ହେଡଲାଇନସ୍:

ସଙ୍କଟରେ ଇଫକୋ ସାର ଯୋଗାଣ,ବନ୍ଦ ହେବ ଉତ୍ପାଦନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-para.jpg - 53.69 kB

ପାରାଦୀପ:  ଇଫକୋ ସାର ପରିବନରେ ନିୟୋଜିତ ଠିକା ସଂସ୍ଥା କଳିଙ୍ଗ ଟ୍ରାନ୍ସପୋର୍ଟ କୋଅପେରେଟିଭ ସୋସାଇଟ ଲିମିଟେଡର ଗାଡି ଚାଳକ ଓ କର୍ମଚାରୀଙ୍କ ଅନୈତିକ ଅସହଯୋଗ ଓଡିଶାର ବିଭିନ୍ନ ସ୍ଥାନକୁ ସାର ପରିବହରେ ବ୍ୟାଘାତ ସୃଷ୍ଟି ହେଉଛି । ଏବଂ ଏଥିପାଇଁ ଇଫକୋ ଘୋର ଆର୍ଥିକ କ୍ଷତିର  ସମ୍ମୁଖୀନ ହୋଇ ତାର ଉତ୍ପାଦନ  ୟୁନିଟକୁ ବନ୍ଦ କରିଦେବାର  ଏକ ପ୍ରେସ୍ ଇସ୍ତହାରରେ ପାରଦୀପ ୟୁନିଟ୍ର ଡିଜିଏମ୍ (ପି ଆଣ୍ଡ ଏ) ଏସ୍.ଆର୍.ମୌର୍ଯ୍ୟ ଜଣାଇଛନ୍ତି  । ତେବେ ବର୍ତ୍ତମାନ ଚାଷ ସମୟ ହୋଇଥିବାରୁ ଚାଷିମାନେ ଇଫକୋ ସାରକୁ ଅପେକ୍ଷା କରି ଶେଷରେ ହତାଶ ହୋଇଛନ୍ତି । ଏହି ସମସ୍ୟା ସମ୍ବନ୍ଧରେ ପୂର୍ବରୁ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେଲା ପରେ ମଧ୍ୟ ଏହାର ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଯାହାଦ୍ୱାରା କି ଚଳିତ ବର୍ଷ ଏହାର ନକରାତ୍ମକ ଚାଷ କାର୍ଯ୍ୟ ଉପରେ ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ପରିବହନ ସମସ୍ୟା ସୃଷ୍ଟି କରାଇ ଇଫକୋକୁ ବନ୍ଦ କରିବାର ଚକ୍ରାନ୍ତ ଚାଲିଛି ବୋଲି ସାଧାରଣରେ ଆଲୋଚନା ହେଉଛି । 

0
0
0
s2sdefault