଳୟ ଆରମ୍ଭ ହେଇଥିବା ସମୟର ଶ୍ରେଣୀଗୃହ ର ଅବସ୍ଥା ଗୁହାଲ ଗୃହଠାରୁ ମଧ୍ୟ କଦର୍ଯ୍ୟ  ହେଇଯାଇଛି। ବିଭାଗର ଦାୟିତ୍ବହୀନତା ଓ ରକ୍ଷଣାବେକ୍ଷଣ ର ଅଭାବ କାରଣରୁ  ପୁରୁଣା ଗୃହଟି ସମ୍ପୂର୍ଣ ଭାବରେ କ୍ଷତି ଗ୍ରସ୍ତ ହେଇଗଲାଣି । ମାତ୍ର ଗୋଟେ ଗୃହ ଅତି ଦୟନୀୟ ଅବସ୍ଥାରେ ପାଠ ପଢିବା  ପାଇଁ ବାଧ୍ୟ ହେଉଛନ୍ତି 5ଟି ଶ୍ରେଣୀର 42 ଜଣ ଛୁଆ । ଏଥିରୁ ସମସ୍ତଙ୍କର ପାଇଁ ରହିଥିବା ସୁସ୍ଥ ଶିକ୍ଷାର ଅଧିକାରକୁ ବିଭାଗୀୟ ଅଧିକାରୀ ମାନେ କେତେଦୂର କାର୍ଯ୍ୟକାରୀ କରାଇବାରେ ସକ୍ଷମ ହେଉଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରମାଣିତ ହେଉଛି। ମୁଖ୍ୟତଃ କହିବାକୁ ଗଲେ ଏହି ବିଦ୍ୟାଳୟର ଆନୁସଙ୍ଗିକ ଆବଶ୍ୟକତା ପୂରଣ କରିବା ପାଇଁ କୋଣସି ସରକାରୀ ଅଧିକାରୀ ମାନଂକର ସାମାନ୍ୟତମ ଆନ୍ତରିକତା ମଧ୍ୟ ନାହିଁ । ଏହି କଥା କହିବାର ଅନେକ ଗୁଡ଼ାଏ କାରଣ ଅଛି । ଉକ୍ତ ବିଦ୍ୟାଳୟ ରେ ଶିକ୍ଷା ବିଭାଗର କୋଣସି କର୍ମଚାରୀ କିମ୍ବା କୋଣସି ନେତା ମନ୍ତ୍ରୀଙ୍କର ଛୁଆ ପିଲାମାନେ ପାଠ ପଢୁନାହାନ୍ତି ସେଥିପାଇଁ ଏହି ବିଦ୍ୟାଳୟ ପ୍ରତି କାହାରି କୋଣସି ଆଗ୍ରହ ନାହିଁ। ବିଇଓଙ୍କର କାର୍ଯଳୟରୁ ମାତ୍ର 3 କିଲୋମିଟର ପାଇକମାଲ ନୃସିଂହନାଥ ମୁଖ୍ୟ ରାସ୍ତାରେ ଅବସ୍ଥିତ ଏହି ବିଦ୍ୟାଳୟ ସମ୍ମୁଖରୁ ପ୍ରତ୍ୟେକ ଦିନ ରାଜ୍ୟ ସରକାରଙ୍କର ତଥା କେନ୍ଦ୍ର ସରକାର ଙ୍କର ବହୁ ଅଧିକାରୀ ଓ ନେତା ଯିବା ଆସିବା କରିଥାନ୍ତି | କିନ୍ତୁ ଦୁଖର ବିଷୟଯେ ଏହି ବିଦ୍ୟାଳୟ ଉପରେ କାହାରି କୃପା ଦୃଷ୍ଟି ପଡିପାରିନାହିଁ | ସ୍ପଷ୍ଟ ଭାବରେ କହିବାକୁ ଗଲେ ଏହି ବିଦ୍ୟାଳୟକୁ କେହି ଭି ନଜର ଦେବାକୁ ଚାହୁଁ ନାହାନ୍ତି। ବହୁତ କଷ୍ଟ ଲାଗୁଚି ଏହି ବିଦ୍ୟାଳୟ ର ଅବସ୍ଥା ଦେଖି | ତା ଠାରୁ ବେଶୀ ରାଗ ଲାଗୁଚି ଅଧିକାରୀ ମାନଂକର ବୈମାତୃକ ମନୋଭାବ ଓ ଦାୟିତ୍ବହୀନତା  ଦେଖି । ଗୋଟିଏ କଥାରୁ ସ୍ପଷ୍ଟ ଭାବରେ ପ୍ରମାଣିତ ହେଇଯିବ ଯେ ବ୍ଲକ ବା  ଜିଲ୍ଲାର କୋଣସି ବିଭାଗୀୟ ଅଧିକାରୀ ମାନେ ପ୍ରାୟ ସ୍କୁଲକୁ  କୂପରିଦର୍ଶନ କରିବାକୁ ଆସନ୍ତି ନାହିଁ ।  ତାହା ହେଇନଥିଲେ ବିଦ୍ୟାଳୟର ଶୌଚାଳୟ ନିର୍ମାଣ କରିବାରେ 4 ବର୍ଷ ଲାଗିନଥାନ୍ତା । ଶୌଚାଳୟ ନିର୍ମାଣ ହେଇଚି ସତ କିନ୍ତୁ ଏବେ ସୁଦ୍ଧା ବିଭାଗୀୟ ଅଧିକାରୀମାନଙ୍କର  ଦାୟିତ୍ବହୀନତା ଓ ଅପାରଗତା ର କାରଣରୁ କାର୍ଯକ୍ଷମ ହେଇପାରିନି । କାରଣ ସ୍ପଷ୍ଟ ଯେ ଏହି ବିଦ୍ୟାଳୟରେ ତାଙ୍କର କୋଣସି ଛୁଆ ପାଠ ପଢିବାକୁ ଆସନ୍ତି ନାହିଁ। ଏଠି ପାଠ ପଢ଼ୁଥିବା ଅଧିକାଂଶ ପିଲା କସ୍ତୁରବା ଗାନ୍ଧୀ ମାତୃନିକେତନର ଅନ୍ତେବାସୀ । ବାରମ୍ବାର ଦାବି ସତ୍ତ୍ୱେ  ସ୍କୁଲ ଛୁଆମାନଂକର ପାଇଁ ନା ତ ଅଛି ପର୍ଯପ୍ତ ଶ୍ରେଣୀ ଗୃହ ନା ଅଛି ଶୌଚାଳୟ । ବିରାଟ ପ୍ରଶ୍ନ ଯେ କାହାରିକୁ ଲାଜ ଲାଗୁଛି ନା ନାହିଁ ? ଏହାକଣ ଶିଶୁମାନଙ୍କ ପ୍ରତି ରାଜ୍ୟ ଶିକ୍ଷା ବିଭାଗ ଦାୟିତ୍ୱବୋଧ ଆଉ ମହାନ ସମାଜସେବୀ ପାର୍ବତୀ ଗିରୀଙ୍କ ପ୍ରତି ପ୍ରକୁତ ସମ୍ମାନ !!!! 

 

0
0
0
s2sdefault