ହେଡଲାଇନସ୍:

 କଣ କଲା ଏ ବର୍ଷା ହାଏ, ବଡଦାଣ୍ଡ ଦିଶୁଛି ସମୁଦ୍ର ପରାଏ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

07-08-18-puri.jpg - 57.53 kB

 ଜଗମୋହନରେ କଣା,  ଗଳିଲା ପାଣି : ସେପଟେ ଧୋଇଗଲା ରାସ୍ତା,

ପୁରୀ/କୁମାର ଅଭିଶେଖ : ଲଘୁଚାପଜନିତ ବର୍ଷାରେ ବେହାଲ୍ ହୋଇପଡିଛି ପୁରୀ ସହର। ସାରା ସହର ଜଳମୟ । ବଡଦାଣ୍ଡଠୁ ଆରମ୍ଭ କରି ମେଡିକାଲ ଛକ ସବୁଆଡେ କେବଳ 3ଫୁଟର ପାଣି । ଜଳାର୍ଣ୍ଣବ ଶ୍ରୀକ୍ଷେତ୍ରର ଅନେକ ଅଂଚଳ, ଲାଗିଲା ସମୁଦ୍ର ଲହଡି ମାରୁଛି ବଡ଼ଦାଣ୍ଡରେ |ବଡଦାଣ୍ଡ ଦୃଷ୍ଟମାନ ହେଲା  ସମୁଦ୍ର ଭଳି | ଫଳରେ ଜୀବନଯାତ୍ରା ଠପ୍ ହୋଇପଡିଛି । ସେପଟେ ସହରର ବିଭିନ୍ନ ସ୍ଥାନରେ ଜମା ହୋଇଛି କୁଢକୁଢ ଅଳିଆ । ତେଣୁ ବର୍ଷା ହେଲେ ଏଗୁଡିକ ଭାସୁଥିବାର ଦେଖିବାକୁ ମିଳିଛି । ଫଳରେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ଜଳ ନିଷ୍କାସନ ପାଇଁ ମୁନସିପାଲଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପମ୍ପ ଖଞ୍ଜାଯାଇଛି । ଗତକାଲି ରାତିଠାରୁ ବର୍ଷା ଲାଗିରହିଥିବାରୁ ପରିସ୍ଥିତି ଶୋଚନୀୟ ହୋଇପଡିଛି ।

ପୁଣି ଶ୍ରୀମନ୍ଦିରରେ ଫାଟଥିବା ପ୍ରତୀୟମାନ ହୋଇଛି  । ନାଟମଣ୍ଡପରୁ ପାଣି ଗଳୁଥିବା ନେଇ ଅଭିଯୋଗ ଆଣିଛନ୍ତି ସେବାୟତ । ଲଗାଣ ବର୍ଷା ଯୋଗୁଁ ନାଟମଣ୍ଡପରୁ ପାଣି ଗଳୁଛି । ଏଇ ନିକଟର ନାଟମଣ୍ଡପ ମରାମତି ଶେଷ ହୋଇଛି  । ଏନେଇ ଏଏସଆଇ ତରଫରୁ ହାଇକୋର୍ଟଙ୍କ ଠାରେ ସତ୍ୟପାଠ ଦାଖଲ ହୋଇଛି । ତେବେ ମରାମତି ପରେ ମଧ୍ୟ ନାଟମଣ୍ଡପରେ ପାଣି ଗଳିବା ନେଇ ସେବାୟତ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଶଙ୍କିତ ହୋଇପଡିଛନ୍ତି |  ନାଟମଣ୍ଡପରେ ଫାଟ ମନ୍ଦିର ପ୍ରତି ବିପଦ ତେଣୁ ତୁରନ୍ତ ଏହାର ମରାମତି ଆବସ୍ୟକ ବୋଲି ସେବାୟତ ମାନେ ଦାବି କରିଛନ୍ତି । ସେପଟେ ପୁରୀରେ ୩୦୫ ମିମି ବର୍ଷା ହୋଇଛି । ପ୍ରବଳ ବର୍ଷାରେ ରାସ୍ତା ଧୋଇଯାଇଛି । ମାଟିମଣ୍ଡପ ସାହି ଦ୍ୱାରିକାନାଥ ଲେନ୍ ଧୋଇଯାଇଛି । ବଡବଡ କୋଠା ମଧ୍ୟ ଦବିଯାଇଥିବା ଜଣାପଡିଛି ।ବର୍ଷା ଯୋଗୁ ଯୋଗାଯୋଗ ଠପ୍ ହୋଇଯାଇଛି | 

0
0
0
s2sdefault