ହେଡଲାଇନସ୍:

ଅଗ୍ରସେନ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକପ୍ରଶାସକ)- ବରଗଡ଼ ଜିଲ୍ଲା ପଦ୍ମପୁର ମାରଓ୍ବାଡି ଧର୍ମଶାଳା ଠାରେ ରକ୍ତଦାନ ଶିବିର ଆୟୋଜନ ହୋଇଛି । ଅଗ୍ରସେନ ଜୟନ୍ତୀ ଅବସରରେ ବିରାଟ ରକ୍ତଦାନ ଶିବିର ଆୟୋଜନ କରିଛି ପଦ୍ମପୁର ମରୱ।ଡ଼ି ସମାଜ । ପଦ୍ମପୁର ମରୱ।ଡ଼ି ଧର୍ମଶାଳା ଠାରେ ଏହି ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ଏହି ରକ୍ତ ଦାନ ଶିବିରରକୁ ପଦପୁର ତହସିଲଦାର ସଜ୍ଜନ ସେଠ ଓ ଡାକ୍ତର ଯଦୁମଣି ସାହୁ ଫିତା କାଟି ଉଦଘାଟନ କରିଛନ୍ତି । ଏହି ରକ୍ତ ଦାନ ଶିବିରରେ ମରୱ।ଡ଼ି ମହିଳା ଓ ପୁରୁଷ ରକ୍ତଦାନ କରିଥିଲେ ଏହା ଶହ ପଦ୍ମପୁର ର ବିଭିନ୍ନ ଲୋକ ମଧ୍ୟ ରକ୍ତଦାନ କରିଥିଲେ । ଏପରି ରକ୍ତଦାନ ଶିବିର ଆୟୋଜନ କରି ବିଭିନ୍ନ ସଂସ୍ଥା ରକ୍ତ ଭଣ୍ଡାର ଆବଶ୍ୟକୀୟ ରକ୍ତ ଯୋଗାଉଛନ୍ତି ଯାହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ । ମୁଖ୍ୟ ଅତିଥି ପଦ୍ମପୁର ତହସିଲଦାର ନିଜେ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ଅଗ୍ରଓ୍ବାଲ ସମାଜର ଅମରଦୀପ ଅଗ୍ରଓ୍ବାଲ, ବଜରଙ୍ଗ ଅଗ୍ରଓ୍ବାଲ,ନରେଶ ଅଗ୍ରଓ୍ବାଲ, ରମେଶ ଅଗ୍ରଓ୍ବାଲ,ନବୁ ଅଗ୍ରଓ୍ବାଲ,ସୁନିଲ ଅଗ୍ରଓ୍ବାଲ, ଆଶିଷ ବଂସଲ ଏବଂ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ ।

0
0
0
s2sdefault