ହେଡଲାଇନସ୍:

ପୁରୁଣାକଟକ-ରୁଗୁଡିପାଲି ରାସ୍ତା ଶୋଚନୀୟ, ଯାତାୟାତ ରେ ୭ ଟି ଗ୍ରାମର ଗ୍ରାମବାସୀ ମାନେ ଭୋଗୁଛନ୍ତି ଅକଥନୀୟ ଦୁର୍ଦ୍ଦଶା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-rugudipali-rasta.jpg - 78.41 kB

ବୌଦ୍ଧ (ସିମୁନ୍ ନାଏକ)  ; ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକଙ୍କ ଯାତାୟାତର ସୁବିଧା ସକାଶେ ପକ୍କା ସଡକ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ଯୋଗାଇ ଦେଉଥିବା ନେଇ ଡିମିଡିମ ପିଟୁଥିବା ବେଳେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରେ ଏହା କେବଳ ପ୍ରଚାର ପ୍ରସାର ରେ ସୀମିତ ରହିଯାଇଥିବା ଲକ୍ଷ୍ୟ କରାଯାଇଛି । ଏହି ବ୍ଲକର ପୁରୁଣାକଟକ ପଂଚାୟତ ର ପୁର୍ତରାସ୍ତା ଠାରୁ ରୁଗୁଡିପାଲି ଦେଇ ରତନପୁର କୁ ଯାଇଥିବା ମାଟି ରାସ୍ତା ସମ୍ପ୍ରତି ବର୍ଷା ଯୋଗୁଁ ସମ୍ପୁର୍ଣ୍ଣ ଭାବେ କାଦୁଅ ପଙ୍କରେ ପରିପୁର୍ଣ୍ଣ ହୋଇ ପଡିଥିବାରୁ ଏହି ରାସ୍ତା ଉପର ଦେଇ ପ୍ରତେହ ଯିବାଆସିବା କରୁଥିବା ପୁରୁଣାକଟକ ପଂଚାୟତର ରୁଗୁଡିପାଲି, ରତନପୁର, କୁସୁମଝୁଲି ସମେତ  କରଂଜକଟା ପଂଚାୟତର ପାବଲିପଡା, ଜାମପଦର, ବୀରପ୍ରତାପପୁର ଆଦି ୭ ଟି ଗ୍ରାମର ଗ୍ରାମବାସୀ ମାନେ ଅକଥନୀୟ ଦୁର୍ଦ୍ଦଶା ର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି । ବର୍ଷା ଦିନେ ଅଧିକ ବର୍ଷା ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିବା ଯୋଗୁଁ ଏହି ରାସ୍ତା ଦେଇ ଆମ୍ଭୁଲାନ୍ସ ଆସି ପାରୁନଥିବାରୁ ଅନେକ ସମୟରେ ରୋଗି ମାନେ ଡାକ୍ତରଖାନା ଯିବାକୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡୁଥିବା ଗ୍ରାମବାସୀ ମାନେ କହିଛନ୍ତି । ସେହିପରି ହାଇସ୍କୁଲ , କଲେଜ ଓ ଶିଶୁମନ୍ଦିର ରେ ପାଠ ପଢିବା ପାଇଁ ଯିବା ଆସିବା କରୁଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖାଦେଇଛି । ଏପରିକି ପଞ୍ଚାୟତ କାର୍ଯ୍ୟାଳୟ କୁ ଭତ୍ତା ଓ ଚାଉଳ ଆଣିବା ପାଇଁ ଯାଉଥିବା ବୃଦ୍ଧ ବୃଦ୍ଧା ଓ ସାଧାରଣ ଲୋକେ ମଧ୍ୟ ସମସ୍ୟା ର ସମ୍ମୁଖିନ ହେଉଛନ୍ତି । ଗୁରୁତ୍ୱପୁର୍ଣ୍ଣ କଥାଟି ହେଲା ଉକ୍ତ ରାସ୍ତା ଟି ପଞ୍ଚାୟତ ମୁଖ୍ୟ କାର୍ଯ୍ୟାଳୟ ଠାରୁ ମାତ୍ର ୫ ଶହ ମିଟର ଦୂରତା ଦେଇ ଯାଇଥିଲେ ମଧ୍ୟ ଯଦି ଏଭଳି ଅବହେଳିତ ଅବସ୍ଥା ରେ ରହିଛି ତେବେ ପଞ୍ଚାୟତର ଆଭ୍ୟନ୍ତରିଣ ଅଞ୍ଚଳରେ ରାସ୍ତା ଘାଟରେ ଲୋକେ କିଭଳି ୍ାତାୟତ କରୁଥିବେ ତାହା ସ୍ପଷ୍ଟ ଅନୁମେୟ । ସ୍ଥାନୀୟ ଅଂଚଳର ବୟସ୍କ ବୃଦ୍ଧ ଓ ବୃଦ୍ଧାଙ୍କ କହିନୁଯାଇ ପୁର୍ବରୁ ଉକ୍ତ ଗ୍ରାମ ଗୁଡିକରେ ବସବାସ କରୁଥିବା ଲୋକେ ଏକ କ୍ଷେତ ହୁଡା ଦେଇ ଯାତାୟାତ କରୁଥିଲେ । ପରେ ଗତ ୧୯୯୦ ମସିହା ରେ ପୁରୁଣାକଟକ ପଂଚାୟତର ପୁର୍ବତନ ସରପଂଚ ସଲିଲ ଭୋକ୍ତା ଆଖପାଖ ଗାଁ ଲୋକଙ୍କ ସହିତ ଆଲୋଚନା କରି ପ୍ରଥମେ ଏକ ନୀତିଦିନିଆ ମାଟି ରାସ୍ତା କରିଥିଲେ । ପରବର୍ତି ସମୟରେ ଏହି ରାସ୍ତା ଉପରେ ଭଲ ଭାବରେ ମାଟି ମୁରୁମ ପକାଇ ରାସ୍ତାର ଉନ୍ନତିକରଣ କରାଯାଇଥିଲା । ସମୟାନୁକ୍ରମେ ଏହି ରାସ୍ତା ଉପରେ ଯାତାୟତ ପାଇଁ ନିର୍ଭର କରୁଥିବା ରୁଗୁଡିପାଲି ଗ୍ରାମର ୪୫ ଟି ପରିବାରର , ରତନପୁର ଗ୍ରାମର ୯୭ ଟି ପରିବାର , କୁସୁମଝୁଲି ଗ୍ରାମର ୨୫ ଟି ପରିବାର ,  ଜାମପଦର ଗ୍ରାମର ୧୫୦ ଟି ପରିବାର , ବିରପ୍ରତାପପୁର ଗ୍ରାମର ୧୦ ଟି ପରିବାର ଙ୍କ ପ୍ରାୟ ୨ ହଜାର ରୁ ଉର୍ଦ୍ଧ ସଦସ୍ୟ ଙ୍କ ସ୍ୱାର୍ଥ କୁ ଦୃଷ୍ଟି ଆଗରେ ରଖି ଏହି ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ କରି ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଏ ନେଇ ପୁରୁଣାକଟକ ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଂଚି  କାଲସାଏ ଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମୁଁ ମାତ୍ର କିଛି ମାସ ହେଲା ଉକ୍ତ ପଞ୍ଚାୟତର ଦାଇତ୍ୱ ନେଇଛି । ଯଦି ସେ ଅଂଚଳରେ ଥିବା ଗ୍ରାମଗୁଡିକ ର ସୁବିଧା ପାଇଁ ପିଏମଜିଏସଓାଇ ରାସ୍ତା ର ଅତ୍ୟାବଶ୍ୟକ ଥିବ ତାହେଲେ ଆମେ ପଂଚାୟତ ପକ୍ଷରୁ ଜିଲ୍ଲା ପ୍ରଶାସନ ରଦୃଷ୍ଟି ଆକର୍ଷଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବୁ ବୋଲି କହିଥିଲେ । 

 

 

0
0
0
s2sdefault