ଓଡ଼ଗାଁ, ୨୪।୨ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ସୋମବାର ରାତିରେ ପାଟ୍ରୋଲିଂ କରୁଥିବା ବେଳେ ମଙ୍ଗଳବାର ପ୍ରଭାତ ସମୟରେ ରବି ଗାଡ଼ିଆ ପଞ୍ଚାୟତ ବଳଭଦ୍ରପୁରରୁ ଓଡି ୦୨ ବିକେ ୫୭୫୭ ମାଙ୍କଡ଼ା ପଥର ବୋଝେଇ ଟ୍ରକକୁ ଜବତ କରିଥିଲେ । ସେହିପରି ଓଡି ୫ଜି ୭୮୬୭ ପଥର ବୋଝେଇ ଟ୍ରାକ୍ଟରକୁ ପାଣ୍ଡେରୀପଡା ନିକଟରୁ ଜବତ୍ କରି ୨ ଚାଳକକୁ ଗିରଫ କରିଥିଲେ । ପରବର୍ତ୍ତୀ ସମୟରେ ଥାନାରୁ ସେମାନଙ୍କୁ ଜାମିନରେ ଛଡ଼ାଯାଇଥିବା ଜଣାପଡିଛି । ଗିରଫ ଟ୍ରକ ଡ୍ରାଇଭର ହେଲେ ସ୍ଥାନୀୟ ରଙ୍ଗଣୀ ପାଟଣା ପଞ୍ଚାୟତ ଗୋଡି ପଲ୍ଲୀ ଗ୍ରାମର ପ୍ରତାପ ଦାସ ଏବଂ ଅନ୍ୟଜଣେ ଟ୍ରାକ୍ଟର ଡ୍ରାଇଭର ହେଲେ ସଂଞ୍ଜୟ ସେଠୀ । ପ୍ରକାଶ ଥାଉକି ନିୟମିତ ଭାବେ ବେଆଇନ୍ ଖଣିରୁ ପଥକଟା ଚାଲିଥିବା ବେଳେ ଖଣି ବିଭାଗ ଓ ପୋଲିସକୁ ଚକମା ଦେଇ ମାଫିଆ ମାନଙ୍କ ଦ୍ବାରା ପରିଚାଳିତ ତିନି ସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ପ୍ରତିଦିନ ଚୋରା ମାଙ୍କଡ଼ା ପଥର ବେଆଇନ ପରିବହନ ପ୍ରତିଦିନ ଲାଗିରହିଛି । ହେଲେ ସମୟକ୍ରମେ କେତେକ ବେଆଇନ ପଥର ଟ୍ରକ୍ ଜବତ ହେଉଥିବା ବେଳେ ଜରିମାନା ଅସୁଲ ପରେ ସେଗୁଡ଼ିକୁ ଛାଡ଼ିଦିଆଯାଉଛି । ଫଳରେ ପରବର୍ତ୍ତୀ ସମୟରେ ପୁନର୍ବାର ଗାଡ଼ିଗୁଡ଼ିକରେ ଚୋରା ମାଙ୍କଡ଼ା ପଥର ଚାଲାଣ ହେବା ଗତାନୁଗତିକ ପ୍ରକ୍ରିୟାରେ ପରିଣତ ହୋଇଯାଇଛି ।
ରାଜ୍ୟ
ଜାରି ରହିଛି ବେଆଇନ ମାଙ୍କଡା ଚାଲାଣ : ଟ୍ରକ୍, ଟ୍ରାକ୍ଟର ଜବତ
- Hits: 46








