ହେଡଲାଇନସ୍:

୫ଜି ଜରିଆରେ ବଦଳିବ ଗାଁର ରୂପରେଖ, “ଜିଓ ଗୋ-ସମୃଦ୍ଧି” ଜରିଆରେ ଲମ୍ପି ଭଳି ରୋଗ ଦୂର ହେବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • - ଜିଓ-କୃଷି ଜରିଆରେ ରିଅଲ ଟାଇମ୍‌ରେ ଚାଷୀଙ୍କୁ ମିଳିବ ମହତ୍ୱପୂର୍ଣ୍ଣ ସୂଚନା

  • - ୫ଜି ସଂଯୁକ୍ତ ଡ୍ରୋନ୍ ମାଧ୍ୟମରେ ହେବ ଔଷଧ ସିଂଚନ

ଭୁବନେଶ୍ୱର: ରିଲାଏନ୍ସ ଜିଓ ଏଭଳି କିଛି ୫ଜି ସମାଧାନ ବିକାଶ କରିଛି ଯାହା ଗ୍ରାମୀଣ ଭାରତର ରୂପରେଖ ବଦଳାଇବାର କ୍ଷମତା ରଖିଛି । ଏହି ୫ଜି ସମାଧାନଗୁଡ଼ିକ ଚାଷବାସଠାରୁ ଆରମ୍ଭ କରି ପଶୁପାଳନ ପର୍ଯ୍ୟନ୍ତ ସବୁ କିଛିର ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆଣିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନି ୫ଜି ପ୍ରଯୁକ୍ତିକୁ କାମଧେନୁ ଭାବରେ ଅଭିହିତ କରିଛନ୍ତି । ଏହା ଏଭଳି ଏକ ପ୍ରଯୁକ୍ତି ଯାହା ସହର ସହିତ ଗ୍ରାମାଚଂଳ ପାଇଁ ମଧ୍ୟ ବରଦାନ ସାବ୍ୟସ୍ତ ହେବ ।
ନିକଟରେ ଲମ୍ପି ରୋଗ ଯୋଗୁଁ ହଜାର ହଜାର ପଶୁଙ୍କ ମୃତ୍ୟୁ ହୋଇଥିଲା । ସେହି ସମୟରେ ଏଭଳି ଏକ ଉତ୍ପାଦ ଆବଶ୍ୟକ ହେଉଥିଲା ଯାହା ପଶୁମାନଙ୍କ ରୋଗ ବିଷୟରେ ଆଗ୍ରୁଆ ସୂଚନା ଦେଇପାରିବ । “ଜିଓ ଗୋ ସମୃଦ୍ଧି’ ନାମରେ ରିଲାଏନ୍ସ ଜିଓ ପକ୍ଷରୁ ଏକ ୫ଜି କନେକ୍ଟେଡ୍ ଡିଭାଇସ୍‌ର ବିକାଶ କରାଯାଇଛି । ପାଂଚ ବର୍ଷ ପର୍ଯ୍ୟନ୍ତ କାମ କରିପାରୁଥିବା ଏହି ୪ ଇଂଚ୍‌ର ଡିଭାଇସ୍‌କୁ କେବଳ ପଶୁମାନଙ୍କ ବେକରେ ଘଂଟି ଭଳି ବାନ୍ଧିବାକୁ ହେବ । ଏହା ପରେ ଡିଭାଇସ୍ ସବୁ କାମ କରିବ । ଦେଶରେ ଦୁଗ୍ଧ ପ୍ରଦାନ କରୁଥିବା ପ୍ରାୟ ୩୦ କୋଟି ପଶୁମାନଙ୍କ ଉପରେ କେବଳ ୫ଜି ସ୍ପିଡ୍ ଜରିଆରେ ଏକସଙ୍ଗେ ନଜର ରଖାଯାଇପାରିବ ।
ପଶୁ କେତେବେଳେ ଖାଦ୍ୟ ଖାଇଲେ, କେତେ ବେଳେ ପାଣି ପିଇଲେ, କେତେବେଳେ ପାକୁଳି କଲେ ଭଳି ମହତ୍ୱପୂର୍ଣ୍ଣ ସୂଚନାକୁ ପଶୁପାଳନମାନଙ୍କୁ ଏହି ଡିଭାଇସ୍ ପ୍ରଦାନ କରିବ । ସବୁ ପଶୁପାଳକ ଏହା ଜାଣନ୍ତି ଯେ ରୋଗଗ୍ରସ୍ତ ହେବା ପୂର୍ବରୁ ପଶୁମାନେ ପାକୁଳି କରିବା କମ୍ କରନ୍ତି କିମ୍ବା ବନ୍ଦ କରିଦିଅନ୍ତି । ପାକୁଳି କମ୍ କରିବା କିମ୍ବା ବନ୍ଦ କରିବା ସମ୍ପର୍କରେ ଏହି ଡିଭାଇସ୍ ସତର୍କ ସୂଚନା ଜାରି କରିବ । ଏହି ଡିଭାଇସ୍ ପଶୁଙ୍କ ଗର୍ଭଧାରଣର ସଠିକ୍ ସମୟ ମଧ୍ୟ ଜଣାଇବ ।
ଚାଷ ଜମି ଓ ମୃତିକା ସ୍ୱାସ୍ଥ୍ୟର ମଧ୍ୟ ଜିଓର କୃଷି ୫ଜି ଡିଭାଇସ୍ ଯତ୍ନ ନେବ । କେତେ ପରିମାଣର ବର୍ଷା ହୋଇଛି ଓ ମାଟି ତଥା ପରିବେଶରେ ଆର୍ଦ୍ରତା କିଭଳି ରହିଛି ଏବଂ ଅତ୍ୟଧିକ ଗରମ ଭଳି ସୂଚନା ଏହି ଡିଭାଇସ୍ ବାସ୍ତବ ସମୟ ଭିତରେ ଚାଷୀଙ୍କୁ ପ୍ରଦାନ କରିବ । ଏକ ସ୍ୱତନ୍ତ୍ର ପାଣିପାଗ ପରିସ୍ଥିତିରେ କେଉଁଭଳି କୀଟ ଫସଲ ଉପରେ ଆକ୍ରମଣ କରିବା ଆଶଙ୍କା ରହିଛି ତାହାର ସତର୍କ ସୂଚନା ମଧ୍ୟ ଏହି ଡିଭାଇସ୍ ପ୍ରଦାନ କରିବ ।
ଜିଓ ଏଭଳି ଡ୍ରୋନ୍ ସମାଧାନ ପ୍ରସ୍ତୁତ କରିଛି ଯେଉଁଥିରେ ୫ଜିର ସଂଯୋଗ ରହିଛି । ଏହି ଡ୍ରୋନ୍ ଜିଓ-କୃଷି ଡିଭାଇସ୍‌ରୁ ତଥ୍ୟ ସଂଗ୍ରହ କରି ଫସଲରେ କୀଟ ଲାଗିବା ପୂର୍ବରୁ ଔଷଧ ସିଂଚନ କରିବ । ସବୁ ପ୍ରକାର ସତର୍କତା ଅବଲମ୍ବନ କରିବା ସତ୍ୱେ ଯଦି ଫସଲରେ କୀଟ ଲାଗିବ ତେବେ ଏହି ବୁଦ୍ଧିମାନ ଡ୍ରୋନ୍ କେବଳ କୀଟ ଲାଗିଥିବା ସ୍ଥାନରେ ଔଷଧ ସିଂଚନ କରିବ । ମାଟି ଭଲ ରହିଲେ ଫସଲ ମଧ୍ୟ ବଢ଼ିଆ ହେବ ଏବଂ ଗାଁ ସମୃଦ୍ଧ ହୋଇପାରିବ ।

0
0
0
s2sdefault