ହେଡଲାଇନସ୍:

ମାର୍ଚ୍ଚ ୧ରେ ନୟାଗଡ଼ ଜିଲ୍ଲା “ବିକଶିତ ଭାରତ ଯୁବ ସଂସଦ” କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୪।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷ ପରିସରରେ ଜାତୀୟ ସେବା ଯୋଜନା ୟୁନିଟ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବିକଶିତ ଭାରତ ଯୁବ ସଂସଦ କାର୍ଯ୍ୟକ୍ରମ ନିମନ୍ତେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯୁବ ବର୍ଗଙ୍କୁ ଭାରତର ବିକାଶରେ ସାମିଲ୍ କରିବା, ସେମାନଙ୍କୁ ସେମାନଙ୍କ ମତ ରଖିବାର ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଆସନ୍ତା ମାର୍ଚ୍ଚ ମାସ ୦୧ ତାରିଖ ରବିବାର ଦିନ ଆୟୋଜିତ ହେବ । ଏଥିରେ ଭାଗନେବା ପାଇଁ ୧୮ ରୁ ୨୫ ବର୍ଷ ବୟସ ମଧ୍ୟରେ କୌଣସି ଯୁବକ ଯୁବତୀ ଅନ୍‌ଲାଇନ୍ ମାଧ୍ଯମରେ ଚଳିତ ଫେବୃଆରୀ ୨୭ ତାରିଖ ୧୨ଟା ମଧ୍ଯରେ “ମାଇଁ ଭାରତ ପୋଟାଲ୍”ରେ ନିଜ ନାମ ପଞ୍ଜିକରଣ କରିପାରେ । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ସମସ୍ତ ମହାବିଦ୍ୟାଳୟରୁ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଓ ଆବେଦନ କରିଥିବା ଯୋଗ୍ୟ ଯୁବବର୍ଗ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ରଛାତ୍ରୀ ବା ଯୁବବର୍ଗ ଚୟନ ହୋଇ ଆଗାମୀ ଦିନରେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଯୋଗଦେବେ । ଏହି କାର୍ଯ୍ୟକ୍ରମକୁ କ୍ରୀଡ଼ା ଓ ଯୁବ କଲ୍ୟାଣ ବିଭାଗ, ଭାରତ ସରକାର ଓ ଜାତୀୟ ସେବା ଯୋଜନା ସହଯୋଗ କରୁଛନ୍ତି । ଏହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ ସୂଚନା ଦେଇଥ‌ିବା ବେଳେ ଜିଲ୍ଲା ନୋଡ଼ାଲ୍ ଅଫିସର ତଥା ଅଧ୍ୟାପକ ଡଃ ଚିତ୍ତରଂଜନ ଦାଶ, ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ମିସ୍ ବିଜୟଲକ୍ଷ୍ମୀ କଅଁର ଓ ଅନ୍ୟତମ ଯୋଜନା ଅଧିକାରୀ ଅରୁପାନନ୍ଦ ରାଉତ ଯୋଗଦେଇ ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

0
0
0
s2sdefault