ହେଡଲାଇନସ୍:

ବିଧାୟକ ବୁଝିଲେ ଚମ୍ପାବତୀଙ୍କ ଦୁଃଖ, ତୁରନ୍ତ ଘର ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଟିଙ୍ଗିଆ ଅଙ୍ଗନବାଡି ଘର ନିର୍ମାଣ ନେଇ ଅଚଳାବସ୍ଥା ଦୂର ହେଲା 

ବିଧାୟକ ବୁଝିଲେ ଚମ୍ପାବତୀଙ୍କ ଦୁଃଖ, ତୁରନ୍ତ ଘର ଦେବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ

କନ୍ଧମାଳ/ ଗଗନ କୁମାର ପ୍ରଧାନ :  କନ୍ଧମାଳ କିଲ୍ଲା ଘୁ.ଉଦୟଗିରି ବ୍ଲକଠାରେ ଘୁ.ଉଦୟଗିରି ବିଧାୟକ ଜାକବ ପ୍ରଧାନ ଆଜି ୧୬ ଜଣଙ୍କୁ ବାସଗୃହ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି | ସଭାସ୍ଥଳକୁ ଆସିଥିବା ଚମ୍ପାବତୀ ନାୟକଙ୍କ ଶୁଣିଲେ ଗୁହାରି | ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କ ଭଳି ଜଣେ ବିପିଏଲ ଅସହାୟ ବୃଧାଙ୍କ ପ୍ରତି କେମିତି ଅବିଚାର କରାଯାଇଛି ଓ ତାଙ୍କୁ ଆବାସ ବେବାରୁ  ବଂଚିତ କରିଥିବା ଯୋଗୁ ସେ କେମିଟି ଫଟା ପାଲ  ତଳେ ଜୀବନ ବିତାଉଛନ୍ତି  ସେ ସମ୍ପର୍କିତ ତାଙ୍କ ଦୁଃଖ କାହାଣୀ ବୟାନ କରିଥିଲେ | କେମିତି ତାଙ୍କ ପାଖରେ ଗାଡ଼ିଭଡା ନଥିବା ସତ୍ୱେ ସେ ଉଧାର କରି ବିଧାୟକଙ୍କୁ ଭେଟିବାକୁ ଆସିଛନ୍ତି ସେ ବିଷୟ ଜଣାଇଥିଲେ | ବିଧାୟକ ଶ୍ରୀ ପ୍ରଧାନ ସେ ବିଷୟ ଶୁଣିବା ପରେ ସ୍ତବ୍ଧ ହୋଇ ଯାଇଥିଲେ | ଚମ୍ପାବତୀଙ୍କ ଭଳି ଅସହାୟ ବୁଢ଼ୀ ମାଉସୀ ଯଦି ସରକାରୀ ଘର ଖଣ୍ଡେ ପାଇବନି ତେବେ ପାଇବା କିଏ ବୋଲି ବ୍ଲକ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ | ତୁରନ୍ତ ଚମ୍ପାବତୀଙ୍କୁ ଖଣ୍ଡେ ଘର ଆସନ୍ତା କୋଟାରେ ନିଶ୍ଚିତ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଆସନ୍ତା ମାସରେ ରୁରାଲ ହାଉସିଂ ସ୍କିମରେ ଚମ୍ପାବତୀଙ୍କୁ ଆବାସ ପ୍ରଦାନ  କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | ତାପରେ ଚମ୍ପାବତୀଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ବିଧାୟକ ଶ୍ରୀ ପ୍ରଧାନ |

 କେବଳ ସେତିକି ନୁହଁ | ଘୁ ଉଦୟଗିରି ଅନ୍ତର୍ଗତ କଟିଙ୍ଗିଆ ଠାରେ ଅଙ୍ଗନବାଡି ଗୃହ ନିର୍ମାଣ ହୋଇପାରୁନାହିଁ ଓ ଏଥିନେଇ ଅଚଳାବସ୍ଥା ରହିଛି ବୋଲି ଖବର ପାଇବା ପରି ବିଧାୟକ ଶ୍ରୀ ପ୍ରଧାନ ଘଟଣାସ୍ଥଳକୁ ଯାଇଥିଲେ | ପିଲାମାନେ ବିପଦସଂଙ୍କୁଳ ଅବସ୍ଥାରେ ବସୁଥିବା ବେଳେ ଛୋଟ ଛୋଟ ସମସ୍ୟା ପାଇଁ ଅଙ୍ଗନବାଡି ଘର ନିର୍ମାଣ ହୋଇ ପାରୁନଥିଲା | ଏହାର ଅନ ଦି ସ୍ପଟ ସମାଧାନ paai ଘଟଣାସ୍ଥଳକୁ ବିଭାଗୀୟ ଅଧିକାରୀ, ଆରଆଇଙ୍କୁ ଡକାଇ ଦେଇଥିଲେ | ପିଲାମାନେ ଅଙ୍ଗନବାଡି ଘର ନଥିବା ଯୋଗୁ ନାହିଁ ନଥିବା ହଇରାଣ ହେଉଥିବା ବେଳେ ସମସ୍ୟା ଦୂର କରିବାରେ ପ୍ରଶାସନ ଆନ୍ତରିକତା ପ୍ରଦର୍ଶନ କରୁନଥିବା ଯୋଗୁ କ୍ଷୋଭ ପ୍ରକାଶ କରିଥିଲେ | ନିଜ ଉପସ୍ଥିତିରେ ସେ ଅଚଳାବସ୍ଥା ଦୂର କରିବା ସହ ତୁରନ୍ତ ଅଙ୍ଗନବାଡି ଘର ନିର୍ମାଣ କାମ ସାରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ | 

ବିଧାୟକ ଶ୍ରୀ ପ୍ରଧାନ ଶାସକ ପ୍ରଶାସକକୁ କହିଛନ୍ତି ଯେ ଯେପରି ଚମ୍ପାବତୀଙ୍କ ଘର ଭାଙ୍ଗି ଯାଇଥିଲା | ବର୍ଷାରେ ତାଙ୍କ  ଲୁଗାପଟା ଜିନିଷ ପତ୍ର ଓଦା ହୋଇ ଯାଉଥିଲା | ସେ ଆସି ଆଜି ଦୁଃଖ ଜଣାଇ ଥିଲେ | ତାଙ୍କୁ କେମିତି ଘର ମିଳିନି ବୋଲି ମୁ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଥିଲି | ଏ ମାସରେ ତା ଘର ବଣ୍ଟା ହୋଇ ସାରିଲାଣି | ହେଲେ ତାଙ୍କ ଆବେଦନକୁ ପ୍ରାଥମିକତା ଭିତ୍ତିରେ ବିଚାର କରି ଆସନ୍ତା ମାସରେ ରୁରାଲ ହାଉସିଂ ସ୍କିମରେ ଘର ଯୋଗାଇଦେବା ପାଇଁ ମୁ ନିର୍ଦ୍ଦେଶ ଦେଇଛି | ଆଉ କଟିଙ୍ଗିଆ ଅଙ୍ଗନବାଡି ଘର ନିର୍ମାଣ ସେଇ ଥିବା ଅଚଳାବସ୍ଥା ଆଜି ମୋ ଉପସ୍ଥିତିରେ ଦୂର ହୋଇଛି | ତୁରନ୍ତ ସେ ଅଙ୍ଗନବାଡି ଗାନ ନିର୍ମାଣ ହୋଇଯିବ ବୋଲି ବିଧାୟକ କହିଛନ୍ତି | 

0
0
0
s2sdefault