ଜାତୀୟ ପତାକା ପ୍ରସ୍ତୁତ ପାଇଁ ପ୍ରଶଂସା କଲେ ନବୀନ

ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଜୟ ଜଗନ୍ନାଥ ମିଶନଶକ୍ତି ସଭ୍ୟାମାନେ ଗୁରୁବାର ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଥିଲେ । ୭୫ତମ ସ୍ବାଧୀନତା ଦିବସ ପାଳନରେ ମା’ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ଦକ୍ଷତାର ସହ ତୁଲାଇ ଥିବାରୁ ମିଶନ ଶକ୍ତିର ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମିଶନ ଶକ୍ତି ମା’ମାନଙ୍କ କାମର ପ୍ରଶଂସାକରି ଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଆପଣମାନେ ଏହାକୁ ସଫଳତାର ସହ ନିର୍ବାହକରି ମୁଖ୍ୟମନ୍ତ୍ରୀଙ୍କ ଭରସାକୁ ସାକାର କରିଛନ୍ତି। ଜାତୀୟ ପତ୍ତାକା ତିଆରିପରି ଏକ ମର୍ଯ୍ୟଦାପୂର୍ଣ୍ଣ ଦାୟିତ୍ବ ଅର୍ପଣ କରିଥିବାରୁ ଜୟ ଜଗନ୍ନାଥ ମିଶନ ଶକ୍ତିର ସମ୍ପାଦିକା ମିନତୀ ସାହୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ। ମିଶନ ଶକ୍ତିରେ ସାମିଲହୋଇ ଆମେ ଗର୍ବିତ ବୋଲି ପ୍ରକାଶ କରିବା ସହିତ ଏଥିପାଇଁ ଆଜି ବିଭିନ୍ନ କ୍ଷେତ୍ରରେ ନିଜର ପ୍ରତିଭାର ବିକାଶ ହୋଇପାରିଛି ବୋଲି କହିଥିଲେ।ସୂଚନାଯୋଗ୍ୟ ଚଳିତବର୍ଷ ସ୍ୱାଧୀନତାର ୭୫ତମ ପୂର୍ତ୍ତି ଅବସରରେ ରାଜ୍ୟ ସରକାର ଜୟ ଜଗନ୍ନାଥ ମିଶନ ଶକ୍ତିର ସଦସ୍ୟମାନେ ୧ ଲକ୍ଷ ୫୦ ହଜାର ଜାତୀୟ ପତାକା ପ୍ରସ୍ତୁତି ଓ ବଣ୍ଟନ ଦାୟିତ୍ୱ ସଫଳତାର ସହ ନିର୍ବାହ କରିଥିଲେ।











