ହେଡଲାଇନସ୍:

ଇଏ କି ଦାୟିତ୍ୱହୀନତା , ସୁକିନ୍ଦା ଖଣି ଅଂଚଳର ବିକାଶ ନା ବିନାଶ !

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

07-08-18-duburi.jpg - 76.17 kB 

ବିପଦ ସଂକୁଳ ଜାଗାରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି, ୧୩୨କେଭି ଟାୱାର ଲାଇନର ଠିକ ତଳେ

କାଳିଆପାଣି/ଡୁବୁରୀ : ସୁକିନ୍ଦା ଖଣି ଅଂଚଳକୁ ସ୍ମାର୍ଟସିଟିରେ ପରିଣତ କରିବାକୁ ଆଜି ସୁକିନ୍ଦାବାସୀ ଆଗେଇ ଆସିଛନ୍ତି । ଯାହା କି ମିଶନ ସ୍ମାର୍ଟ ଖଣି ଅଂଚଳ ସୁକିନ୍ଦା ୨୦୧୯ ଭାବେ କାର୍ଯ୍ୟ ଆରମ୍ଭ କରିଛି ମାନବିକ ଅଧିକାର ମଂଚ ଓଡିଶା । ନଗଡା ପରି ଖଣି ଅଂଚଳରେ ଆହୁରି ବହୁ ଗ୍ରାମ ଲୁକାଇତ ଭାବେ ରହିଅଛି । ଏହି ଗ୍ରାମଗୁଡିକୁ ଆସନ୍ତା ୦୯/୦୮/୨୦୧୮ ବିଶ୍ୱ ଆଦିବାସୀ ଦିବସ ପାଳନ ପରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲା ସଂଯୋଜକ ଚିରଞ୍ଜିବି ମନୋରଞ୍ଜନ ବାଲମୁଚ ଘୋଷଣା କରିଛନ୍ତି । ବର୍ତମାନ ଖଣି ଅଂଚଳରେ ରହି ପ୍ରତ୍ୟେକ ଆଦିବାସୀ ଗ୍ରାମ ପରିଦର୍ଶନ କରୁଛନ୍ତି । ଗତକାଲି ରାଂସୋଳ ଗ୍ରା:ପ  କଲରଙ୍ଗିଢାବା ଛକ ନିକଟରେ ଏକ ମାର୍କେଟ କମ୍ପ୍ଲେସ  ନିର୍ମାଣକାର୍ଯ୍ୟ ପରିଦର୍ଶନରେ ଯାଇଥିଲେ । ଯାହାକିଉକ୍ତମାର୍କେଟ୍କମ୍ପେ୍ଲକ୍ସଟିଗ୍ରୀଡ୍କୋଟାୱାରଲାଇନ୍ରଠିକ୍ତଳେ ନିର୍ମାଣ କରାଯାଉଅଛି । ଘରଟି ତିଆରି କରିବା ପୂର୍ବରୁ ଅତି ନିକଟରେ ଯାଇଥିବା ୧୧ କେଭି ଖୁଂଟ ତଳେ କରାଯାଉଥିଲା | କିନ୍ତୁ ଆଦିବାସୀ ଦରବାରର କର୍ମିମାନେ ବିରୋଧ କରିବାରୁ ମାତ୍ର ୧୦ଫୁଟ୍ ଦୁରରେ ୧୩୨କେଭି ଟାୱାର ଲାଇନର ଠିକ ତଳେ ନିର୍ମାଣ କରାଯାଉଅଛି ।ସରପଂଚଙ୍କଖଣି ଅଂଚଳଉନ୍ନତିପାଇଁକାର୍ଯ୍ୟଆଳରେ କେଉଁ ସ୍ୱାର୍ଥରେ ଏକ ବିପଦ ସଂକୁଳ ଯାଗାରେ ମାର୍କେଟ୍ କମ୍ପେ୍ଲକ୍ସ୍ ନିର୍ମାଣ କରାଯାଉଅଛି । ସ୍ମାର୍ଟ ଖଣି ଅଂଚଳବାସୀଙ୍କ ପାଇଁ ସରକାରୀ ଜମିର ଅଭାବ ନାହିଁ କି ଡିଏମ୍ଏଫ ଟଙ୍କାର ଅଭାବ ଅଭାବ ନାହିଁବୋଲି ସାଧାରଣରେ ଚର୍ଚ୍ଚା ହେଉଛି । 

0
0
0
s2sdefault