ହେଡଲାଇନସ୍:

ମାଲକାନଗିରିରେ ବନ୍ୟା ପରିସ୍ଥିତି କେଉଁଥିପାଇଁ?

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଶେଷଜ୍ଞ ଦଳ ମାଲକାନଗିରି ଯାଇ ଅନୁଧ୍ୟାନ କରିବା ପରେ ଜଣାପଡିବ ଯେ କେତେ ପରିମାଣରେ ବର୍ଷା ହୋଇଛି । ପ୍ରାୟତଃ ପାହାଡ଼ିଆ ଅଞ୍ଚଳରେ ବର୍ଷା ହେଲେ ଦ୍ରୁତଗତିରେ ପାଣି ତଳକୁ ଗଡ଼ିଥାଏ । ଆନ୍ଧ୍ରରେ ପୋଲାଭରମ୍‍ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଲକାନଗିରି ଜିଲ୍ଲାର ୧୫ଟି ରାଜସ୍ୱ ଗ୍ରାମ ଓ ୧୦ଟି ପଡ଼ା ଜଳମଗ୍ନ ହେବ ବୋଲି ପୂର୍ବରୁ ମହାମହିମ ରାଷ୍ଟ୍ରପତିଙ୍କୁ ଦଳ ପକ୍ଷରୁ ଏକ ସ୍ମାରକପତ୍ର ଜରିଆରେ ଅବଗତ କରାଯାଇଥିଲା । ପାହାଡ଼ରୁ ଗଡ଼ୁଥିବା ପାଣି ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି କିମ୍ବା ପୋଲାଭରମ୍‍ ପ୍ରକଳ୍ପ ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ରାଜ୍ୟର ବିଶେଷଜ୍ଞ ଦଳ ରିପୋର୍ଟ ଦେଲା ପରେ ତାହା ଜଣାପଡିବ ବୋଲି ଶ୍ରୀ ଦେବ କହିଛନ୍ତି ।

0
0
0
s2sdefault