ଏକାମ୍ର ଭୁବନେଶ୍ୱର(ଶାସକ ପ୍ରଶାସକ) : ଚଳିତ ବର୍ଷ ଶିବ ବିବାହ ଏବଂ ଶୀତଳ ଷଷ୍ଠୀ ପର୍ବରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଙ୍କ ନୀତିକାନ୍ତିରେ ସାମାନ୍ୟ ବିଭ୍ରାଟ ଦେଖାଦେଇଥିଲା । ଦୀର୍ଘ ସାତ ବର୍ଷ ଧରି ଶ୍ରୀ କପିଳ ନାଥ ଆଉ ଶ୍ରୀ ଲିଙ୍ଗରାଜଙ୍କ ସହିତ ଯାତ୍ରାକୁ ଆସୁ ନାହାନ୍ତି। ତତ୍କାଳୀନ ଏଣ୍ଡାଉମେଣ୍ଟ ଅତିରିକ୍ତ କମିଶନରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ଖୁଣ୍ଟିଆ ଏବଂ ମଲିଆ ସେବାୟତ ମାନଙ୍କ ମଧ୍ୟରେ ବିବାଦୀୟ ମୋଡ ନେଇ ସ୍ଥାନୀୟ ବିଧାୟକଙ୍କ ନିରବତା ଯୋଗୁଁ ଦୁଇ ସେବାୟତ କୋର୍ଟ ର ଆଶ୍ରୟ ନେଇଥିବା ହେତୁ ତାର ସମାଧାନ ହେଇ ପାରୁନାହିଁ। ବେବନ୍ଦୋବସ୍ତ ଜମିଜମା ସେବାପୂଜା ଇତ୍ୟାଦିର ସମାଧାନ ନିମନ୍ତେ ୫- ଟି ସଚିବ ଭି କେ ପାଣ୍ଡିୟାନଙ୍କ ସହିତ ମଧ୍ୟ ବରିଷ୍ଠ ରାଜନେତ୍ରୀ ତଥା ଏକାମ୍ର ବିକାଶ ମଂଚର ଅଧ୍ୟକ୍ଷା ଶ୍ରୀମତୀ ରଶ୍ମି ମହାପାତ୍ର ଯୋଗାଯୋଗ କରିଥିଲେ। ଯାହା ଫଳରେ ମହାପ୍ରଭୂ ଶ୍ରୀ ଲିଙ୍ଗରାଜ ଙ୍କ ବିବାହ ଉତ୍ସବ ବିଳମ୍ବରେ ହେଲେ ମଧ୍ୟ ସମାଧାନ ହେଇଥିଲା | ଆସନ୍ତା ୨୦/୦୬/୨୦୨୨ ରେ ପୂର୍ବ ସମସ୍ୟା ର ସମାଧାନ ନିମନ୍ତେ ଏକ ବୈଠକ ହେବାର ପ୍ରସ୍ତାବ ରହିଥିବା ବେଳେ ସେଥିନିମନ୍ତେ ଜିଲ୍ଲା ପ୍ରଶାସନକୁ ଦାଇତ୍ୱ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସେବାୟତଙ୍କ ସ୍ବାର୍ଥ , ମହାପ୍ରଭୁଙ୍କ ପରମ୍ପରା ରକ୍ଷା ଲାଗି ପ୍ରଶାସନ ଆନ୍ତରିକତାର ସହ ପ୍ରଚେଷ୍ଟା କରିବା ପାଇଁ ଶ୍ରୀମତୀ ରଶ୍ମି ମହାପାତ୍ର ୫-ଟି ସଚିବ,ଏଡିଏମ୍, ଓ ଉପ ଜିଲ୍ଲାପାଳଙ୍କୁ ଯୋଗାଯୋଗ କରି ଅନୁରୋଧ କରିଛନ୍ତି।
ରାଜ୍ୟ
ଶ୍ରୀ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ନିତିକାନ୍ତି ସମସ୍ୟାର ସମାଧାନ ପାଇଁ ପ୍ରଶାସନ ସହ ଆଲୋଚନା କଲେ ରଶ୍ମି ମହାପାତ୍ର
- Hits: 539