ହେଡଲାଇନସ୍:

ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

05-08-18-plant.jpg - 85.37 kB

ଯାଜପୁରରୋଡ୍ (ଜୟଶଙ୍କର ଦାଶ ): କୋରେଇ ବ୍ଲକ ଅନ୍ତର୍ଗତ ଶଙ୍ଖଚିଲା ଉପଡାକଘର ପରିସରରେ ସ୍ମାଇଲ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଫାଉଣ୍ଡେସନର ସମ୍ପାଦକ ସୌମ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ୭ଟି ପଞ୍ଚାୟତରେ ୧୦୦୦ରୁ ଉର୍ଧ୍ଵ  ଗଛ ସମସ୍ତ ବିଦ୍ୟାଳୟ, ରାସ୍ତାପାର୍ଶ୍ଵ  ଓ ଫାଙ୍କା ସ୍ଥାନରେ ବୃକ୍ଷରୋପଣ କରାଯିବ ବୋଲି ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି । କୃଷ୍ଣଚୂଡ଼ା, ଚନ୍ଦନ, ଚମ୍ପା, ପଣସ ଆଦି ଚାରା ରୋପଣ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଷ୍ଟମାଷ୍ଟର ଦିବ୍ୟରଞ୍ଜନ ଦେଓ ଯୋଗଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଫାଉଣ୍ଡେସନର ସଦସ୍ୟ ଅକ୍ଷୟ ଜେନା, ତରୁଣ ସାହୁ, ବିଦ୍ୟାଧର ପାଢ଼ୀ, ରାକେଶ ସାହୁ, ପର୍ଶୁରାମ ମଲ୍ଲିକଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ ।

 

0
0
0
s2sdefault