ହେଡଲାଇନସ୍:

କେରଳ ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଜିଲ୍ଲାପାଳଙ୍କ ନିବେଦନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(ଜୟଶଙ୍କର ଦାଶ) କେରଳର ସାମ୍ପ୍ରତ୍ତିକ ବନ୍ୟା ବିତ୍ପାତ  ହୃଦୟ ବିଦାରକ ଓ ଦୁଃଖଦାୟକ ।  ଅନେକ ଲୋକ ମୃତ୍ୟୁବରଣ କରିଥିବା ବେଳେ ଏବେବି ଅନେକ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ ଜୀବନ ନିର୍ବାହ  କରୁଚ୍ଥନ୍ତି । ବାସ ନିଶ୍ଚିହ୍ନ ହୋଇଥିବା ବେଳେ ଖାଦ୍ୟ, ପାନୀୟ, ଚିକିତ୍ସା , ବସ୍ତ୍ର ଇତ୍ୟାଦି ଯାବତୀୟ ଦ୍ରବ୍ୟର ଅଭାବ ଦେଖାଦେଇଚ୍ଥି  ସେଠାରେ ।  ବିଶ୍ୱ ତଥା ଆମ ଦେଶର ଅନେକ ରାଜ୍ୟ ମଧ୍ୟ କେରଳର ଦୁର୍ଦ୍ଧିନରେ  ସହଯୋଗର ହାତ ବଢାଇଚ୍ଥନ୍ତି ।  ଆମ ରାଜ୍ୟ ମଧ୍ୟ ସହାୟତା ପ୍ରଦାନ କରିଚ୍ଥି ।  ଗତ ୧୯୯୯ ମହା ବାତ୍ୟାରେ ଆମ ରାଜ୍ୟକୁ ଅନେକ ରାଜ୍ୟ ସହାୟତା ଓ ସହଯୋଗ କରିଥିଲେ ।  ତେଣୁ ବର୍ତ୍ତମାନ ଋଣ ସୁଝିବାର ବେଳ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ  କରିଚ୍ଥନ୍ତି ।  ପ୍ରତ୍ୟେକ କର୍ମଚାରୀ ଗୋଟିଏ ଦିନର ଦରମା  ସ୍ୱେଚ୍ଚ୍ଥାକୃତ ଭାବେ ଜିଲ୍ଳା୍ପାଳଙ୍କ ରେଡକ୍ରସ ପାଣ୍ଠିକୁ କେରଳ ବିପନ୍ନଙ୍କ ସହାୟତା ପାଇଁ ପ୍ରଦାନ କରିବାକୁ ଜିଲ୍ଲାପାଳ  ନିବେଦନ କରିଚ୍ଥନ୍ତି ।  ସେହିପରି ସାଧାରଣ ବ୍ୟକ୍ତି ବିଶେଷ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ , ଘରୋଇ ଊଦ୍ୟୋଗରେ ନିୟୋଜିତ ବ୍ୟକ୍ତି ବିଶେଷ ଯଦି ସହାୟତା କରିବାକୁ ଚାହୁଁଥିବେ ତେବେ ସେମାନେ କଲେକ୍ଟର-କମ୍-ଚେୟାରମ୍ୟାନ, ଡିଷ୍ଟ୍ରିକ୍ଟ ରେଡକ୍ରସ ବ୍ରାଞ୍ଚ, ଯାଜପୁରଙ୍କ ନାମରେ ଚେକ୍, ବ୍ୟାଙ୍କ ଡ୍ରାଫ୍ଟ  ଇତ୍ୟାଦି କେରଳ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ବୋଲି ଊଲ୍ଲେଖ କରି ପ୍ରଦାନ କରିପାରିବେ ।  ତେଣୁ ସ୍ୱେଚ୍ଚ୍ଥାକୃତ ଭାବେ ସହାୟତା କରିବାକୁ ଜିଲ୍ଲାପାଳ ଶ୍ରୀ ଦାସ ନିବେଦନ କରିଚ୍ଥନ୍ତି ।  

 

0
0
0
s2sdefault