ଧାମରା ବନ୍ଦର ପରିଦର୍ଶନ, ନୂଆ ମତ ଦାତା ଙ୍କ ସହ ଆଲୋଚନା
ବାସୁଦେବପୁର/ପ୍ରତାପ ପାଢୀ- ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର କୁ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାନ୍ତୁନୁ ଠାକୁର ଗସ୍ତ ରେ ଆସି କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରିତାର ସମୀକ୍ଷା ପାଇଁ ଭଦ୍ରକ ଗସ୍ତରେ ଆସିଥିବା ଆଜି ଦ୍ଵିତୀୟ ଦିନରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ସ୍ଥାନୀୟ ବିଜେପି କାର୍ଯ୍ୟ କର୍ତ୍ତା ମାନେ ଏକ ମୋଟର ସାଇକେଲ ର।ଲି ରେ ପାଛୋଟି ନେବା ସହ ଇରମ ସ୍ଥିତ ଶହୀଦ ସ୍ମୃତି ସ୍ତମ୍ଭରେ ମାଲ୍ୟାର୍ପଣ କରିଛନ୍ତି । ପରେ କେନ୍ଦ୍ର ମନ୍ତ୍ରୀ ଧାମରା ବନ୍ଦର ପରିଦର୍ଶନ କରିବା ସହ ବନ୍ଦର କର୍ତୁ ପକ୍ଷ ସହ ଆଲୋଚନା କରିଥିଲେ। ବାଲି ମୁଣ୍ଡା ରେ କେନ୍ଦ୍ର ମନ୍ତ୍ରୀ ହିତାଧି କାରୀ ଙ୍କ ସହ ଆଲୋଚନା କରିବା ସହ ବାସୁଦେବପୁର ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଛନ୍ତି। କେନ୍ଦ୍ର ମନ୍ତ୍ରୀ ଙ୍କ ଗସ୍ତ କାଳ ରେ ବିଭିନ୍ନ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇଥିଲା ବେଳେ ବିଜେପି ପକ୍ଷରୁ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ଅଭିମନ୍ୟୁ ସେଠୀ, ବିଜେପି ନେତା ଠାକୁର ରଞ୍ଜିତ ଦାସ,ଜିଲ୍ଲା ସଭାପତି ହେମନ୍ତ ପାଢ଼ୀ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ, ବିଧାନ ସଭା ମଣ୍ଡଳୀ ନେତା ମାଧବ। ନନ୍ଦ ମଲ୍ଲିକ, ବିଜେପି ନେତା ଅଶୋକ ସାହୁ,କୋଷାଧ୍ୟକ୍ଷ ଜୟ ପ୍ରକାଶ ମଲ୍ଲିକ, ମହିଳା ମୋର୍ଚ୍ଚା କାର୍ଯ୍ୟ କର୍ତ୍ତା ମନସ୍ମିତା ଖୁଣ୍ଟିଆ, ହରପ୍ରିୟା ସାହୁ, ଙ୍କ ସହ ଅନେକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ରହି କେନ୍ଦ୍ର ମନ୍ତ୍ରୀ ଙ୍କ ସହ ବିଭିନ୍ନ କାର୍ଯ୍ୟ କର୍ମ ରେ ଯୋଗ ଦେଇ ଥିଲେ।