ହେଡଲାଇନସ୍:

ସ୍ୱଚ୍ଚ୍ଥ ଓ ଊତ୍ତରଦାୟୀ ଭାବେ କାର୍ଯ୍ୟ ସଂପାଦନ କର : ଜିଲ୍ଲାପାଳ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 "ରାଜସ୍ୱ ବ୍ୟବସ୍ଥାକୁ ଏପରି ଶୃଙ୍ଖଳିତ ଓ ସହଜ କରିବା,  ଯେପରି ଲୋକମାନେ ବାରମ୍ୱାର କାର୍ଯ୍ୟାଳୟକୁ ଧାଇଁବାକୁ ପଡିବ ନାହିଁ "

ଯାଜପୁର,(ଜୟଶଙ୍କର ଦାଶ) ସ୍ୱଚ୍ଚ୍ଥ ଓ ଊତ୍ତରଦାୟୀ ଭାବେ କାର୍ଯ୍ୟ କରି ରାଜସ୍ୱ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହେବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି ।  ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ରାଜସ୍ୱ ଅଧିକାରୀ ଓ କ୍ଷେତ୍ର କର୍ମଚାରୀ ମାନଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ  ହୋଇଥିଲା ।  ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଦାସ ରାଜସ୍ୱ ବିଭାଗ ସରକାରଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଓ ଏହାର ଗୁରୁତ୍ୱ ସାଧାରଣଙ୍କ ପାଇଁ ଅତି ଜରୁରୀ ବୋଲି କହିଥିଲେ । କୈାଣସି ଥାନାର ଆଇ.ଆଇ.ସି. ଯେପରି ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ଶକ୍ତିଶାଳୀ ସେହିପରି ରାଜସ୍ୱ ନିରୀକ୍ଷକ ଜଣଙ୍କ ସଂପୃକ୍ତ ଅଂଚଳର ଜମିଜମା କ୍ଷେତ୍ରରେ ମଧ୍ୟ ଶକ୍ତିଶାଳୀ ।  ତେଣୁ ଜମି ଜମାର ପ୍ରକୃତ ତଥ୍ୟ ଓ ସଠିକ ତଥ୍ୟ ହିତାଧିକାରୀ ମାନଙ୍କୁ ଊପଲବ୍ଧ କରାଇବା ଦାୟିତ୍ୱ ମଧ୍ୟ ରାଜସ୍ୱ ଅଧିକାରୀ, କର୍ମଚାରୀଙ୍କର ।  ବର୍ତ୍ତମାନ ପୁରାତନ ରାଜସ୍ୱ ଧାରାରେ ଅନେକ ପରିବର୍ତ୍ତନ ଘଟିଚ୍ଥି ।  ନୂଆ ଆଇନ, ବୈଷୟିକ ଜ୍ଞାନ ଯେପରି କାର୍ଯ୍ୟକାରୀ ହୋଇଚ୍ଥି ସେମିତି ଅନେକ ନୂଆ ନୂଆ ସମସ୍ୟା ମଧ୍ୟ  ଦେଖାଦେଇଚ୍ଥି ।  ତେଣୁ ନିଷ୍ଠାପର ଭାବେ ପ୍ରତ୍ୟେକ ବ୍ୟକ୍ତିକୁ ଊପଯୁକ୍ତ ସେବା ଯୋଗାଇବା, ରାଜସ୍ୱ ଆଦାୟ କରିବା ସହ ନିଜର କାର୍ଯ୍ୟକଳାପରେ ସ୍ୱଚ୍ଚ୍ଥତା ପ୍ରତିପାଦିତ କରି ନିଜର ଓ ବିଭାଗର ସମ୍ମାନକୁ ବୃଦ୍ଧି କରିବାକୁ ଶ୍ରୀ ଦାସ ପରାମର୍ଶ ଦେଇଥିଲେ ।  ରାଜସ୍ୱ କର୍ମଚାରୀଟି ବିଗାଡି ପାରେ କିମ୍ୱା ସଜାଡିପାରେ ।  କିନ୍ତୁ ବର୍ତ୍ତମାନ ସ୍ଥଚନା ଅଧିକାର ଆଇନ, ଲୋକ ସେବା ଆଇନ ମାଧ୍ୟମରେ ଊତ୍ତରଦାୟୀ  ହେବାକୁ ପଡୁଥିବାରୁ, ଆର୍ଥିକ ତଥା ଅନ୍ୟାନ୍ୟ ଦଣ୍ଡ ଇତ୍ୟାଦି ବ୍ୟବସ୍ଥା ଥିବାରୁ ଏଥିପ୍ରତି ସତର୍କ ହେବାକୁ ଜିଲ୍ଲାପାଳ ସଚେତନ କରାଇ ଦେଇଥିଲେ ।  ରାଜସ୍ୱ ବ୍ୟବସ୍ଥାକୁ ଏପରି ଶୃଙ୍ଖଳିତ ଓ ସହଜ କରିବା,  ଯେପରି ଲୋକମାନେ ବାରମ୍ୱାର କାର୍ଯ୍ୟାଳୟକୁ ଧାଇଁବାକୁ ପଡିବ ନାହିଁ  ।  ରେକର୍ଡ ସଂଶୋଧନ, ମ୍ୟାପ ସଂଶୋଧନ, ଜମି ରେକର୍ଡ ପରିଚାଳନା ବ୍ୟବସ୍ଥା, ରେଭିନୁ୍ୟ କୋର୍ଟ ମା୍ୟାନେଜମେଣ୍ଟ ସିଷ୍ଟମ ଇତ୍ୟାଦି ସହ ଅନଲାଇନରେ ସମସ୍ତ ବ୍ୟବସ୍ଥା ହେଊଥିବାରୁ କ୍ଷେତ୍ର କର୍ମଚାରୀମାନେ ଏଥିପ୍ରତି ସଚେତନ ହେବାକୁ ଶ୍ରୀ ଦାସ ନିର୍ଦ୍ଦେଶ ଦେବାସହ କ୍ଷେତ୍ର କର୍ମଚାରୀମାନେ କୈାଣସି ବ୍ୟକ୍ତିଙ୍କୁ ହଇରାଣ ନ କରି କାର୍ଯ୍ୟରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।  ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ରାଜସ୍ୱ ଆଇନର ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା, ଅନଲାଇନ  ବ୍ୟବସ୍ଥାରେ ଶିଘ୍ର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ କାର୍ଯ୍ୟରେ ସ୍ୱଚ୍ଚ୍ଥତା ଓ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରିଥିଲେ ।  ଊପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ସମସ୍ତଙ୍କୁ ସ୍ୱାଗତ କରିବା ସହ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ ।  ଅନ୍ୟ ମାନଙ୍କ ମଧ୍ୟରେ ଯାଜପୁର ତହସିଲଦାର ଲକ୍ଷ୍ମୀକାନ୍ତ ମିଶ୍ର, ରସୁଲପୁର ତହସିଲଦାର ପ୍ରତାପ ଚନ୍ଦ୍ର ରାଊତ, ଡେପୁଟୀ କଲେକ୍ଟର ଗୀତାରାଣୀ ମଲ୍ଲିକ, ଜିଲ୍ଲା ସମାଜ ବିଜ୍ଞାନ ଅଧିକାରୀ ସୁଧାଂଶୁ  ଶତପଥୀ , ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ପ୍ରମୁଖ ଯୋଗଦେଇ ରାଜସ୍ୱ ନିୟମ ସଂପର୍କରେ ଆଲୋକପାତ କରିଥିଲେ ।  ଦାନଗଦୀ ତହସିଲଦାର ବୁଲବୁଲ ବେହେରା, ବ୍ୟାସନଗର ତହସିଲଦାର ସପନ କୁମାର ନନ୍ଦ, ଧର୍ମଶାଳା ତହସିଲଦାର ପ୍ରଭାସ ବେଊରିଆ, ଦର୍ପଣ ତହସିଲଦାର ଅଶୋକ କୁମାର ଦାସ, ଯାଜପୁର ଅତିରିକ୍ତ ତହସିଲଦାର ସରୋଜ କୁମାର ରାଊତ, କ୍ଷୀରୋଦ କୁମାର ଦାସ, ସହକାରୀ ଜିଲ୍ଲାପାଳ ଊମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।  ପ୍ରାରମ୍ଭରେ କେରଳ ରାଜ୍ୟର ପ୍ରଲୟଙ୍କରୀ  ବନ୍ୟାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କ ଊଦେ୍ଧଶ୍ୟରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।  ଏଥିରେଜିଲ୍ଲାର ସମସ୍ତ ରାଜସ୍ୱ ଅଧିକାରୀ, କ୍ଷେତ୍ର କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ । 

0
0
0
s2sdefault