ହେଡଲାଇନସ୍:

ପରିବହନ ଧର୍ମଘଟ : ଚକା ଜାମ୍ ଫଳରେ ଜୀବନଯାତ୍ରା ପ୍ରଭାବିତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-strike.jpg - 97.49 kB

ବାରିପଦା(ଦିଲ୍ଲିପ ମହାନ୍ତି )- ମୋଟର ଭେଇକିଲ୍ ଆକ୍ଟ-୧୯୮୮ ପ୍ରତ୍ୟାହାର, ସରକାରୀ ବସ ବ୍ୟବସ୍ଥାର ପ୍ରଚଳନ କରାଯିବା ସହିତ ଡ଼ିଜେଲ, ପେଟ୍ରୋଲ, ଯନ୍ତ୍ରପାତି, ରୋଡ଼ ଟ୍ୟାକ୍ସ ଓ ଇନ୍ସ୍ୟୁରାନ୍ସ  ପରିମାଣ ହ୍ରାସ ଆଦି ୯ ଦଫା  ଦାବି ପୂରଣ ନିମନ୍ତେ ସମସ୍ତ ପରିବହନ ଶ୍ରମିକ ଫେଡେ଼ରେସନ ପକ୍ଷରୁ ଦିଆଯାଇଥିବା  ଅଗଷ୍ଟ ୭ ମଙ୍ଗଳବାର ସମଗ୍ର ଭାରତରେ ୨୪ ଘଣ୍ଟିଆ ପରିବହନ ଧର୍ମଘଟ ଡ଼ାକରାକୁ ବାରିପଦା ସହରରେ ମିଳିଛି ଅଦ୍ଭୁତପୂର୍ବ ସଫଳତା । ମୟୂରଭଞ୍ଜ ମୋଟର ଟ୍ରାନ୍ସପୋର୍ଟ ୱାର୍କସ୍ ୟୁନିୟନ କର୍ମକର୍ତ୍ତା ତଥା ଆଇନଜୀବୀ କମ୍ରେଡ଼ ରବି ଗୋସ୍ୱାମୀଙ୍କ ନେତୃତ୍ୱ ଓ ରଘୁନାଥ ପଣ୍ଡା, ଅଶୋକ ଭଞ୍ଜଦେଓ, ମନୋରଞ୍ଜନ ପରିଡ଼ା, ଅକ୍ଷୟ ଖୁଣ୍ଟିଆ, ଅଶୋକ ବେହେରା, ଗଙ୍ଗାଧର ସାମଲ, ଜୟନାରାୟଣ ଷଢ଼ଙ୍ଗୀ, ମାଧବାନନ୍ଦ କର, ସୁଶୀଲ ବେହେରା, ସୁବାଷ ଚନ୍ଦ୍ର ତ୍ରିପାଠୀ, ଦାଶରଥୀ ରାଉତ ଓ ସନ୍ତୋଷ କୁମାର ପ୍ରମୁଖଙ୍କ ସହଯୋଗରେ ପାଳିତ ହଉଥିବା  ଧର୍ମଘଟକୁ ସମର୍ଥନ ଜଣାଇ ଆଗେଇ ଆସିଥିଲେ ଅଟୋ ଚାଳକ ସଙ୍ଘ, ଟ୍ୟାକ୍ସି ସଂଘ, ଘରୋଇ ବସ, ଟ୍ରକ ଓ ଟ୍ୟାଙ୍କର ମାଲିକ ସଙ୍ଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ । ସହରରେ ଚକାଜାମ ବାରିପଦା ସହରରେ ଜୀବନଯାତ୍ରାକୁ ପ୍ରଭାବିତ କରିପକାଇଥିଲା ।  ସହର ଉପକଣ୍ଠ ଦେଇ ଯାଉଥିବା ୧୮ ନମ୍ବର ଜାତୀୟ ରାଜପଥ, ସମସ୍ତ ରାଜ୍ୟ ରାଜପଥ ସହିତ ପୌରପରିଷଦର ରାସ୍ତାଘାଟରେ ଯାନବାହନ ଚଳାଚଳ ଠପ୍ ହୋଇଯାଇଥିବା ସମୟରେ ଅଗ୍ନିଶମ, ଆମ୍ବୁଲାନ୍ସ, ସ୍କୁଲ ବସ ଓ ଘରୋଇ କାର ଆଦି ଯାନଗୁଡ଼ିକୁ ଧର୍ମଘଟରୁ ବାଦ ରଖାଯାଇଥିଲା । 

0
0
0
s2sdefault