ଜଗତସିଂହପୁର, /ସୁମନ୍ତ କୁମାର ଦାସ: ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର(ଶଙ୍ଖେଶ୍ୱର) ପଞ୍ଚାୟତରେ ଥିଵା ବହୁ ପୁରାତନ ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟ ମହାପୁରୁଷ ସାଂସ୍କୃତିକ ପରିଷଦ ର ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ବାର୍ଷିକ ଉତ୍ସବ, ଯଜ୍ଞ ଅନୁଷ୍ଠିତ ହୋଇଥାଏ l ଏହି ଯଜ୍ଞ କାର୍ଯ୍ୟକ୍ରମ କୁ ମଠର ମୁଖ୍ୟ ପୁରାଧା ରମେଶ ଚନ୍ଦ୍ର ସାହୁଙ୍କ ସମେତ ଗ୍ରାମବାସୀ ପରିଚାଳନା କରିଥାନ୍ତି l ଏହି ପୀଠରେ ନିରବଛିନ ଭାବେ ପବିତ୍ର ଦୋଳ ପୁର୍ଣିମା ଅବସରରେ ୧୩ ଖଣ୍ଡ ଗ୍ରାମ୍ୟ ସମୂହର ସମ୍ମିଳିତ ଉଦ୍ୟମରେ ଶ୍ରୀ ଶ୍ରୀ ସିଦ୍ଧ ଖଇଫୁଟା ବଟ ମହାପୁରୁଷ ଗାଦି ତଳେ ପାଳିତ ହୋଇ ଆସୁଛି କଳା ଓ ସଂସ୍କୃତିର ମହୋତ୍ସବ ଜନପ୍ରିୟ ଖଇଫୁଟା ଯାତ୍ରା l କାଳର ପ୍ରବାହମାନ ସ୍ରୋତରେ ଏହି 'ଖଇଫୁଟା ଯାତ୍ରା' ଆଜି ପାଲଟିଛି କିମ୍ବଦନ୍ତୀ l ଅନେକ ଘାତ ପ୍ରତିଘାତ ସତ୍ତ୍ୱେ ଗ୍ରାମ୍ୟ ସମୂହର ଐକାନ୍ତିକ ଭାବ, ସମ୍ମିଳିତ ଆନ୍ତରିକ ଉଦ୍ୟମ ଏବଂ ପ୍ରଚେଷ୍ଟା ଯୋଗୁଁ ଏହି ମହିମାମଣ୍ଡିତ ଐତିହ୍ୟ ଅଦ୍ୟାବଧି ଊଜୀବିତ ହଇଓପାରିଛି ବୋଲି ଆଜିର ଏହି ସାଂସ୍କୃତିକ ସଭାରେ ପାରିଷଦ ର କର୍ମକର୍ତ୍ତା ମାନେ ମତବେକ୍ତ କରିଥିଲେ l ଚଳିତ ବର୍ଷ ଏହି ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଅନୁଷ୍ଠିତ କରାଯାଇଥିଲା l ପରେ ଦୀର୍ଘ ୪ ଦିନ ବ୍ୟାପି ଅପେରା ପରିବେଷଣ କରାଯାଇଥିଲା l ଏହି ଅନୁଷ୍ଠାନର ସ୍ଥାୟୀ ସଭାପତି ଜଗତସିଂହପୁର ପୂର୍ବତନ ଜ଼ିଲ୍ଲାପାଳ ତଥା ବର୍ତ୍ତମାନର ଖୋର୍ଦ୍ଧା ଜ଼ିଲ୍ଲା ଜ଼ିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଚଳିତ ବର୍ଷ କାର୍ଯ୍ୟ ବେସ୍ତତା ପାଇଁ ଆସିପାରିନଥିବାବେଳେ ତାଙ୍କର ସ୍ୱରଚିତ "ଗାଁ ରେ ସେଇ ସବୁଦିନ" ପୁସ୍ତକ ପ୍ରେରିତ କରିଥିଲେ l ଏହି ପୁସ୍ତକ ମାଧ୍ୟମରେ ଗ୍ରାମ୍ୟ ଜୀବନ, କୌଣସି ସ୍ମୃତି, ବିଦ୍ୟାରମ୍ଭ, ଗାଁ ଦାଣ୍ଡ, ପୂର୍ଣ୍ଣିମା, ବର୍ଷା, ଦୋଳ, ଡ୍ରାମା, ନଈ, ବାଇସ୍କୋପ ଓ ରେଡ଼ିଓ, 'ଵା', ବୋଉ ଓ ବଡ଼ବୋଉ, ଚାଷ ଏମିତି ଅନେକ ଅନୁଭୂତି ବର୍ଣ୍ଣନା କରିଛନ୍ତି l ଅନୁଷ୍ଠାନ ର ସମ୍ପାଦକ ସୁବାଷ ମହାପାତ୍ର, କୋଷାଧକ୍ଷ ଅତୃପ୍ତି ମହାପାତ୍ର, ଉପ କୋଷାଧକ୍ଷ ବିକାଶ ମହାନ୍ତି (ନାନା), ସାହସମ୍ପାଦକ ରଶ୍ମି ରଞ୍ଜନ ମହାପାତ୍ର, କାର୍ଯ୍ୟକାରୀ ସମ୍ପାଦକ ଜ୍ଞାନୀଲ ମହାପାତ୍ର,ସତ୍ୟ ପ୍ରସାଦ ମହାପାତ୍ର, ସହ ସମ୍ପାଦକ ଜ୍ଞାନ ରଞ୍ଜନ ମଲ୍ଲ ଙ୍କ ସମେତ ପାରିଷଦ ର ସମସ୍ତ କର୍ମକର୍ତ୍ତା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ l ଏହି ଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ଅନୁଷ୍ଠିତ ହୋଇଥିବା ବେଳେ କୃଷ୍ଣାନନ୍ଦପୁର ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା l