ହେଡଲାଇନସ୍:

ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତୃତୀୟ ଦିବସରେ ଗଜପତି ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ୧୭ ବର୍ଷରୁ କମ୍ ବୟସର ବାଳକ ବାଳିକା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଗଜପତି ଷ୍ଟାଡିୟମ୍ ପାରଳାଖେମୁଣ୍ଡି ପରିସରରେ ଚାଲୁରହିଛି। ଦ୍ୱିତୀୟ ଦିବସର ପ୍ରଥମ ପ୍ରଯ୍ୟାୟରେ ଆର. ଉଦୟଗିରି ଓ ନୂଆଗଡ ବ୍ଲକର ବାଳିକା ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ଆର. ଉଦୟଗିରି ବାଳିକା ଟିମ୍ ୧/୦ ରେ ବିଜେତା ହୋଇଛନ୍ତି। ଦ୍ୱିତୀୟ ପ୍ରଯ୍ୟାୟରେ କାଶୀନଗର ଓ ପାରଳାଖେମୁଣ୍ଡି ପୌର ପାଳିକା ବାଳିକା ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା କିନ୍ତୁ ପ୍ରଥମେ ୧/୧ ଯୋଗୁ ମୀମାଂସା ହୋଇପାରିନଥିଲା ପରେ ୩/୦ ପେନାଲଟି ସୁଇଟ ଓଉଟରେ ପାରଳାଖେମୁଣ୍ଡି ପୌର ପାଳିକା ଟିମ୍ କୃତତାକାର୍ଯ୍ୟ ହୋଇଥିଲା ଏହି ଦ୍ୱତୀୟ ଦିବସରେ ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର , କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ।
ଆଜିର ତୃତୀୟ ଦିବସରେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ପ୍ରଥମ ପ୍ରଯ୍ୟାୟରେ ନୂଆଗଡ ଓ ଗୁମ୍ମା ବାଳକ ଟିମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା ଏଥିରେ ୫/୦ ରେ ଗୁମ୍ମା ଟିମ୍ ବିଜୟୀ ହୋଇଥିଲା। ଦ୍ୱିତୀୟ ପ୍ରଯ୍ୟାୟରେ ଗୁମ୍ମା ଓ ମୋହନା ମଧ୍ୟରେ ପ୍ରତିଯୋଗିତା ହୋଇଥିଲା।
ଆଜିର ଦିବସରେ ପାରଳାଖେମୁଣ୍ଡି ପୌର ପାଳିକା ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳେଇ ଅତିଥି ଭାବେ ଯୋଗ ଦେଇଥିବା ବେଳେ ତବରଡ଼ା ଉନ୍ନୀତ ଉଚ୍ଚ ବିଧ୍ୟାଳୟ ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ , ଏମ୍. ଏମ୍ . ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି ର ପ୍ରଧାନ ଶିକ୍ଷକ ପୂର୍ଣ୍ଣ ପ୍ରଧାନ , ଆଇ. ପି ସୁରେନ୍ଦ୍ର ପାତ୍ର , ଅମୁଲ୍ୟ ପାଣିଗ୍ରାହୀ , ଦିଲୀପ କୁମାର ବାଗସିଂ, ଲିଙ୍ଗ ରାଜ ସାହୁ , ଧିରେନ କୁମାର ସାମଲ , କାଳିଆ ପ୍ରଧାନ , କିଶୋର ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଡ଼. ଲିପ୍ସା ମିଶ୍ର ଓ ତାଙ୍କ ଟିମ୍ FIRST AID ବ୍ୟବସ୍ଥା କରିଥିଲେ ।

0
0
0
s2sdefault