ପଦ୍ମପୁର(ଶାସକପ୍ରଶାସକ)- ବିଦ୍ୟାଳୟ ଗୁଡିକୁ ସୁନ୍ଦର ଓ ସ୍ବାସ୍ଥ୍ୟକର ପରିବେଶ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ କିଛି ସ୍ଥାନରେ ଏହି ଉନ୍ନୟନ ମୂଳକ କାର୍ଯ୍ୟର ଟଙ୍କା ମଧ୍ୟ ହଡ଼ପ ହେଉଥିବା ଖବର ସାମନାକୁ ଆସିଛି । ଏଭଲି ଅଭିଯୋଗ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ବୁରୋମୁଣ୍ଡା ସ୍ଥିତ ସରକାରୀ ରାଜକୁମାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବ୍ୟ କିଶୋର ପଣ୍ଡା ଉନ୍ନୟନ ମୂଳକ ଅର୍ଥ ହଡ଼ପ କରିଥିବା ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଶୁଶାନ୍ତ ଗଡ଼ତିଆ ଅଭିଯୋଗ କରି ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ଶୁଶାନ୍ତ ଗଡ଼ତିଆଙ୍କ ଅଭିଯୋଗ ଅନୁସାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବ୍ୟ କିଶୋର ପଣ୍ଡା ୨୦୨୦ ମସିହାର ଏପ୍ରିଲ, ମେ ଓ ଜୁନ ତିନି ମାସର ପିଲାଙ୍କ ମଧ୍ୟାହ୍ନ ଭୋଜନ ଟଙ୍କା ପିଲାଙ୍କୁ ନ ଦେଇ ନିଜେ ଆତ୍ମସାତ କରିଛନ୍ତି । ବିଦ୍ୟାଳୟ ମରାମତି କରି ପୁରୁଣା ଜିନିଷ ଲଗାଇ ବିଲ କରି ଟଙ୍କା ହାତେଇଛନ୍ତି । ଇକୋ କ୍ଳବ ପାଇଁ ସରକାରଙ୍କ ତରଫରୁ ଦିଆ ଯାଇଥିବା ୨୫୦୦୦ ଟଙ୍କା ଖର୍ଚ୍ଚ ନ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ କରିଛନ୍ତି । ଏ ବିଷୟରେ ଦିବ୍ୟକିଶୋର ପଣ୍ଡାଙ୍କୁ ଫୋନ ଯୋଗେ ପଚରାଯିବାରୁ ସେ ଅଭିଯୋଗ କୁ ଖଣ୍ଡନ କରିଛନ୍ତି ଏବଂ ଇକୋ କ୍ଳବ ଟଙ୍କା ଅଛି ତାହା ଏବେ ଖର୍ଚ୍ଚ ହେବ ବୋଲି କହିଛନ୍ତି ।
ରାଜ୍ୟ
ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ନାମରେ ଟଙ୍କା ଆତ୍ମସାତ ଅଭିଯୋଗ ଆଣିଲେ ବିଦ୍ୟାଳୟ ପରିଚାଳନା କମିଟି ଚେୟାରମ୍ୟାନ ।
- Hits: 1823