ଦୁଃଖ ବୁଝିବେ କି ମୋ ସରକାର
କଲ୍ୟାସିଂହପୁର/ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ସଦର ଗାଁରେ ଝାଟି ମାଟି କୁଡ଼ିଆରେ ବିଧବା କାନ୍ଦିରି ପିଡ଼ିସିକା ଆଜି କାନ୍ଦୁଛି ଶୀତ କାକର, ଖରା, ବର୍ଷା, ସବୁ ସମାନ ସାଝିଛି,ସରକାର ଯୋଜନା ସପନ ହୋଇଛି। ଆଜକୁ ପ୍ରାୟ ୬ ବର୍ଷ ହେବ ୨୦୧୭ ମସିହାରେ ବନ୍ୟା ରେ ଘର ଭୁଶୁଡ଼ି ଯାଇଥିଲା। ବିଧବା କାନ୍ଦିରି ନିଜ ପୁଅ କୁ ଧରି ଏକ ଛୋଟ କୁଡିଆରେ ରହିଆସୁଛନ୍ତି ।କରଡା କାଠ ଆଣି ଚାରି ଆଡ଼େ ପୋତି ତା ଉପରେ ଏକ ଜରି ପକାଇ ଚଳି ଆସୁଛନ୍ତି । ବର୍ତ୍ତମାନ ଶୀତ କାକର, ଖରା ଓ ବର୍ଷା ହେଉଥିଲେ ମଧ୍ୟ ଘର ଉପରେ ଜରି ପକାଇ ରହୁଛନ୍ତି ।ଅତ୍ୟଧିକ ବର୍ଷା ହେଲେ ଶୋଇବା ପାଇଁ ବହୁତ ଅସୁବିଧା ହେଉଥିବା କହିଛନ୍ତି । ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଅଟନ୍ତି ।ଏମାନଙ୍କୁ ମାସିକ ବିଧବା ଭତ୍ତା ୫୦୦ଟଙ୍କା ହିଁ ମିଳୁଥିବା ବେଳେ ୧୦ କିଲୋ ଚାଉଳ ପାଉଥିବା କାନ୍ଦିରି କହିଛନ୍ତି ।ଏତିକି ଟଙ୍କା ରେ ୨ ପ୍ରାଣୀ ଅଚଳିବା ଅସୁବିଧା ହେଉଥିବା ଯୋଗୁଁ ସବୁବେଳେ ଲେବର କାମ କରନ୍ତି। ସେଥିରୁ ପାଉଥିବା ଟଙ୍କାରେ ଚଲୁଥିବା କହିଛନ୍ତି ।ଏହି ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ବୋଲି ବିଧବା କାନ୍ଦିରି କହିଛନ୍ତି । ଗତ ୨୦୧୭ ବନ୍ୟାରେ ଏହି ଘର ଭାଙ୍ଗି ଯାଇଥିଲା ।ଏହାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀ ମାନେ ପରିଦର୍ଶନରେ ଯାଇ ନିରବ ରହୁଥିବା କହିଛନ୍ତି ।ଏହି ଗରିବ ଶ୍ରେଣୀର ପରିବାରକୁ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ଯେ ଯେତେବେଳେ ତାଙ୍କ ଘର ଭାଙ୍ଗିଲା ସେତେବେଳେ ସହାୟତା ମିଳିବା ର ଥିଲା । ବର୍ତ୍ତମାନ ସରକାର ଏମିତି ଆଇନ କରିଛନ୍ତି ଯେ ଆମେ ଚାହିଁଲେ ମଧ୍ୟ ସାହାର୍ଯ୍ୟ କରି ହେବ ନାହିଁ। କାରଣ ମୁଁ ଏହି ସମ୍ପର୍କରେ ଜାଣି ନାହିଁ ୧୦୧୭ ବନ୍ୟା ପିରିୟଡ଼ ରେ ଯେଉଁ ବିଡ଼ିଓ ଥିଲେ ସେ ସମାଧାନ କରିବା ର ଥିଲା। ଯଦି ତାଙ୍କର ନାମ ତାଲିକା ରେ ଥିବ ତେବେ ସରକାର ଆମକୁ କାର୍ଯ୍ୟଦେଶ ଦେବାକୁ କହିଲେ ତାଲିକା ହିସାବରେ ଆମେ ଆବାସ ଯୋଜନାର କାର୍ଯ୍ୟଦେଶ ପ୍ରତ୍ର ପ୍ରଧାନ କରିବୁ ।