ହେଡଲାଇନସ୍:

ରାମଗଡ ଗ୍ରାମର ଗୃହରେ ପସିଲା ଜଙ୍ଗଲି କୁଟୁରା ଛୁଆ, ଉଦ୍ଧାର କରି ଅଭୟାରଣ୍ୟରେ ଛାଡିଲେ ବନ ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

05-08-18-kutura.jpg - 54.95 kB

ବୌଦ୍ଧ (ସିମୁନ୍ ନାଏକ) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାମଗଡ ଗ୍ରାମରେ ଜୈନିକ ବ୍ୟକ୍ତିଙ୍କ ଘର ଭିତରକୁ ରବିବାର ଦିନ ବଡିଭୋର ସକାଳେ ଏକ ଜଙ୍ଗଲି କୁଟୁରା ବାଟବଣା ହୋଇ ପସିଆସିଥିବା ଘଟଣା ପ୍ରଚାରିତ ହେବା ପରେ ରାମଗଡ ସମେତ ଆଖପାଖ ଅଂଚଳରୁ କୁଟୁରା ଛୁଆଟିକୁ ଦେଖିବା ପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା । ଖବର ପାଇ ପୁରୁଣାକଟକ ବନବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଁଚି କୁଟୁରା ଛୁଆଟିକୁ ଉଦ୍ଧାର କରି ତାକୁ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର କୁଶଙ୍ଗ ରେଂଜ ସୀମାନ୍ତ ମଧ୍ୟରେ ଥିବା ସୁନା ଖଣିଆ ଅଭୟାରଣ୍ୟରେ ଛାଡି ଦେଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମତେ ରାମଗଡ ଗ୍ରାମର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଦିନେଶ ଯୋଷୀ ପ୍ରାତ ସକାଳୁ ଉଠି ଠାକୁରଙ୍କ ପୂଜା ପାଇଁ ଫୁଲ ତୋଳିବାକୁ ବାହାରିବା ସମୟରେ ହଠାତ୍ ଏକ କୁଟୁରା ଛୁଆ ତାଙ୍କ ଦ୍ଧତ୍ପ ଦୁଆର ମୁହଁରେ ପହଁଚି ଥିଲା । ସେତାକୁ ଘଉଡାଇବାକୁ ଚେଷ୍ଟା କରିବାରୁ କୁଟୁରା ଛୁଆଟି ତାଙ୍କ ଘରଭିତରେ ପସି ଯାଇଥିଲା । ସେ ଏକଥା ପଡୋସି ଲୋକଙ୍କୁ ଡାକି ଜଣେଇବାରୁ ଘରୁ ଘଉଡାଇଦେଲେ କାଳେ କିଏ କୁଟୁରା ଟିକୁ ମାରିଦେବା ଆସଙ୍କା କରି ସେମାନେ ବାହାରପଟୁ କବାଟ ବନ୍ଦ କରି ବନବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ପୁରୁଣାକଟକ ବନବିଭାଗ ର ଷ୍ଟାଫ୍ ସେଠାରେ ପହଁଚି ଘରଭିତରେ ଥିବା କୁଟୁରା ଛୁଆକୁ ଉଦ୍ଧାର କରି ପ୍ରଥମେ ପୁରୁଣାକଟକ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରିବା ପରେ ତାକୁ ମହାନଦୀ ଅଭୟାରଣ୍ୟ ରେ କୁଶଙ୍ଗ ବନ୍ୟପ୍ରାଣୀ ରେଂଜର ବନରଖି ଦିପକ କୁମାର ମିଶ୍ରଙ୍କ ଉପସ୍ଥିତିରେ  ଛାଡିଦେଇଥିଲେ । ଉଦ୍ଧାର କାର୍ଯ୍ୟରେ ବନ ପୁରୁଣାକଟକ ବନାଂଚଳର ବନପାଳ ରାଧେଶ୍ୟାମ କାମ୍ପୋ, ଗୀତାରାଣୀ ଯୋଷୀ , ବନରଖି ସୁନିଲ କୁମାର ପ୍ରଧାନ, ଅନୁସୟା ଦେହୁରୀ, ସତିସ ରଂଜନ କାମ୍ପୋ, ଡିଇଓ ବିକାଶ ରଂଜନ ମିଶ୍ର ଆଦି ସାମିଲ୍ ଥିଲେ । ତେବେ ନିଜ ଘର ଭିତରେ କୁଟୁରା ଛୁଆଟିକୁ ରଖି ବନବିଭାଗକୁ ଖବର ଦେଇ ତାର ଜୀବନକୁ ରକ୍ଷା କରିବା ଦିଗରେ ଗୃହ କର୍ତା ଶ୍ରୀ ଯୋଷୀ ଓ ଗ୍ରାମବାସୀଙ୍କ ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି । 

 

0
0
0
s2sdefault