ହେଡଲାଇନସ୍:

ଯୋର ଧରୁଛି ପଶ୍ଚିମ ଓଡ଼ିଶାରେ କ୍ୟାନସର ହସ୍ପିଟାଲ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବା ଲାଗି  ଆରମ୍ଭ ହେଲା ଦସ୍ତଖତ ଅଭିଯାନ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ପଦ୍ମପୁର/ନୀଳ ଦୀପ : ବରଗଡ଼ ଜିଲ୍ଲାରେ ରାଜ୍ୟର ସର୍ବାଧିକ କ୍ୟାନସର ରୋଗି ରହିଥିବା କାରଣରୁ ରାଜ୍ୟରେ ପ୍ରସ୍ତାବିତ ଆଉ ଏକ ନୂତନ ଟାଟା ମେମୋରିୟାଲ କ୍ୟାନସର ଡାକ୍ତରଖାନାକୁ ପଶ୍ଚିମ ଓଡ଼ିଶାରେ ସ୍ଥାପନା କରାଯିବା ପାଇଁ ଅଂଚଳରେ ଦାବି ଯୋର ଧରିଛି ।  ସବୁ ବେଳେ ଆମକୁ କାହିଁକି ମାଗିବାକୁ ପଡୁଛି ଓ ସରକାର କାହିଁକି ଏ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ସର୍ବନିମ୍ନ ସୁବିଧାସୁଯୋଗ ଯୋଗାଇଦେଉନାହାନ୍ତି ବୋଲି ଏ ଅଞ୍ଚଳର ଜନସାଧାରରଙ୍କ ଭିତରେ ଚର୍ଚ୍ଚା ହେଉଛି  ।ଏ ଅଞ୍ଚଳରେରେ କ୍ୟାନସର ରୋଗୀଙ୍କ ପାଇଁ ଏକ କ୍ୟାନସର ସ୍କେସିଆଲିଟି ହସ୍ପିଟାଲର ଆବଶ୍ୟକତା ଉପରେ ବୁଦ୍ଧିଜୀବ ତଥା ଜନସାଧାରଣଙ୍କ ପକ୍ଷରୁ ସ୍ଥାନୀୟ ସାଂସଦ ତଥା ଲୋକପ୍ରତିନିଧିଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଅନୁରୋଧ କରାଯାଇଥିବା ବେଳେ ଏବେ ଏହି ଦାବିକୁ ନେଇ ଆଗେଇ ଆସିଛନ୍ତି କିଛି ଉଦ୍ଧୀୟମାନ ଯୁବକ ଗୋଷ୍ଠୀ  । ବରଗଡ଼ ଜିଲ୍ଲା ପଦ୍ମପୁର ଭେଉଁରିଆ ଛକ ଠାରେ କିଛି ସ୍ଥାନୀୟ ଯୁବକଙ୍କ ଉଦ୍ୟମକ୍ରମେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଯାଇଅଛି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କରାଯାଉଥିବା ଏହି ଦସ୍ତଖତ ଅଭିଯାନକୁ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଲକ୍ଷ୍ମୀନାରାୟଣ ପଣ୍ଡା, ପଦ୍ମପୁର ଥାନା ଅଧିକାରୀ କେ. ପ୍ରିୟଙ୍କା ରାଉତରାୟ, ଡା. ଶଙ୍କର ରାମଚନ୍ଦାନୀଙ୍କ ସମେତ ସହରର ବହୁ ସଂଖ୍ୟାରେ ବୁଦ୍ଧିଜିବୀ ତଥା ଜନସାଧାରଣ ଯୋଗ ଦେଇ ଉକ୍ତ ଦାବୀକୁ ସମର୍ଥନ ଜଣାଇଥିଲେ । ଠାକୁର ପ୍ରସାଦ ସାହୁ, ଚିନ୍ମୟ ପଣ୍ଡା, ଡିଲେଶ୍ୱର ବାଗ, ସରଜୁ ପଟନାୟକ, ମୌସମ କୁମାର ପାଗୋଡ଼ା, ଅଶିଷ ନାଥ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ।

 

0
0
0
s2sdefault