ହେଡଲାଇନସ୍:

ଆଖି ଥାଇ ଅନ୍ଧ, କାନ ଥାଇ ବଧିର କେନ୍ଦୁଝରଗଡ଼ ନଗରପାଳିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଅନ୍ୟ କଥା ସବୁ ଆଖିକୁ ଦିଶୁଛି, ଏଇଟା କେମିତି ଦିଶୁନି !

ସ୍ୱଚ୍ଛତା ରଖିବ କଣ, ରାସ୍ତା କଡେ ଢାଳୁଛି ଅଳିଆ ।

କେନ୍ଦୁଝର: କେନ୍ଦୁଝର ସହର ମଝିରେ ଥିବା କିମିରିଡୋଲୀ ମଶାଣି ପାର୍ଶ୍ୱରେ ଜାତୀୟ ରାଜପଥକୁ ଲଗାଇ କେନ୍ଦୁଝରଗଡ଼ ନଗରପାଳିକା ସହରର ଆବର୍ଜନା ପକେଇ ଏବେ ପୂତି ଗନ୍ଧମୟ ପରିବେଶ ସୃଷ୍ଟି କରି ଥିବାରୁ ସ୍ଥାନୀୟ ଲୋକ ଓ ପଥଚାରୀଙ୍କ ଭିତରେ ଘୋର ଅସନ୍ତୋଷ ଦେଖା ଦେଇଛି । ଅତୀତରେ ଏହି ସ୍ଥାନରେ ଅଳିଆ ପକେଇ ନର୍କକୁଣ୍ଡ କରିବାରୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ କର୍ତ୍ତୃପକ୍ଷ ଏଠାକୁ ଆସି ଘଟଣା ଦେଖି କେନ୍ଦୁଝରଗଡ଼ ନଗରପାଳିକାକୁ ତୀବ୍ର ନିନ୍ଦା କରି ଥିଲେ । ପୁଣି ଅଳିଆ ଗଦାରେ ବିନା ପୋଷ୍ଟମର୍ଟମରେ ଏକ ଶବ ପକାଇଥିବାରୁ ପ୍ରଶାସନ ଖୁବ ନିନ୍ଦିତ ହୋଇ ହୀନସ୍ତା ହୋଇ ଥିଲା । ଏତେ ସବୁ ଘଟଣା ଘଟି ସାରିଥିଲା ପରେ ମଧ୍ୟ ଏବର ନଗରପାଳିକାର ଚେତା ଫେରି ନଥିବା ଘୋର ଦୁର୍ଭାଗ୍ୟର କଥା । ମାସେ ହେଲାଣି ନୂଆ କାଉନସିଲ ହେଲାଣି ତଥାପି ନବନିର୍ବାଚିତ ପ୍ରତିନିଧି ମାନେ ଏହି ସମସ୍ୟାକୁ ଗୁରତ୍ୱ ଦେଇ ନାହାଁନ୍ତି । ଯେଉଁ ସ୍ଥାନରେ ଏବେ ଅଳିଆ ପଡୁଛି ସେଇଟା ମୁମ୍ବାଇ କୋଲକାତା ରାସ୍ତା କଡରେ ତେଣୁ ଯାତ୍ରୀ ଆଗନ୍ତୁକ ଏସବୁ ଦେଖି ଘୃଣା କରୁଛନ୍ତି । ଚଢା ହୋଲଡିଂ ଟିକସ ନେଲାପରେ ପୁଣି ଅଳିଆ ଗାଡି ଲାଗି ୟୁଜର୍ସ ଫି ନେଉଛନ୍ତି ହେଲେ ଅଳିଆ ଜନବସତି ପାଖେ ପଡୁଛି । ତେଣୁ ନିର୍ବାଚିତ ପ୍ରତିନିଧି ଏସବୁ ଆସି ଦେଖି ସଫେଇ କରନ୍ତୁ ଜନତା ଦାବି କଲେଣି । କିନ୍ତୁ ବାହାଦୁରୀ ନେବାକୁ କିଛି ନବନିର୍ବାଚିତ ପ୍ରତିନିଧି ଏବେ ବଜାର ମଝିରେ ଡ୍ରେନ ସଫେଇ ବେଳର ସେଲଫି ଉଠାଇ ବାହାବା ନେବାକୁ ବସିଛନ୍ତି ଏମାନଙ୍କୁ ନିବେଦନ ଏହି ଅଳିଆ ଆବର୍ଜନା ଦେଖି ଯାଆନ୍ତୁ । ଏହି ଆବର୍ଜନା ଲାଗି ସ୍ଥାନୀୟ ବାସିନ୍ଦାଙ୍କ ଜୀବନ ଦୁର୍ବିସହ ହେଲା ବେଳେ କେବେ ନିଆଁ ଲାଗିଲେ କିମ୍ବା ବର୍ଷା ହେଲେ ସଂକ୍ରାମକ ରୋଗ ବ୍ୟାପିବା ଆଶଙ୍କା ଅଛି ବୋଲି ଜଳଜଳ ଦେଖା ଯାଉଛି ତେଣୁ ନଗରପାଳିକା ତୁରନ୍ତ ଏହାକୁ ଏଠାରୁ ହଟେଇ ନେଉ ।

0
0
0
s2sdefault