ପଦ୍ମପୁର(ଶାସକପ୍ରଶାସକ)- ସ୍ଥାନୀୟ ପୁରୋହିତ କଲ୍ୟାଣ ମଣ୍ଡପ, ପଦ୍ମପୁର ରେ ନୂତନ ପେନସନ ଯୋଜନାଭୁକ୍ତ ଶିକ୍ଷକ ସଂଘ ସଭାପତି ରଘୁନାଥ ପୂରୀଙ୍କ ସଭାପତିତ୍ବରେ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ନେଇ ନୂତନ ପେନସନ ଉଛେଦ ଦାବୀ ନେଇ ବିଶାଳ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି lଦୀପ ପ୍ରଜ୍ବଳନ ଓ ପୂଜାର୍ଚନା ପରେ ରମେଶ ଦାଶ, ସୁନିତା ଦାଶ, ପ୍ରଭାତୀ ପଟ୍ଟନାୟକ, ରୁଦ୍ର କୁ ସାହୁ ପ୍ରlରମ୍ଭିକ ସଂଗୀତ ଓ ମନ୍ତ୍ର ପାଠ କରିଥିଲେ l ମୁଖ୍ୟଅତିଥି ଭାବରେ ଯୋଗ ଦେଇ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସଦାନନ୍ଦ ପୁରୋହିତ ଏନ. ପି. ଏସ ବାସ୍ତବରେ କର୍ମଚାରୀଙ୍କ ବୃଦ୍ଧାବସ୍ଥାକୁ କଷ୍ଟ ଦେବ, ଏଥିପାଇଁ ମୁଁ ସଂଘୀୟ ସଂଗ୍ରାମ ସହ ଯେ କୌଣସି ସମୟରେ ଅଛି ବୋଲି ଉତ୍ସାହ ପ୍ରଦାନ କରିଥିଲେ l ଏନ. ଏମ. ଓ. ପି ଏସ, ଓଡିଶାର ରାଜ୍ୟ ସାଧାରଣ ସମ୍ପାଦକ ବଂକିମ ଚନ୍ଦ୍ର ସାଗର ଲୋୟର ପି. ଏମ. ଜୀ ରେ ଆଗାମୀ ଦିନରେ ଓ଼ଲ୍ଳେହେଇ ସରକାରଙ୍କ ଠୁ ଆମ ହକ ପୁରୁଣା ପେନସନ ପୁନଶ୍ଚ ମାଗିବl ଓ ସରକାର ନିଶ୍ଚୟ ଦାବୀ ଗ୍ରହଣ କରିବେ ବୋଲି ଆତ୍ମ ବିଶ୍ୱାସ ସୃଷ୍ଟି କରି ଥିଲେ l ଜୁନିଅର ଟିଚର ଏସୋସିଏସନର, ଜିଲ୍ଲା ସଭାପତି ବରଗଡ ଏନ. ପି. ଏସ ଉଛେଦ ନହେବା ପର୍ଯ୍ୟନ୍ତ ମିଳିତ ଭାବେ ସଂଗ୍ରାମ ଜାରି ରହିବ ବୋଲି ମତ ବ୍ୟକ୍ତ କରି ଥିଲେ l
ଜିଲ୍ଲା ପର୍ଯ୍ୟ ବେକ୍ଷକ ଜନକ କଲେତ ପଶ୍ଚିମ ଓଡିଶାରୁ ଆନ୍ଦୋଳନପାଇଁ ଏହା ପଥ ପରିସ୍କୃତ କରୁଛି, ଯାହା ରାଜ୍ୟ ସ୍ତରରେ ପ୍ରତିଫଳନ ହେଉ ବୋଲି ଉଦବୋଧନ ଦେଇଥିଲେ lସୋହେଲା ବ୍ଲକ ଶିକ୍ଷକ ସଂଘ ସଭାପତି କୁବେର ମହାପାତ୍ର, ଜିଲ୍ଲା ସ୍ତରରେ ନିଷ୍ପତ୍ତି ନେବା ପରେ ଜିଲ୍ଲା, ବ୍ଲକ ଓ ଆର. ଡି. ସି ସ୍ତରରେ ଏହାକୁ ବ୍ୟlପାକ କରାଯିବ ଓ ହକ ପାଇବା ପର୍ଯ୍ୟନ୍ତ ଏନ. ପି. ଏସ ଉଛେଦ ପାଇଁ ସବୁ ବର୍ଗର କର୍ମଚାରୀ ଏକ ହେବାକୁ ଆହ୍ୱାନ ଦେଇଥିଲେ l ପାଇକ ମାଲ ବ୍ଲକ ଏନ. ପି.ଏସ କର୍ମଚାରୀ ସଂଘ ସଭାପତି ଡୋଲମଣି ମାହାର, 01.01.2005ରୁ ଉଛେଦ ହୋଇଥିବା ପୁରୁଣା ପେନସନ ପୁନଃ ଲାଗୁ କରିବାଜୁ ସବୁ ବିଭାଗ ଏକ ହୋଇ ଲଢେଇ ପାଇଁ ବରଗଡ ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଏହା ଆନ୍ଦୋଳନର ପୂର୍ବାଭାସ ବୋଲି କହିଥିଲେ l ବୈଷ୍ଣବ କୁଦେଇ ଆତ୍ମ ବିଶ୍ୱାସ ସହ ଲକ୍ଷ୍ୟ ନେଇ ଆଗେଇଲେ ପରିଶ୍ରମର ଫଳ ବୃଥା ଯିବ ନାହିଁ ବୋଲି ମତ ଦେଇଥିଲେ l ସରୋଜ ଷଡ଼ଙ୍ଗୀ ଦେହାନ୍ତ ହୋଇ ଥିବା କର୍ମଚାରୀଙ୍କ ପ୍ରାପ୍ୟ ନେଇ ପ୍ରସ୍ତାବ ରଖିଥିଲେ l ସମ୍ପାଦକ ରୂପକ ସାହୁ ଆଲୋଚନା ଚକ୍ର ପରିଚାଳନା କରିଥିଲେ lବରିଷ୍ଠ ପରlମର୍ଶ ଦାତା ଭରତ ସାହୁ ସମଗ୍ର କାର୍ଯ୍ୟକ୍ରମର ସଂଯୋଜନା,କ୍ଲଷ୍ଟର ସଂଚାଳକ ମନୋଜ ସାହୁ, ପ୍ରଦୀପ ସାହୁ, ମହେଶ୍ୱର ସାହୁ, ହେମନ୍ତ ଛୁରା, ସୁଦାମ ବିଶି, ଭକ୍ତ ମହାନନ୍ଦ, ନାରାୟଣ ପାଣ୍ଡେ, ରବିନାରାୟଣ ପଣ୍ଡା, ଈଶ୍ୱର ଦିସରି, ଆଶିଷ ବୈକlର, ସଂଜୀବ ବାରିକ, ବିଭିନ୍ନ ବିଭାଗର ଦାୟିତ୍ୱ ତୁଲାଇ ଥିଲେ l ପ୍ରଦୀପ ସାହୁ ପଞ୍ଜିକରଣ ଓ ରତ୍ନାକର ଶତପଥୀ ପରିଚୟ ପ୍ରଦାନକରିଥିଲେ l ନେତ୍ରା ନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l