ହେଡଲାଇନସ୍:

ସ୍ୱାଧୀନତାର  ଆଲୁଅ ଦେଖିବେ ତ ମାଙ୍କିଡିଆ !!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କାଳିଆପାଣିରୁ ଦୟାନିଧି ମହାନ୍ତ : ସ୍ୱାଧୀନତାର  71 ବର୍ଷ ପରେ ମଧ୍ୟ୍ୟ ଓଡିଶା ର ଆଦିମ ଅଧିବାସୀ ମାଙ୍କିଡିଆ ଆଜି ସ୍ୱାଧୀନତାର ଆଲୋକ ପାଇବା ପାଇଁ ଅପେକ୍ଷା ରତ l ଇତିମଧ୍ୟରେ ଅନେକ ଶାସକ ଓଡିଶା କୁ ଶାସନ କରି ଚାଲିଗଲେଣି  କିନ୍ତୁ ଏମାନେ ଆଜି ଧୀରେ ଧୀରେ ବିଲୁପ୍ତ ହୋଇ ଗଲେଣି l 70 ବର୍ଷ ପୂର୍ବରୁ ଯାହା ଥିଲେ ଏବେ ତାଠାରୁ ଆହୁରି ଦୟନୀୟ ଅବସ୍ଥା ରେ ବସବାସ କରୁଅଛନ୍ତି l ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରି ବଂଚୁଥିବା ମାଙ୍କିଡିଆ ମାନେ ଆଜି ନିଜର ପରିଚୟ ହରାଇ ବସିଲେଣି l. ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରଂସୋଳ ଗ୍ରାମ ପଂଚାୟତ ଭୀମ ଟାଙ୍ଗର ଗ୍ରାମ ନିକଟରେ କାହିଁ କେତେ ବର୍ଷ ପୂର୍ବରୁ ଏହି ଆଦିମ ଅଧିବାସୀ ମାଙ୍କିଡିଆ ମାନେ ବସବାସ କରିଆସୁଛନ୍ତି l ଏବେ ଏମାନେ ପରିବର୍ତନ ସିଳ ଆଧୁନିକ ସମାଜରେ ବଂଚିରହଵାର ସଂଘର୍ଷ ଜାରି ରଖିଛି l ତେଵେ ଏମାନେ ଏମିତି ଏକ ଗୋଷ୍ଠୀ ସମାଜ ସହିତ ଚିଲିବା ଶିଖି ପାରୁନାହାନ୍ତି l ଦରିଦ୍ର, ଦଳିତ, ଅଶିକ୍ଷିତ, ଅସ୍ଵଛ, ଅବହେଳିତ ଓ ନିଶା ଏମାନଙ୍କୁ ଜାବୁଡି ଧରିଛି l ଏଠାକାର ପ୍ରଶାସନ ଏବଂ ସବୁ ରାଜନୈତିକ ଦଳ ମାନେ ମଧ୍ୟ୍ୟ ଏମାନଙ୍କୁ ଅଣଦେଖା କରିଚାଲିଛନ୍ତି l ଆଜି ପର୍ଯନ୍ତ କେହିବି ଏମାନଙ୍କ ଉନ୍ନତି ପାଇଁ ଠୋସ ପଦକ୍ଷେପ ନେଇନାହାନ୍ତି l କେବଳ ସରକାରୀ ସ୍ଥରରେ ବିଭିନ୍ନ ଯୋଜନା ପରେ ଯୋଜନା କରାଯାଉଥିଲେ ମଧ୍ୟ୍ୟ ପୂର୍ବରୁ ଯେଉଁ ଅବସ୍ଥରେ ଥିଲେ ଏବେ ତାହାଠାରୁ ଅତି ଦୟନୀୟ ଅବସ୍ଥା ରେ ବାସକରୁଛନ୍ତି l ସ୍ଥନୀୟ ସରପଞ୍ଚ ଙ୍କର ବିଭିନ୍ନ ମିଥ୍ୟା ପ୍ରତିଶୃତି ଓ ଆଶ୍ୱାସନା କେବଳ ଏକ ପ୍ରହସନ ଭଳି ଲାଗୁଛି l ଏବେ ଏମାନେ ଯେଉଁ ଠାରେ ବସବାସ କରି ରହୁଛନ୍ତି ସେଠାରେ ମଣିଷମାନ ଯେ ବସବାସ କରିରହୁଚନ୍ତି ତାହା ସ୍ଵ ଚଷୁ ରେ ନ ଦେଖିଲେ  ବିଶ୍ୱାସ କରିହେବ ନାହିଁ l ତେଵେ ଏଠାରେ ନରହି ଜିବେଵା କେଉଁଠି l ଦୀର୍ଘ 2012 ମସିହା ପରଠାରୁ ପ୍ରାୟ 100 ଟି ପରିବାର ମଧ୍ୟରୁ 87 ଟି ମାଙ୍କିଡିଆ ପରିବାରକୁ  ସରକାର ପ୍ରତ୍ୟେକେ ଚାରି ଡେସିମିଲ  ଲେଖାଏଁ ଘର ଡିହ ପଟା ବଣ୍ଟା ସରିଛି l କିନ୍ତୁ ପ୍ରଶାସନ ଏବଂ ସ୍ଥାନୀୟ ସରପଞ୍ଚ ଙ୍କର ଇଛା ଶକ୍ତି ଓ ଅପାରଗତା ଯୋଗୁଁ ଆଜି ଯାଏ ଏମାନେ ଥଇ ଥାନ ହୋଇ ପାରିନାହାନ୍ତି l କୌଣସି ସରକାରୀ ଯୋଜନା ର ଲାଭ ଏମାନେ ପାଇ ପାରିନାହାନ୍ତି l କୌଣସି କ୍ଷେତ୍ରରେ ମଧ୍ୟ୍ୟ ଏମାନଂକୁ ପ୍ରାଥମିକତା ଦିଆଯାଉନାହିଁ l ଯେଉଁଠାରେ ଏମାନେ ରହୁଛନ୍ତି ତାର ଖୁବ ନିକଟରେ ମାତ୍ର 10 ଫୁଟ ଦୂରତାରେ ଅଲଗା ଜାତି ଏବଂ ସମ୍ପ୍ରଦାୟର ଲୋକମାଙ୍କର ଘର ରହିଅଛି l ଏହି ଘରଗୁଡ଼ିକ ଏବେ ପ୍ରାୟ ୮ ଦଶ  ବର୍ଷ ହେବ ଏମାନେ କରିଅଛନ୍ତି l କିନ୍ତୁ ଏମାନେ ମାଙ୍କିଡିଆମାନଙ୍କଠାରୁ ଅନେକ ବର୍ଷ ପରେ ଘର କରିଥିଲେ ମଧ୍ୟ୍ୟ ଏମାନଙ୍କୁ ବିଜୁଳି, ପାଇଖାନା ଘର, ଇନ୍ଦିରା ଆବାସ ଏବଂ ସମସ୍ତ ସରକାରୀ ସୁବିଧା ଯୋଗାଇ ଦିଆଯାଇଅଛି l ହେଲେ ମାଙ୍କିଡିଆ ମାନଙ୍କର ଅବସ୍ଥା ଜତପୁର୍ବ ତତ ପରଂ ରହିଅଛି l ସାଧାରଣରେ ପ୍ରଶ୍ନ ଉଠେ ଏକlଜାଗାରେ  ରହୁଥିଲେ ମଧ୍ୟ୍ୟ ଅନ୍ୟ ଲୋକ ମାନେ ସବୁସୁବିଧା ପାଇ ପାରୁଛନ୍ତି ମାଙ୍କିଡିଆ ମାନେ କାହିଁକି ପାଉନାହାନ୍ତି l ରାଜ୍ୟର ଆର୍ଥିକ କରିଡର ଭାବେ ପରିଚିତ ଏହି ଖଣିଅଂଚଳ ର ମାଙ୍କିଡିଆ ମାନଙ୍କୁ ଏତେ ବୈମାତୃକ ମନୋଭାବ କାହିଁକି l ସ୍ଥାନୀୟ ସରପଞ୍ଚଙ୍କୁ ପ୍ରଶ୍ନ ଓଡ଼ିଶାର ସର୍ବପୁରାତନ ଏହି ଆଦିମ ଅଧିବାସୀ ମାନଙ୍କୁ କେବେ ରହିବା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି ଆଲୋକ ଏବଂ ଅନ୍ୟାନ୍ୟ ସରକାରୀ ସୁବିଧାସୁଯୋଗ ଯୋଗାଇ ଦେବେ?

 

0
0
0
s2sdefault