ହେଡଲାଇନସ୍:

ଜିଲ୍ଲାସ୍ତରୀୟ ରଜ ମହୋତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର/ ନିରୋଜ ମିଶ୍ର : ବଲାଙ୍ଗୀର ଜିଲ୍ଲା ପାଠାଗାର ପରିସରରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାର ତଥା ଜିଲ୍ଲା ସଂସ୍କୃତି ପରିଷଦ ତଥା ଜିଲ୍ଲା ପ୍ରଶାସନ ର ଆୟୋଜନ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର ଙ୍କ ସଭାପତିତ୍ବରେ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ମୁଖ୍ୟ ଅତିଥି, ବଲାଙ୍ଗୀର ପୌରନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ଓଡିଶା ସାହିତ୍ୟ ଏକାଡେମୀ ର ସଦସ୍ୟା ଡାକ୍ତର ଜ୍ୟୋତିର୍ମୟୀ ସାହୁ ସମ୍ମାନିତ ଅତିଥି ଭାବେ ଓ ବଲାଙ୍ଗୀର ମହିଳା ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ସଦାଶିବ ମଲ୍ଲିକ ବକ୍ତା ତଥା ପୂର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ବିଜୟ କୁମାର ଶତପଥୀ, ମଂଚାସୀନ ହୋଇଥିଲେ ।ସାମ୍ବାଦିକ ସନ୍ଦୀପ କୁମାର କୁଅଁର ଙ୍କ ସଭା ପରିଚାଳନା ରେ ପ୍ରାରମ୍ଭରେ ରଜ ଗୀତ ପରିବେଷଣ କରିଥିଲେ ସ୍ବରଝଙ୍କାର ର କଳାକାରମାନେ। ମଂଚାସୀନ ଅତିଥି ମାନେ ସଂସ୍କୃତି ର ବିଚିତ୍ର ଭାବ ଓ ସ୍ବତନ୍ତ୍ରତା ସହ ରଜ ମହୋତ୍ସବ ସଂପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ ।ପରେ ପରେ ସ୍ବର ଝଙ୍କାର,ଖୁସି ଡେନ୍ସ ଏକାଡେମୀ, ଘୁଙ୍ଗୁର ଡେନ୍ସ ସ୍କୁଲ, ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଯୁବକବି ଅର୍ଜୁନ ସାହୁ । କାର୍ଯ୍ୟକ୍ରମରେ ନାରୀ ଶକ୍ତି ଫାଉଣ୍ଡେସନ ର କର୍ମକର୍ତ୍ତା ମାନଙ୍କ ପିଠାମଣ୍ଡା ପ୍ରସ୍ତୁତି ଓ ରଜ ପାନ ବେଶ ଆକର୍ଷଣ ର କେନ୍ଦ୍ର ପାଲଟିଥିଲା । କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିଲେ ଗୋପାଳ ପ୍ରଧାନ |

0
0
0
s2sdefault