ହେଡଲାଇନସ୍:

ଜଗତସିଂହପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପରିଚାଳନା ମଣ୍ଡଳୀ ର ୬୦ତମ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର/ସୁମନ୍ତ କୁମାର ଦାସ: ସ୍ଥାନୀୟ ସର୍କାଟ୍ ହାଉସ ପରିସରରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିଚାଳନା ମଣ୍ଡଳୀର ୬୦ତମ ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକ ରେ ଓଡିଶାର ଜଳ ସମ୍ପଦ ସୁଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ,ଜଗତସିଂହପୁର ସଂସଦ ଡା. ରାଜଶ୍ରୀ ମଲ୍ଲିକ୍ ,ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀ ପ୍ରସାନ୍ତ କୁମାର ମୁଦୁଲି ,ଜିଲ୍ଲାପାଳ ଶ୍ରୀମତୀ ପାରୁଲ୍ ପଟୱରୀ ,ପ୍ରକଳ୍ପ ନିର୍ଦେଶକ ଶ୍ରୀ ରୁଦ୍ରନାରାୟଣ ଦଶ୍ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ l୧୨.୦୨.୨୦୨୦ରିଖ ରେ ଅନୁଷ୍ଠିତ ୫୯ ତମ ପରିଚାଳନା ମଣ୍ଡଳୀ ବୈଠକର ବିବରଣୀ କୁ ଦୃଢି କରଣ କରଯାଇଥିଲା l ଵୈଠକରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇ ଥିଲା l୨୦୧୯-୨୦ଆର୍ଥିକ ବର୍ଷ ରେ ଜିଲ୍ଲାକୁ ୭୧୪୯ ଗୋଟି ଗୃହର ଧାର୍ଯ୍ୟ ଲକ୍ଷ ପ୍ରାପ୍ତ ହୋଇଥିଲା l ତନ୍ମଧ୍ୟରୁ ୫୬୬୬ ଗୋଟି ଗୃହ ସମ୍ପୂର୍ଣ ହୋଇଥିବା ବେଳେ ୧୪୮୩ ଗୋଟି ଗୃହ ଡିସେମ୍ବର ସୁଦ୍ଧା ସମ୍ପୂର୍ଣ କରିବାକୁ ଵି.ଡି. ଓ ମାନଙ୍କୁ ନିର୍ଦ୍ଧେଶ ଦିଆଯାଇଛି l ବିଜୁ ପକ୍କା ଘର ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷ ରେ ୭୯୧ ଟି ଗୃହ ପ୍ରାପ୍ତ ହୋଇଥିବା ବେଳେ ୭୫୭ ଟି ଗୃହ ସମ୍ପୂର୍ଣ ହୋଇଅଛି ଓ ୩୪ ଟି ଗୃହକୁ ସେପ୍ଟେମ୍ବର ସୁଦ୍ଧା ସାରିବାକୁ ନିର୍ଦ୍ଧେଶ ଦିଆଯାଇଛି l ଵୈଠକରେ ଜାତୀୟ ଗ୍ରାମୀଣ ଜୀବିକା ମିଶନ ,ଗ୍ରାମ୍ୟ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ,ଜିଲ୍ଲା ଯୋଗାଣ ଓ ବିକ୍ରୟ ସମିତିର ଶକ୍ତି ଗାଁ ପ୍ରକଳ୍ପ ମାଧ୍ୟମରେ ୧୬ଟି ମହିଳା ସ୍ୱୟଂ ସହାୟକ ଦଳ ଦ୍ଵାରା ୮ଟି ବ୍ଲକ୍ ରେ ଜାଳେଣି ଗ୍ୟାସ ର ବିତରଣ ବ୍ୟବସ୍ଥା କରାଯାଇଛି l ଜିଲ୍ଲା ପ୍ରଶାସନ ଓ ଓରମାସ ମିଳିତ ଉଦ୍ୟମରେ ୧୮୪୦ ଗୋଟି ଅଙ୍ଗନବାଡି ମଧ୍ୟରୁ ୧୬୫୫ ଗୋଟି ଅଙ୍ଗନବାଡି କେନ୍ଦ୍ର କୁ ଏଲ୍.ପି. ଜି ଗ୍ୟାସ ବିତରଣ କରଯାଇଛି l ଵୈଠକରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରଶାସନ ଯୋଜନାର ଅଗ୍ରଗତି ସମ୍ପର୍କରେ ଆଲୋଚନା ହୋଇଥିଲା l ଵୈଠକରେ ପରିଚାଳନା ମଣ୍ଡଳୀ ର ସଭ୍ୟ ସଭ୍ୟା ,ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ପଞ୍ଚାୟତ ସମିତି ଅଧ୍ୟକ୍ଷ ମାନେ ଯୋଗଦେଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l

0
0
0
s2sdefault