ହେଡଲାଇନସ୍:

ଯନ୍ତ୍ର ଖତ ଖାଇବା ଆଗରୁ ଲୋକଙ୍କ କାମରେ ଲାଗିବ ତ !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭିତ୍ତିଭୂମି ଅଭାବରୁ ପଦ୍ମପୁର ଏକ୍ସରେ ବିଭାଗରେ ପଡି ପଡି ଖତ ହେଉଛି ଉନ୍ନତ ମାନର ଯନ୍ତ୍ରପାତି ।

ପଦ୍ମପୁର- ଲୋକମାନେ ସୁବିଧାରେ ଏବଂ ବିନା ମୂଲ୍ୟରେ ସ୍ବାସ୍ଥ୍ୟ ସେବା ପାଇ ପାରିବେ ବୋଲି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି କର୍ମଚାରୀ ଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଛନ୍ତି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ ଠାରେ ଆଖପାଖ ଅଞ୍ଚଳର ଅଧିକାଂଶ ଲୋକ ଚିକିତ୍ସିତ ହେବାପାଇଁ ଆସିଥାନ୍ତି । ଚିକିତ୍ସା ପାଇଁ ସରକାର ବର୍ତ୍ତମାନ ଉନ୍ନତ ମାନର ଯନ୍ତ୍ରପାତି ଯୋଗାଇ ଦେଉଛନ୍ତି । ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ୍ସରେ ବିଭାଗରେ ଥିବା ମେସିନ ଗୁଡିକ ବହୁ ଦିନ ପୁରୁଣା ହେଲାଣି ତେଣୁ ନୂତନ ଉନ୍ନତ ଧରଣର ଯନ୍ତ୍ରପାତି ଯୋଗାଇ ଦେଇଛନ୍ତି ହେଲେ ଆବଶ୍ୟକ କୋଠା ନ ଥିବା କାରଣରୁ ତାହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ ଏବଂ ପଡିପଡି ଖତ ଖାଉଛି । ଲୋକମାନେ ପର୍ଯ୍ୟାପ୍ତ ସେବା ନ ପାଇ ବେସରକାରୀ ଭାବରେ ଚିକିତ୍ସିତ ହୋଇ ଖର୍ଚ୍ଚାନ୍ତ ହେଉଥିବା ଦେଖିବାକୁ ମିଲୁଛି । ଏଥିପ୍ରତି ପ୍ରଶାସନ ଧ୍ୟାନ ଦେଇ ଏହାର ସୁପରିଚାଳନା କଲେ ଲୋକମାନେ ଉପଯୁକ୍ତ ସେବା ପାଇବା ସହ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ପାଇପାରିବେ ।

0
0
0
s2sdefault