ହେଡଲାଇନସ୍:

ପ୍ରତିଭା ଅନ୍ଵେଷଣରେ ଓଡ଼ିଶା- ମୋ ପରିବାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡ଼ିଶାର ସଂସ୍କୃତି ଓ ପରମ୍ପରା କ୍ଷେତ୍ର ଯଥା କଳା, ସଙ୍ଗୀତ ଏବଂ କ୍ରୀଡ଼ାରେ ପାରଙ୍ଗମ ଥିବା ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବାକୁ ଓଡ଼ିଶା-ମୋ ପରିବାର ଏକ ସ୍ଵତନ୍ତ୍ର ପ୍ରୟାସ ଆରମ୍ଭ କରିଛି । ରାଜଧାନୀର ବିଭିନ୍ନ କୋଣ ଅନୁକୋଣରେ ପହଞ୍ଚି ଝୋଟି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରି ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣୁଛି । ଗତକାଲି ତଥା ଜୁନ ୧୭ ତାରିଖରେ ମଧ୍ୟ ଓଡ଼ିଶା-ମୋ ପରିବାର ଦ୍ଵାରା ଚିତ୍ରାଙ୍କନ ପ୍ରତିଯୋଗିତା ସୁନ୍ଦରପଦାସ୍ଥିତ ହାଇଟେକ ପ୍ଲାଜାରେ ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଇଥିଲା । ସନ୍ଧ୍ୟା ୫ଟା ୩୦ ମିନିଟ୍ ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୬୦ରୁ ଅଧିକ ପିଲାମାନେ ଭାଗ ନେଇଥିଲେ । ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ତିନୋଟି ଗ୍ରୁପ୍ ଯଥା ଗ୍ରୁପ୍-ଏ ରେ ୫ ରୁ ୮ବର୍ଷ (ବିଷୟବସ୍ତୁ-ସିନେରୀ), ଗ୍ରୁପ୍-ବି ରେ ୯ ରୁ ୧୨ବର୍ଷ (ବିଷୟବସ୍ତୁ-ମୋ ସ୍କୁଲ)ଏବଂ ଗ୍ରୁପ୍-ସି ରେ ୧୩ ରୁ ୧୬ ବର୍ଷ (ବିଷୟବସ୍ତୁ-ରଜ ଦୋଳି) ମଧ୍ୟରେ ଭାଗ କରାଯାଇଥିଲା ।
ଚିତ୍ରାଙ୍କନ ଶିକ୍ଷୟତ୍ରୀ ଶ୍ରୀମତି କୁମାରୀ ପାଢି ଏବଂ ଶ୍ରୀମତି ଜୟଶ୍ରୀ ଜେନାଙ୍କୁ ନେଇ ଗଠିତ ଏକ ବିଚାରକ ମଣ୍ଡଳି ଦ୍ୱାରା ପ୍ରତ୍ୟେକ ବର୍ଗର ପ୍ରଥମ ତିନିଜଣ, ସମୁଦାୟ ୯ଜଣଙ୍କୁ ଓଡ଼ିଶା-ମୋ ପରିବାର ଦ୍ୱାରା ପୁରଷ୍କୃତ କରାଯିବା ସହ ପ୍ରଶଂସା ପତ୍ର (ସାର୍ଟିଫିକେଟ୍) ପ୍ରଦାନ କରାଯାଇଥିଲା । ଏହାଛଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ସମସ୍ତ ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରଷ୍କାର ଏବଂ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା । ଓଡ଼ିଶା-ମୋ ପରିବାର ଆବାହକ ଏହି ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଚିତ୍ରକଳାରେ ରୁଚି ରଖୁଥିବା ଏହି ପ୍ରତିଭାମାନଙ୍କୁ ଉତ୍ସାହିତ କରିବାସହ ସେମାନଙ୍କୁ ଅଭିନନ୍ଦନ ପତ୍ର ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସଂପାଦକ (ଓଡ଼ିଶା-ମୋ ପରିବାର) ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟ, ଓଡ଼ିଶା ମୋ ପରିବାର ଆଇନ ଉପଦେଷ୍ଟା ଶ୍ରୀ ଅବନୀ ସାହୁ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ, କଳା ଓ ସଂସ୍କୃତି ଉପଦେଷ୍ଟା ଡଃ ସୂର୍ଯ୍ୟ ରଥ, ହାଇଟେକ ପ୍ଲାଜାର ଉପ-ସଭାପତି ଶ୍ରୀମତି ନିଲୋତ୍ରୀ ସାମନ୍ତରାୟ, ସଭାପତି ଶ୍ରୀ ବିନୋଦ କୁମାର ପଣ୍ଡା ଓ ସେକ୍ରେଟାରୀ ଶ୍ରୀ ପ୍ରବୋଧ କୁମାର ସାମଲଙ୍କ ସମେତ ଆସୋସିଏସନର ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

0
0
0
s2sdefault