ହେଡଲାଇନସ୍:

ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମିକ୍ଷା କମିଟି ବୈଠକ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦ୍ ଭାବନା ସଭା ଗୃହ ଠାରେ ବ୍ୟାଙ୍କ ସମୂହ ଜିଲ୍ଲା ପରାମର୍ଶ ଦାତା କମିଟି ଏବଂ ଜିଲ୍ଲାସ୍ତରୀୟ ସମିକ୍ଷା ବୈଠକ ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଵୈଠକରେ ଅଧ୍ଯକ୍ଷ ତା କରି ଜିଲ୍ଲାପାଳ କହିଲେ ସରକାର ଙ୍କ ଜନ କଲ୍ୟାଣ ଯୋଜନାରେ ହିତାଧିକାରୀ ମାନଙ୍କୁ ବ୍ୟାଙ୍କ ଋଣ ପ୍ରଦାନ ଦିଗରେ ସକାରତ୍ମକ ପଦକ୍ଷେପ ଗ୍ରହଣ କରନ୍ତୁ l ବର୍ତ୍ତମାନ ଖରିଫ ଋତୁ ଆରମ୍ଭ ହୋଇଥିବାରୁ ଚାଷୀ ମାନଙ୍କୁ ଶସ୍ୟ ଋଣ ଓ ଅନ୍ୟାନ୍ୟ ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦେଇଥିଲେ l ବଳରାମ ଯୋଜନାରେ କ୍ଷୁଦ୍ର,ନାମ ମାତ୍ର ଓ ଭୂମିହୀନ ଚାଷୀଙ୍କୁ ଆବେଦନ ବିଚାରକୁ ନେଇ ବ୍ୟାଙ୍କ ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ଜିଲ୍ଲାର କୃଷକ ଉଦ୍ୟୋଗି,ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଦୁଗ୍ଧ ଚାଷୀ,ବୁଣାକାର ମାନଙ୍କୁ ଋଣ ପ୍ରଦାନ କରିବାରେ ଅଗ୍ରାଧିକାର ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ l୨୦୨୦-୨୧ ଆର୍ଥିକ ବର୍ଷରେ ଉଲ୍ଲେଖନୀୟ ସଫଳତା ହାସଲ କରିବା ବ୍ୟାଙ୍କ ଶାଖା ଗୁଡିକୁ ଜିଲ୍ଲାପାଳ ପ୍ରମାଣ ପତ୍ର ପ୍ରଦାନ କରିଥିଲେ l କୃଷି କ୍ଷେତ୍ରରେ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରଥମ ,ଡାନାରା ବ୍ୟାଙ୍କ ,କୋଠି ଦ୍ୱିତୀୟ, ବ୍ୟାଙ୍କ ଅଫ ବରୋନା, ଜଗତସିଂହପୁର ତୃତିୟ ପୁରସ୍କାର ଲାଭ କରିଥିଲେ l ଶେଷରେ ୟୁକୋ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଚୀରାନୀ ବପୁଜି ସୁବୁଦ୍ଧି ବୈଠକ ପରିଚାଳନା କରିବା ସହ ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ l

0
0
0
s2sdefault