ହେଡଲାଇନସ୍:

ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା  ଶିଶୁ ଉଦ୍ଧାର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଡୁବୁରୀ (ସନାତନ ମହାନ୍ତ) –ଦାନଗଦୀ ବ୍ଲକ୍ ଅନ୍ତର୍ଗତ ବାବାଜୀଡାହି ୰ ସୁକାନ୍ତ ମୁଣ୍ଡାଙ୍କ ପୁତ୍ର ଟୁକୁନା ମୁଣ୍ଡାକୁ ଯାଜପୁର ଜିଲ୍ଲା ଶିଶୁ ସୁରକ୍ଷା ଉଦ୍ଧାର କରି ଘରେ ଆଣି ଛାଡିଲେ । ସୁକାନ୍ତ ମୁଣ୍ଡାଙ୍କ ମୃତ୍ୟୁ  ପରେମା ଗୁରୁବାରୀ ମୁଣ୍ଡା ପିଲାମାନଙ୍କ ଭରଣପୋଷଣ କରିପାରିଲେ ନାହିଁ । ପରଘରେ ମୁଲଲାଗି ଝିଅ ମାନଙ୍କୁ ବିବାହ ଦେଲେ ।  ଟୁକୁନା ମୁଣ୍ଡା ଜେଜେ ଭରତ ମୁଣ୍ଡାଙ୍କ ଘରେ ରହି ନଡିଆଭଙ୍ଗା ପ୍ରାଥମିକ ବିଦ୍ୟାଳୟରେ ୩ୟ ଶ୍ରେଣୀରେ ପଢୁଥିଲା । ମା ଏଣେତେଣେ ପରଘରେ ମୁଲଲାଗି ଚଳୁଥିଲା । କିନ୍ତୁ କିଛିଦିନ ତଳେ ମା ଆସି ତାକୁ ନେଇ ଯାଇ ବାରାଗାଡିଆର ଜନୈକ ବ୍ୟକ୍ତିଙ୍କଘରେ ଗାଇ ବଗାଳ ଭାବେ ରଖାଇ ଦେଇଥିଲା । ସେଠାରୁ ସେ ଭୁବନେଶ୍ୱର ରାଗି ପଳାଇଥିଲା ଭୁବନେଶ୍ୱରରୁ ପୁଣି ଭଦ୍ରକ ଆସି ପହଁଚିବା ବେଳେ ଏକୁଟିଆ ବୁଲୁଥିବା ସମୟରେ ଭଦ୍ରକର ଶିଶୁ ସୁରକ୍ଷା ବିଭାଗ ଟୁକୁନା ଠାରୁ ସମସ୍ତ ତଥ୍ୟ ପାଇବା ପରେ ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ । ସେହିଦିନ ଠାରୁ ସେ ଶିଶୁମଙ୍ଗଳ କମିଟି ଯାଜପୁରର ନିର୍ଦ୍ଦେଶ ମୁତାବକ ବାଳାଶ୍ରମ ଠାରେ ଅସ୍ତାଇଭାବେରହୁଥିଲାଏବଂଟୁକୁନାଠାରୁତାର ପରିବାର ସମନ୍ଧରେ ସମସ୍ତ ତଥ୍ୟ ଜାଣିବାପରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଆଜି ତାକୁ ତାର ଜେଜେ ଓ ଜେଜେମାଙ୍କୁ ହସ୍ତାନ୍ତର କରିଥିଲା । ଏହି ସମୟରେ ଜିଲ୍ଲା ଶିଶୁମଙ୍ଗଳ କମିଟିର ହୃଷିକେଶ ପଣ୍ଡା , ଶିଶୁସୁରକ୍ଷା ବିଭାଗର ମିହିର କୁମାର ଜେନା , ସମାଜସେବୀ ସନାତନ ମହାନ୍ତ(ପାଗଳ) ଓ  ଇନ୍ଦ୍ରଜିତ ମହାନ୍ତ (ପିକନ୍) ପ୍ରମୁଖ ଉପସ୍ଥିତ ଥିଲେ ।  

0
0
0
s2sdefault