ହେଡଲାଇନସ୍:

ବିପଦଶଙ୍କୁଳ ଅବସ୍ଥାରେ ପୋଡପଡା ସେତୁ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅସ୍ତରଙ୍ଗ ରୁ ଦୁଃଶାସନ ନୟକ : ପୁରୀଜିଲା ର ସର୍ଵଧର୍ମ ସମନ୍ୱୟ ପୀଠ ବାବା ସତ୍ୟପୀର ସହ ସମୁଦ୍ର ବେଳାଭୁମି ଓ ଦେବୀ ମୁହାଣ ନିକଟ ଗଙ୍ଗାଦେବୀ ପିଠାକୁ କଣମଣ ଗ୍ରାମ ଠାରେ ସଂଯୋଗ କରୁଥିବା ପୋଡପଡା ସେତୁଟି ବର୍ତ୍ତମାନ ବିପଦଶଙ୍କୁଳ ଅବସ୍ଥାରେ । ୨୮ ବର୍ଷ ତଳେ ସେତବେଳର ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକ, ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକଙ୍କ ଉପସ୍ଥିତରେ ଏହାକୁ ଉଦ୍ଘାଟନ କରିଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ଗ୍ରାମ ଉନ୍ନୟନ ବିଭାଗ ଏହି ପୋଲଟିର କୌଣସି ମରାମତି କରିପାରି ନାହିଁ ।ଯାହା ଫଳରେ କି ପୋଲଟି ମରାମତି ନ ହେବା ଦ୍ଵାରା ଗାଡି ମଟର ଚାଲି ପୋଲ ତଳ ପିଲର ଉପରେ ଦିଆଯାଇଥିବା ବେରିଙ୍ଗ ଗୁଡିକ ଖରାପ ହୋଇଯିବା ସହ ଦୁଇ ସାଇଡ ବାଡ଼ା ଉପର ଢଳେଇ ଗୁଡିକ ଭାଙ୍ଗି ଛାଡି ଯାଇଅଛି । ଯଦି କୌଣସି ଭାରି ଯାନ ଯାଉଛି ପୋଲ ଟି ବେରିଙ୍ଗି ଶିଷ୍ଠମ ଥିବାରୁ ଦୋହଲୁ ବି ଅଛି । ଏ ବିଷୟରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିକଟରେ ଅଭିଯୋଗ ହେଲାପରେ ବାବୁମାନେ ଏହି ମାସକ ତଳେ ଅନୁଧ୍ୟାନ କରି ଯାଇ ଥିଲେବି ଅଦ୍ୟାବଧି କୌଣସି କାର୍ଯ୍ୟ ହାତକୁ ବିଭାଗ ନେଇ ନ ଥିବାରୁ ଭାରିଯାନ ଗୁଡିକ ଚଳାଚଳ ବେଳେ ପୋଲଟି କାହିଁକି ଭୁଶୁଡି ନ ପଡିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଅଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଯାତାୟାତର ସୁରକ୍ଷା ଦୃଷ୍ଟିରୁ ପୋଲଟିର ଶୀଘ୍ରମରାମତି କରି ଯାତାୟାତ ପଥ ସୁଗମ କରିବାପାଇଁ ସାଧାରଣରେ ଦାବି ହେଉଛି ।

0
0
0
s2sdefault