ହେଡଲାଇନସ୍:

ପୋଲିସ ପରୀକ୍ଷା ବେଳେ ପରୀକ୍ଷାର୍ଥୀ ପ୍ରାଣ ହରାଇଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବୌଦ୍ଧ (ସିମୁନ୍ ନାଏକ): ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି)ରେ ନିଯୁକ୍ତି ପରୀକ୍ଷ| ଚାଲିଥିବାବେଳେ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଇ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି  ହୋଇଛନ୍ତି । ସୂଚନା ମୁତାବକ ଆଜି ସକାଳୁ ନିଯୁକ୍ତି ର 5 କିଲୋମିଟର ଦୌଡ ପରୀକ୍ଷା ଚାଲିଥିବାବେଳେ ଆଉ 200 ମିଟର ବାକିଥାଇ 3 ଜଣ ପରୀକ୍ଷାର୍ଥୀ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ସେମାନଙ୍କୁ ବୋୖଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଚିକିତ୍ସା ଅବସ୍ଥାରେ ନୟାଗଡ ଜିଲା ସୋରଡା ଗ୍ରାମର ପ୍ରବାସୀ ନାୟକଙ୍କ ମୃତ୍ୟୁ ହୋଇଯାଉଥିବାବେଳେ ଢେଙ୍କାନାଳ ଜିଲା ଗେଲେଇକୁଟୁଣୀ ଗ୍ରାମର କୁନା ନାୟକ ଓ ବୋୖଦ୍ଧ ଜିଲା କରଡି ଗ୍ରାମର ପ୍ରଭାତ କୁମାର ସାହୁ ଏବେ ମଧ୍ୟ ଚିକିତ୍ସାଧୀନ ରହିଛନ୍ତି । ତେବେ ଚିକିତ୍ସାଧୀନ ଯୁବକମାନେ ବିପଦମୁକ୍ତ ଥିବା ଡାକ୍ତର ପ୍ରକାଶ କରିଛନ୍ତି ।

0
0
0
s2sdefault