ହେଡଲାଇନସ୍:

ଟାଟାଷ୍ଟିଲର ଏମଡି ଖଣିଅଂଚଂଳ ପରିଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟାଟା ଅଧିକାରୀଙ୍କ ଚଂଚକତା : ବାଛି ବାଛି ଭଲ ସ୍କୁଲ ଦେଖାଇବା ଉଦ୍ଦେଶ୍ୟ କଣ 

 କାଳିଆ ପାଣିରୁ ଦୟାନିଧି ମହାନ୍ତ  -   ସୋମବାର ଦିନ ଟାଟା କମ୍ପାନୀ ପରିଚାଳନା ନିର୍ଦ୍ଦେଶକ  ମାଇନିଂ ଠାରୁ ବାର କି ମି  ଦୂରରେ ଥିବା  କଂlକଡ଼ପାଳ ପଂଚାୟତ ର କାଦୁଅବନ୍ଦୀ ଗାଁ ସ୍କୁଲକୁ ପରିଦର୍ଶନରେ ଯାଇଥିଲେ l Aspire  ସଂସ୍ଥା ତରଫରୁ କାଦୁଅବନ୍ଦୀ ସ୍କୁଲରେ ଗରିବ ପିଲାମାନଙ୍କୁ ମାଗଣାରେ ଶିକ୍ଷା ଦାନ ଦିଆଯାଉଅଛି l ଏହାର ସଠିକ ଉପଯୋଗ କିପରି କରାଯାଉଛି ତାହା ଜାଣିବାପାଇଁ ସେ ସେଠାକୁ ଯାଇଥିଲେ l ପ୍ରାୟ ଏକ ଶହରୁ ଅଧିକ ଗରିବ ଶ୍ରେଣୀର ପିଲାମାନଙ୍କୁ ଏହି ସଂସ୍ଥା ଦ୍ୱାରା ଏଠାରେ ଶିକ୍ଷା ଦାନ କରାଯାଉଅଛି l ଟାଟା କମ୍ପାନୀ ର ପଚାଶ ବର୍ଷ ରୁ ଅଧିକ ଇତିହାସ ମଧ୍ୟରେ କୌଣସି କମ୍ପାନୀର MD ଙ୍କର ଏହା ପ୍ରଥମ ଗସ୍ତ  l କିନ୍ତୁ ସାଧାରଣ ରେ ପ୍ରଶ୍ନ ଉଠେ ଏପରି ଅଚାନକ ଗସ୍ତ କାହିଁକି l କୌଣସି ଗଣମାଧ୍ୟମକୁ ନ ଜଣାଇ ଖଣିଅଂଚଂଳର ସମସ୍ତଙ୍କର ଅଗୋଚରରେ ଏପରି ଗସ୍ତ କାହିଁକି କରାଗଲା?  ରଂlସୋଳ ପଞ୍ଚଯାତରେ ଟାଟା କମ୍ପାନୀ ଅବସ୍ଥିତ ଥାଇ ଏକ ସବୁଦିଗରୁ ଉନ୍ନତ ସ୍କୁଲକୁ କାହିଁକି ପରିଦର୍ଶନ ପାଇଁ ଚୟନ କରାଗଲା ତାହା ଏକ ପ୍ରଶ୍ନ l ଖଣି ନିକଟରେ ଥିବା ଗାଁ ଗୁଡିକର ପରିସ୍ଥିତି କୁ ଅନୁଧ୍ୟାନ କଲେ ଜାଣିହେବ ଏଠାକାର ଉନ୍ନତି କଣ ହୋଇଛି l ଟାଟା କମ୍ପାନୀ ର ଖଣି ଖାଦାନ ଯୋଗୁଁ ଆଖ ପାଖ ଗାଁ ଗୁଡିକରେ ପାଣିର ସମସ୍ୟା ଏତେ ସଙ୍କଟାପର୍ଣ୍ଣ, ସବୁ ଗାଁ ରେ ଲୋକମାନେ ବିଭିନ୍ନ ରୋଗ ବ୍ୟାଧି ରେ ପ୍ରପୀଡ଼ିତ l ନଳକୂପ, ଝରଣା ଓ ନଦୀର ପାଣିରେ କ୍ରୋମାଇଟ ମିଶ୍ରଣ ଯୋଗୁଁ ଲୋକମାନେ ସୁଗାର, କ୍ୟାନ୍ସର, ଟି ବି ଓ ବିଭିନ୍ନ ଦୁରା ରୋଗ୍ୟ ରୋଗରେ ଚିକିତ୍ସା ଅଭାବରୁ ମରିହଜି ଯାଉଛିଛନ୍ତି l ଟାଟା ଖଣି ଅଂଚଳରେ ଉତ୍ତମ ଶିକ୍ଷା, ଉତ୍ତମ ଚିକିତ୍ସା, ରୋଜଗାର ର ଅଭାଵ ଯୋଗୁଁ ଲୋକମାନେ ହଇରାଣ ହରକତ ହେଉଛନ୍ତି l ଟାଟା କମ୍ପାନୀର ସ୍ଥାନୀୟ ଅଫିସର ମାନେ ଜାଣିଶୁଣି ଏପରି ଅଣଦେଖା କରୁଥିବାରୁ ଗତକାଲି ସମାଜସେବିକା ଗୀତା ମହାନ୍ତ ଟାଟା କମ୍ପାନୀର ଏମଡିଙ୍କୁ ଏକ ୬ ଦଫା ଦାବିପତ୍ର ପ୍ରଦାନ କରଛନ୍ତି l

0
0
0
s2sdefault