ହେଡଲାଇନସ୍:

ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦର ଦ୍ଵିତୀୟ ସାଧାରଣ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଷଷ୍ଠ ଜଗତସିଂହପୁର ଜିଲ୍ଲାପରିଷଦ ଦ୍ଵିତୀୟ ସାଧାରଣ ବୈଠକ ଜିଲ୍ଲାପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି l ବୈଠକରେ ଯୋଗଦେଇ ସରକାରୀ ମୁଖ୍ୟ ସଚେତନ ତଥା ବିଧାୟକ, ଜଗତସିଂହପୁର ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି କହିଲେ ଜିଲ୍ଲାର କେଉଁ ବ୍ଲକରେ କେତେ ଉଠାଜଳସେଚନ ପଏଣ୍ଟ ରହିଛି ଓ ସେଥିମଧ୍ୟରୁ କେତେ କାର୍ଯ୍ୟକ୍ଷମ ଅଛି ଏବଂ କେତେ ଖରାପ ରହିଛି ତାହାର ସ୍ଟାଟସ ରିପୋର୍ଟ ପ୍ରଦାନ କରିବାକୁ ଉଠା ଜଳ ସେଚନ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ l ବୈଠକରେ ଯୋଗଦେଇ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ କହିଲେ ଯାହାସବୁ ମୌଳିକ ସମସ୍ୟା ରହିଛି ତାହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ l ବାଲିକୁଦା, ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ, ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ବୈଠକରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟ୍ଟୱାରୀ କହିଲେ ସମସ୍ତ ସରକାରୀ ଅଧିକାରୀମାନେ ଜନପ୍ରତିନିଧିମାନଙ୍କୁ ପ୍ରତ୍ୟେକ ପ୍ରକଳ୍ପ ସଂପର୍କରେ ସୂଚନା ଦେବା ସହିତ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତୁ l ବୈଠକରେ ଜିଲ୍ଲାପରିଷଦର ସାତଟି ଷ୍ଟାଣ୍ଡିଙ୍ଗ କମିଟି ଗଠନ ଓ ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ନମଃ ପାଠ କରାଯାଇଥିଲା l ମୁଖ୍ୟ ସଚେତକ ନୂଆପୋଲ -ଗଉଡ଼ୁଣୀ ପଡିଆ ବାଇପାସ ରୋଡ଼ର ନୂଆପୋଲରୁ କଲେଜ ଛକ ରାସ୍ତାକୁ ସ୍ୱାଧୀନତା ସଂଗ୍ରାମୀ ପ୍ରିୟନାଥ ଦେଙ୍କ ନାମରେ ଏବଂ ଚାଟରାଠାରୁ ଗଉଡ଼ୁଣୀ ପଡିଆ ପର୍ଯ୍ୟନ୍ତ ରାସ୍ତାକୁ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ର ନାମରେ ନାମିତ କରିବାପାଇଁ ପ୍ରସ୍ତାବ ରଖିଥିଲେ l ଏହି ବୈଠକରେ ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା l ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟ, ପଂଚାୟତ ସମିତି ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଓ କ୍ଷେତ୍ରୀୟ ଅଧିକାରୀ, ସମସ୍ତ ବିଡ଼ିଓମାନେ ଉପସ୍ଥିତ ଥିଲେ l ଜିଲ୍ଲାପରିଷଦ ଓ ଉପସଭାପତି ସୁଜାତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l

0
0
0
s2sdefault