ହେଡଲାଇନସ୍:

କୋହଳ ହେଲା,ଏଥର ସାହାଣ ମେଲା : ବିନା କଟକଣାରେ କାଳିଆ ଦର୍ଶନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଉ ଦେଖାଇବାକୁ ପଡ଼ିବନି ଟୀକା ପ୍ରମାଣପତ୍ର

ପୁରୀ/ଅନିମେଶ ପଟ୍ଟନାୟକ : କୋଭିଡ -19 ମହାମାରୀ ହେତୁ ପ୍ରାୟ ଦୁଇ ବର୍ଷ ଧରି ଶ୍ରୀମନ୍ଦିରରେ ତିନି ଠାକୁରଙ୍କ ଦର୍ଶନ ଓ ଶ୍ରୀମନ୍ଦିରକୁ ପ୍ରବେଶ ନେଇ କଟକଣା ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ କଟକଣା ହଟିବାକୁ ଯାଉଛି | ଆସନ୍ତା ସୋମବାରଠାରୁ ଦୁଇ ଡୋଜ ଟୀକା ପ୍ରମାଣପତ୍ର ବିନା ମନ୍ଦିରରେ ପ୍ରବେଶ କରିପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି | ପୁରୀରେ ଆୟୋଜିତ ଏକ ଛତିଶା ନିଜୋଗ ବୈଠକରେ ଭକ୍ତଙ୍କ ଭାବନା ଏବଂ ବର୍ତ୍ତମାନର କୋଭିଡ ପରିସ୍ଥିତି ଉପରେ ବିଚାର ବିମର୍ଶ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି |
ଚଳିତ ମାସ ୨୧ ତାରିଖରୁ ଲାଗୁ ହେବ ନୂଆ ନିୟମ । ସୋମବାର ଛତିଶାନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ସମସ୍ତ ଭକ୍ତ ଦର୍ଶନ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସେପଟେ ଛତିଶାନିଯୋଗର ନିଷ୍ପତ୍ତି ପରେ ଭକ୍ତ ମହଲରେ ଆନନ୍ଦ ଖେଳିଯାଇଛି । ନିଷ୍ପତ୍ତିକୁ ସ୍ଵାଗତ କରାଯାଇଛି । ରାଜ୍ୟରେ କୋଭିଡ ସଂକ୍ରମଣ କମିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ପୁରୀରେ ମଧ୍ୟ ସଂକ୍ରମଣ ହାର କମ ରହିଛି ।

0
0
0
s2sdefault