ନିଶ୍ଚିନ୍ତକୋଇଲି(ଦେବେନ୍ଦ୍ର ଷଢଙ୍ଗୀ)-ଆସନ୍ତା ସୋମବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ପ୍ରଦାନ ନିମନ୍ତେ ଏକ ଋଣ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସିଡ଼ିପିଓ ଲୀଳାବତୀ ସେଠୀ, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ମନୋଜ ସେଠୀ, ଜିଲ୍ଲାପରିଷଦ ଭୂପତିଭୂଷଣ ଷଣ୍ଢ, ବିପ୍ଳବ କାପ, ଜ୍ୟୋତିପ୍ରକାଶ ସ୍ୱାଇଁଙ୍କ ସମେତ ସମସ୍ତ ପ ।ୟତର ସରପ ସମିତିସଭ୍ୟ ମାନେ ଯୋଗଦାନ କରିଥିଲେ । ସୋମବାର ଦିନ ଅନୁଷ୍ଠିତ ମେଳାରେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ମୋଟ୍ ୨୫୬ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ଋଣ ପ୍ରଦାନ କରାଯିବ ବୋଲି ଜଣାଯାଇଛି ।
ରାଜ୍ୟ
ସ୍ୱୟଂ ଗୋଷ୍ଠୀଙ୍କୁ ଋଣ ପ୍ରଦାନ ପାଇଁ ପ୍ରସ୍ତୁତି ବୈଠକ
- Hits: 513