ଇନୋଭେଟିଭ୍ ବାଇନୋକ୍ସ ସଫ୍ଟଓୟାର ପ୍ରୟୋଗରେ ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲରେ ହୋଇପାରିବ ଉପଚାର
-
ପ୍ରାୟତଃ ୪% ପିଲାମାନେ ଆମ୍ବଲିଓପିଆ (ଲେଜି ଆଇଜ୍), ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟାରେ ପୀଡ଼ିତ ଯାହାକି କମ୍ ବୟସର ପିଲାମାନଙ୍କୁ ପ୍ରଭାବିତ କରିଥାଏ ।
-
ବାଇନୋକ୍ସ ସଫ୍ଟଓୟାର ଦ୍ୱାରା ଚିକିତ୍ସା ଆରମ୍ଭ କରିବାର ମାତ୍ର ଛଅ ସପ୍ତାହ ମଧ୍ୟରେ ରୋଗୀମାନେ ତାଙ୍କର ଅବସ୍ଥାରେ ୮୦-୯୦% ଉନ୍ନତି ଅନୁଭବ କରିଥାନ୍ତି ।
ଭୁବନେଶ୍ୱର/ଶାସକ ପ୍ରଶାସକ : ଆମ୍ବଲିଓପିଆ ବା ‘ଲେଜି ଆଇଜ୍’ ହେଉଛି ଏକ ଦୃଷ୍ଟି ସମ୍ପର୍କିତ ସମସ୍ୟା ଯାହାକି ସାରା ବିଶ୍ୱର ୪% ପିଲାଙ୍କୁ ପ୍ରଭବିତ କରିଥାଏ । ଯଦି ଏହାର ସଠିକ୍ ସମୟରେ ଚିକିତ୍ସା କରାନଯାଏ, ତେବେ ଏହାଦ୍ୱାରା ସ୍ଥାୟୀ ଦୃଷ୍ଟି ହାନୀ ସମସ୍ୟା ଦେଖା ଦେଇପାରେ । ଦୃଷ୍ଟିହୀନତା ଓ ଅନ୍ଧତ୍ୱର ଏହି ସାଧାରଣ କାରଣର ନିୟନ୍ତ୍ରଣ କରିବା ପାଇଁ, ଲୋକପ୍ରିୟ ଚକ୍ଷୁ ଚିକିତ୍ସା ଚେନ୍, ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ୍ସ ଗ୍ରୁପ୍ ବାଇନୋକ୍ସ ସଫ୍ଟଓୟାରର ବ୍ୟବହାର କରୁଛନ୍ତି, ଏହା ଏକ ନୂତନ ଆଧୁନିକ ଉଦ୍ଭାବନ ଯାହାକି ଆମ୍ବଲିଓପିଆ ପାଇଁ ଏକ ଫଳପ୍ରଦ ଚିକିତ୍ସା ପ୍ରଦାନ କରିଥାଏ ।
ଡା. ଚନ୍ଦ୍ର ଶେଖର ସାହୁ, ସିନିୟର କନ୍ସଲଟାଂଟ ଓ ପେଡିଆଟ୍ରିକ୍ – ଚକ୍ଷୁ ରୋଗ ବିଶେଷଜ୍ଞ, ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ୍ସ, ଭୁବନେଶ୍ୱର କହିଛନ୍ତି ଯେ, “ଆମ୍ବଲିଓପିଆ ହେଉଛି ଏକ ଦୃଷ୍ଟିଜନିତ ସମସ୍ୟା ଯଦ୍ୱାରା ଜୀବନବ୍ୟାପୀ ଦୃଷ୍ଟିହୀନତା ସମସ୍ୟା ଦେଖା ଦେଇପାରେ । ଏହାକୁ ମଧ୍ୟ ଲେଜି ଆଏ (ଆମ୍ବଲିଓପିଆ) କୁହାଯାଏ ଯେତେବେଳେ ଗୋଟିଏ ଆଖିରେ ଦୃଷ୍ଟି ଶକ୍ତି ହ୍ରାସ ପାଏ ଯାହାକି ପ୍ରାକ୍ ଅବସ୍ଥାରେ ଦୃଷ୍ଟି ଶକ୍ତିରେ ବିକାଶରେ ଅସ୍ୱାଭାବିକତା କାରଣରୁ ଦେଖା ଦେଇଥାଏ । ରିଫ୍ରାକଟିଭ୍ ତ୍ରୁଟି ହେଉଛି ଆମ୍ବଲିଓପିଆର ଏକ ସାଧାରଣ କାରଣ । ରୋଗୀମାନଙ୍କ ଠାରେ ସଚେତନତାର ଅଭାବ କାରଣରୁ ଏହାକୁ ସାଧାରଣତଃ ବିଳମ୍ବରେ ଚିହ୍ନଟ କରାଯାଇଥାଏ । ପିଲାର ବୟସ ବୃଦ୍ଧି ହେବା ସହିତ, ଆମ୍ବଲିଓପିଆଜନିତ କ୍ଷୟକ୍ଷତିକୁ ସୁଧାରିବା କଷ୍ଟକର ହୋଇଥାଏ ।
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ଅନୁସାରେ, ୧୫ ବର୍ଷ ବୟସରୁ କମ୍ ୧୯ ନିୟୁତ ପିଲାମାନେ ଦୃଷ୍ଟିବାଧିତ ଅଟନ୍ତି । ଏମାନଙ୍କ ମଧ୍ୟରୁ ୧୨ ନିୟୁତ ଅନକରେକ୍ଟେଡ୍ ରିଫ୍ରାକଟିଭ୍ ତ୍ରୁଟି ଓ ଆମ୍ବଲିଓପିଆ କାରଣରୁ ଦୃଷ୍ଟି ହୀନ ଅଟନ୍ତି । ଆଉ ମଧ୍ୟ ନିକଟରେ ମିଳିଥିବା ପ୍ରମାଣରୁ ଏହା ଜଣାଯାଏ ଯେ ସାରା ବିଶ୍ୱରେ ଦୃଷ୍ଟିହୀନତାର ଏକ ପ୍ରମୁଖ କାରଣ ହେଉଛି ଆମ୍ବଲିଓପିଆ ଯାହା ପ୍ରାୟ ୧.୪୪ ପ୍ରତିଶତ ରହିଥିବା ସୂଚୀତ କରାଯାଇଛି । ଡାଟା ପୁନଃ ଅନୁମାନ କରେ ଯେ ଆମ୍ବଲିଓପିଆର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ସଂଖ୍ୟା ୨୦୧୯ ରେ ୯୯.୨ ନିୟୁତ ରହିଥିବା ବେଳେ ୨୦୩୦ ବେଳକୁ ଏହି ସଂଖ୍ୟା ୧୭୫.୨ ନିୟୁତ ହେବ ଓ ୨୦୪୦ ବେଳକୁ ଏହି ସଂଖ୍ୟା ୨୨୧.୯ ନିୟୁତରେ ପହଂଚିବ ।
ଡା. ଚନ୍ଦ୍ର ଶେଖର ସାହୁ, କହିଛନ୍ତି ଯେ, “ପିଲାମାନଙ୍କ ଠାରେ ଆମ୍ବଲିଓପିଆର ଚିକିତ୍ସା ପାଇଁ ବାଇନୋକ୍ସ ସଫ୍ଟଓୟାର ଏକ ମୂଲ୍ୟ ଉପଯୋଗୀ, ନୂତନ ଓ ଫଳପ୍ରଦ ଉପାୟ ଅଟେ । ଆମ୍ବଲିଓପିଆର ପାରମ୍ପରିକ ଚିକିତ୍ସାରେ ମାସ ମାସ ସମୟ ଲାଗୁଥିଲା ଓ କେତେକ କ୍ଷେତ୍ରରେ ଏହା ବର୍ଷ ବର୍ଷ ଧରି ସମୟ ମଧ୍ୟ ଲାଗୁଥିଲା । କିନ୍ତୁ ବାଇନୋକ୍ସ ସଫ୍ଟଓୟାର ସହିତ ଏହାର ଚିକିତ୍ସା ଅବଧି ସର୍ବାଧିକ ୨୦ ରୁ ୩୦ ଟି ସେସନ ମଧ୍ୟରେ କରାଯାଇ ପାରିବ ଯେଉଁଥିପାଇଁ ୪ ରୁ ୬ ସପ୍ତାହ ସମୟ ଲାଗିଥାଏ । ଏହି ଚିକିତ୍ସା ମାଧ୍ୟମରେ ରୋଗୀମାନଙ୍କ ଠାରେ ଦୃଷ୍ଟି ଶକ୍ତିରେ ୮୦-୯୦% ର ଉନ୍ନତି ପରିଲକ୍ଷିତ ହୋଇଛି । ପାରମ୍ପରିକ ଚିକିତ୍ସା ଓ ଏହି ଆଧୁନିକ ଚିକିତ୍ସା ମଧ୍ୟରେ ମଧ୍ୟ ଖର୍ଚ୍ଚରେ ବିଶେଷ ପାର୍ଥକ୍ୟ ନାହିଁ ।
ପାରମ୍ପରିକ ପ୍ରଣାଳୀରେ, ଗୋଟିଏ ଆଖିକୁ ପ୍ୟାଚିଂ ବା ପେନାଲାଇଜେସନ କରାଯାଇ ଅନ୍ୟ ଆଖିକୁ ଷ୍ଟିମୁଲେଟ୍ କରାଯାଇଥାଏ, କିନ୍ତୁ ବାଇନୋକ୍ସ ସଫ୍ଟଓୟାର ସହିତ ଏହି ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ । ଉଭୟ ଆଖିକୁ ଏକ ସମୟରେ ଭିନ୍ନ ଭିନ୍ନ କଂଟ୍ରାଷ୍ଟ ଏନହାନ୍ସଡ ଇମେଜ୍ ମାଧ୍ୟମରେ ଷ୍ଟିମୁଲେଟ୍ କରାଯାଇଥାଏ । ଏହାକୁ ଆଖିର ଡାଇକୋପଟିକ୍ ଷ୍ଟିମୁଲେସନ କୁହାଯାଏ । କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ, ବାଇନୋକ୍ସ ସଫ୍ଟଓୟାର ଦ୍ୱାରା ମଧ୍ୟ ବୟସ୍କଙ୍କ ଠାରେ ଆମ୍ବଲିଓପିଆର ଚିକିତ୍ସା କରାଯାଉଛି ଓ ଏହା ଦ୍ୱାରା ରୋଗୀମାନଙ୍କ ଅବସ୍ଥାରେ ଉଲ୍ଲେଖନୀୟ ଭାବରେ ଉନ୍ନତି ହେଉଥିବା ଦେଖିବାକୁ ମିଳିଛି ।
ବାଇନୋକ୍ସ ସଫ୍ଟଓୟାର ଆମ୍ବଲିଓପିଆର ଚିକିତ୍ସାରେ ଫଳପ୍ରଦ ଭାବରେ ଡାଇକୋପଟିକ୍ ପ୍ରିନ୍ସିପଲ୍ର ପ୍ରୟୋଗ କରିଥାଏ । ଏହି ସଫ୍ଟଓୟାର ଉଭୟ ଆଖିକୁ ଏକ ସମୟରେ ଭିନ୍ନ ଭିନ୍ନ କଂଟ୍ରାଷ୍ଟ ଏନହାନ୍ସଡ ଇମେଜ୍ ମାଧ୍ୟମରେ ଷ୍ଟିମୁଲେଟ୍ କରାଯାଇଥାଏ । ଆମ୍ବଲିଓପିଆର ଚିକିତ୍ସା ପାଇଁ ଏହି ସଫ୍ଟଓୟାରରେ ବିଭିନ୍ନ ପ୍ରକାର ଗେମ୍ ଓ ଚକ୍ଷୁ ସମ୍ପର୍କିତ ବ୍ୟାୟାମ କରାଯାଇଥାଏ । ଏହି ଟେକନୋଲୋଜିକୁ ମଧ୍ୟ ଆହୁରି ଅନେକ ଚକ୍ଷୁ ଜଟିଳତାର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରେ ଯଥା କମ୍ପ୍ୟୁଟର ଭିଜନ ସିଣ୍ଡ୍ରମ, ଆକୋମୋଡେଟିଭ୍ ସମସ୍ୟା, ଷ୍ଟ୍ରାବିସମସ୍ ଓ ଅନ୍ୟାନ୍ୟ ବାଇନୋକୁଲାର ଭିଜନ ସମସ୍ୟା ।
ଡା. ଅଗ୍ରୱାଲ୍ସ ଚକ୍ଷୁ ହସ୍ପିଟାଲ୍ସ ଆଖିର ବିିଭିନ୍ନ ରୋଗ ଓ ସମସ୍ୟାର ଚିକିତ୍ସା ପାଇଁ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରୁଛି । ବାଇନୋକ୍ସ ସଫ୍ଟଓୟାର ଭିତିକ ଥେରାପି ସିଷ୍ଟମ ଆମ୍ବଲିଓପିଆ ଓ ଅନ୍ୟାନ୍ୟ ବାଇନୋକୁଲାର ଦୃଷ୍ଟି ସମସ୍ୟା କ୍ଷେତ୍ରରେ ଏକ ଉପଯୁକ୍ତ ବିକଳ୍ପ ବ୍ୟବସ୍ଥାର ପ୍ରଦାନ କରିଥାଏ ।