ହେଡଲାଇନସ୍:

ଟାଟା ଟି ପ୍ରିମିୟମ୍-ଦେଶ୍ କି ଚାଏ, ପକ୍ଷରୁ ମେଟାଭର୍ସରେ ବିଶ୍ୱର ପ୍ରଥମ ହୋଲି ପାର୍ଟିର ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  •  ନିର୍ଦିଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ ପାଇଁ କଂପାନି ଦେଉଥିବା ଗୁରୁତ୍ୱ ଅନୁସାରେ ମେଟାଭର୍ସ ଦୁନିଆରେ ପ୍ରବେଶ

  •  ମେଟାଭର୍ସର ସମ୍ପୂର୍ଣ୍ଣ ନୂଆ ଦୁନିଆରେ ଆମ ଉତ୍ସବର ସମୃଦ୍ଧ ସାଂସ୍କୃତିକ ଦିଗକୁ ପ୍ରଦର୍ଶନ କରିବା ଲାଗି ଅତି ଆଂଚଳିକ ବର୍ଣ୍ଣନାକୁ ଆଗକୁ ବଢ଼ାଇଛି

ଭୁବନେଶ୍ୱର: ଆଂଚଳିକ ଗୌରବକୁ ପାଳନ କରିବା ଏବଂ ଉନ୍ନତ ଗ୍ରାହକ ଅନୁଭୂତି ପ୍ରଦାନ କରିବା ପାଇଁ ହାଇପର୍-ଲୋକାଲ୍ ଦର୍ଶନକୁ ଜାରି ରଖି ଟାଟା ଟି ପ୍ରିମିୟମ୍ ପକ୍ଷରୁ ଏହାର ପ୍ଲାଟ୍ଫର୍ମରେ ବିଶ୍ୱର ପ୍ରଥମ ଧରଣର ହୋଲି ପାର୍ଟି (ଉତ୍ସବ) ଆୟୋଜନ କରି ମେଟାଭର୍ସରେ ପ୍ରଥମ ଥର ଲାଗି ପ୍ରବେଶ କରାଯାଇଛି। ଏହି ଅଭିଯାନ ସହିତ, ଏକ ଭବିଷ୍ୟତମୁଖୀ ପ୍ରଯୁକ୍ତି ଭର୍ଚୁଆଲ୍ ପ୍ଲାଟ୍ଫର୍ମରେ ରଙ୍ଗର ଉତ୍ସବ ହୋଲିକୁ ପାଳନ କରିବାରେ କଂପାନି ବିଶ୍ୱର ପ୍ରଥମ ସଂସ୍ଥା ଭାବେ ଆବିର୍ଭୁତ ହୋଇଛି।
ପ୍ଲାଟ୍ଫର୍ମରେ ପ୍ରବେଶ କରିବା ପରେ ଗ୍ରାହକମାନେ ସେମାନଙ୍କ ପସନ୍ଦର ଅବତାର ଧାରଣ କରିପାରିବେ ଏବଂ ବିଭିନ୍ନ ନିବିଡ଼ ହୋଲି ଗେମ୍ସ ଗୁଡ଼ିକ ସହିତ ରଙ୍ଗର ଛାପକୁ ଉପଭୋଗ କରିପାରିବେ। ପାର୍ଟିରେ ରୋମାଂଚକୁ ବଢ଼ାଇବା ଲାଗି ସଙ୍ଗୀତ ଜଗତରେ ଚର୍ଚ୍ଚା ସୃଷ୍ଟି କରିଥିବା ସଙ୍ଗୀତକାର ଓ ଗୀତିକାର ଯୋଡ଼ି ସଚେତ୍-ପରମ୍ପରାଙ୍କ ଏକ ସ୍ୱତନ୍ତ୍ର ଉତ୍ସବ ପ୍ରଦର୍ଶନ ଦେଖିବାକୁ ମିଳିବ। ସଙ୍ଗୀତକାର-ଗୀତିକାର ଯୋଡ଼ି ଓ ବାସ୍ତବ ଜୀବନର ପତି ଓ ପତ୍ନୀ ଉତରପ୍ରଦେଶର ସଚେତ୍ ଟଣ୍ଡନ୍ ଓ ଦିଲ୍ଲୀର ପରମ୍ପରା ଟଣ୍ଡନ୍ ମିଳିତ ଭାବେ ଉତରପ୍ରଦେଶର ଲଠମାର୍ ହୋଲି ଓ ଦିଲ୍ଲୀର ରଙ୍ଗବାଲି ହୋଲିର ଯାଦୁକୁ ଜୀବନ୍ତ କରିବେ; ଯାହାର ଭାବକୁ ଟାଟା ଟି ପ୍ରିମିୟମ୍ ର ସ୍ୱତନ୍ତ୍ର ଉତ୍ସବ ପ୍ୟାକ୍ ଏଡିସନ୍ରେ ଧରି ରଖାଯାଇଛି। ଟାଟା ଟି ପ୍ରିମିୟମ୍, ଦେଶ୍ କି ଚାଏର ମେଟାଭର୍ସରେ ପ୍ରଥମ ଧରଣର ହୋଲି ପାର୍ଟିରେ ଏହି ଯୋଡ଼ି ଯୋଗ ଦେବା ପରେ ରୋମାଂଚ ଆହୁରି ବଢ଼ିଯିବ।
ଏହି ଅଭିଯାନ ସମ୍ପର୍କରେ ପୁନୀତ୍ ଦାସ, ସଭାପତି-ପ୍ୟାକେଜଡ୍ ବେଭରେଜେସ୍ (ଭାରତ ଓ ଦକ୍ଷିଣ ଏସିଆ), ଟାଟା କଂଜ୍ୟୁମର୍ ପ୍ରଡକ୍ଟସ୍ କହିଛନ୍ତି ଯେ, “ଗ୍ରାହକମାନଙ୍କୁ ଅଭିନବ ଓ ଭିନ୍ନ ଅନୁଭୂତି ପ୍ରଦାନ କରିବା ଆମ ପାଇଁ ପ୍ରମୁଖ ପ୍ରାଥମିକତା ହୋଇ ରହିବ। ଏକ ବ୍ରାଣ୍ଡ୍ ଭାବେ ଟାଟା ଟି ପ୍ରିମିୟମ୍ ସର୍ବଦା ସ୍ୱତନ୍ତ୍ର ଅଭିଯାନ ଜରିଆରେ ଗାହକମାନଙ୍କ ସହ ଯୋଡ଼ି ହେବାକୁ ଲକ୍ଷ୍ୟ ରଖିଛି। ଦିଲ୍ଳୀ ଓ ଉତରପ୍ରଦେଶ ଭଳି କିଛି ପ୍ରମୁଖ ବଜାର ପାଇଁ ହୋଲିର ଉତ୍ସାହକୁ ଧରି ରଖି ଟାଟା ଟି ପ୍ରିମିୟମ୍ ସ୍ୱତନ୍ତ୍ର ଉତ୍ସବ ପ୍ୟାକ୍ ଉନ୍ମୋଚନ କରିଛି। ଆମେ ମେଟାଭର୍ସରେ ଟାଟା ଟି ପ୍ରିମିୟମ୍ର ହୋଲି ଉତ୍ସବର ଶୁଭାରମ୍ଭ କରିଥିବାରୁ ଅତ୍ୟନ୍ତ ରୋମାଂଚିତ ଯାହା ହେଉଛି ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଏକ ଅର୍ଥ ଭାବେ ଡିଜିଟାଲ୍ କାହାଣୀ ବର୍ଣ୍ଣନା ଓ ବ୍ୟକ୍ତିଗତ ଭାବର ବୃଦ୍ଧି ପାଉଥିବା ଶକ୍ତି ବ୍ୟବହାର କରିବାର ଏକ ଉଦ୍ୟମ। ଏହି ଅଭିଯାନ ଲୋକମାନଙ୍କୁ ହୋଲି ଓ ଉତ୍ସବକୁ ଏହା ସହିତ ଯୋଡ଼ି ହୋଇ ରହିଥିବା ଉତ୍ସବ ଉପାଦାନ ଯଥା ଆଂଚଳିକ ସଙ୍ଗୀତ, ଖାଦ୍ୟ, କାହାଣୀ ଆଦିକୁ ନୂଆ ମାଧ୍ୟମ ଜରିଆରେ ପାଳନ କରିବାରେ ସହାୟକ ହେବ।’’
ଉତ୍କର୍ଷ ଶୁଳ୍କା, ପ୍ରତିଷ୍ଠାତା ଓ ସିଇଓ, ୟୁଗ୍ (ୱାଇୟୁଜି) ମେଟାଭର୍ସ କହିଛନ୍ତି ଯେ, “ଭାରତର ଗୌରବକୁ ପାଳନ କରିବା ଏବଂ ପ୍ରଦର୍ଶିତ କରିବାରେ ୟୁଗ୍ ମେଟାଭର୍ସରେ ଆମେ ବିଶ୍ୱାସ କରୁଛୁ। ଭାରତରେ ହୋଲି ହେଉଛି ଏକ ବଡ଼ ଉତ୍ସବ, ତେଣୁ ଆମେ ମେଟାଭର୍ସରେ ଦୁନିଆର ପ୍ରଥମ ହୋଲି ଆୟୋଜନ କରିଛୁ ଯଦ୍ୱାରା ଲୋକମାନେ ଆସିପାରିବେ ଏବଂ ସେମାନଙ୍କ ପରିବାର ଓ ବନ୍ଧୁ ପରିଜନମାନଙ୍କ ସହିତ ପୂର୍ବରୁ କେବେ ହାସଲ କରିନଥିବା ଅନୁଭୂତି ସହ ହୋଲି ଖେଳିପାରିବେ। ଭାରତ ହେଉଛି ମୁଖ୍ୟତଃ ଏକ ଦେଶ ଯେଉଁଠାରେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି ଏବଂ ହୋଲି ଉତ୍ସବ ପାଳନର ଆଂଚଳିକ ଓ ଅତି ସ୍ଥାନୀୟ ଭାବକୁ ଦୁନିଆ ଆଗରେ ଉପସ୍ଥାପନ କରିବା ଲାଗି ଭାରତର ସଂସ୍କୃତିର ମୂଳ ସହିତ ନିଜକୁ ଯୋଡ଼ି ପାରିଥିବା ଟାଟା ଟି ପ୍ରିମିୟମ୍ ସହ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ଅତ୍ୟନ୍ତ ଖୁସି।’’
ବିଶାଲ୍ ଜ୍ୟାକବ୍, ଚିଫ୍ ଡିଜିଟାଲ୍ ଅଫିସର, ୱେଭ୍ମେକର୍-ଗ୍ରୁପ୍ଏମ୍ କହିଛନ୍ତି ଯେ, “ଗ୍ରାହକମାନଙ୍କ ସହ ଯୋଡ଼ି ହେବା ଲାଗି ବ୍ରାଣ୍ଡ୍ଗୁଡ଼ିକୁ ମେଟାଭର୍ସ ଅଧିକ ଉପାୟ ପ୍ରଦାନ କରୁଥିବାରୁ ମେଟାଭର୍ସ ଜରିଆରେ ଆଗକୁ ବଢ଼ିବା ଲାଗି ବ୍ରାଣ୍ଡ୍ଗୁଡ଼ିକୁ ସାହାଯ୍ୟ କରିବା ପାଇଁ ୱେଭ୍ମେକର୍ରେ ଆମେ ଏକ ଟିମ୍ ଗଠନ କରିଛୁ। ବ୍ରାଣ୍ଡ୍ଗୁଡ଼ିକୁ ଏବେ ସମ୍ପର୍କ ଯୋଡ଼ିବାର ନିୟମକୁ ପୁନମାର୍ଜିତ କରିବାକୁ ପଡ଼ିବ। ଉଦାହରଣ ସ୍ୱରୂପ ଲୋକମାନଙ୍କ ବଦଳରେ ଅବତାର ଜରିଆରେ ଏବଂ କାହାଣୀ କହିବା ବଦଳରେ କାହାଣୀ ତିଆରି କରି ଯୋଡ଼ି ହେବାକୁ ପଡ଼ିବ। ମେଟାଭର୍ସରେ ଟିସିପିଏଲ୍ର ହୋଲି ଉତ୍ସବ ହେଉଛି ଏହାର ଏକ ଉତମ ଉଦାହରଣ।’’

0
0
0
s2sdefault