ପୁରୀ: ନିର୍ବାଚନ ଯେତିକି ପାଖଉଛି ସେତିକି ଯୋରଦାର ହେଉଛି ପ୍ରଚାର । ନିଜ ନିଜର ରଣକୌଶଳ ନେଇ ପ୍ରାର୍ଥୀ ପ୍ରାର୍ଥୀନୀ କଷୁଛନ୍ତି ଅଙ୍କ । ଉଦ୍ୟମ ଚାଲିଛି ଭୋଟରଙ୍କ ମନ ଜୀଣିବାକୁ । ପୁରୀ ଜିଲ୍ଲା କାକଟପୁର ବ୍ଲକ ର ଷୋହଳ ଟି ପଞ୍ଚାୟତ ମଧ୍ୟ ରୁ ଅବଦାନ ପଞ୍ଚାୟତ ରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି । ମନମୋହିନୀ ଜେନା ଙ୍କ ସୂର୍ଯ୍ୟ ଚିହ୍ନ ଓ ସମିତି ସଭ୍ୟା ପ୍ରାର୍ଥୀନୀ ମୀରା ସ୍ୱାଇଁ ଙ୍କ ଷ୍ଟୁଲ ଚିହ୍ନ ।
ବିଭିନ୍ନ ଦଳ ଏଠାରେ ନିର୍ବାଚନ କରସତ କରୁଥିବା ବେଳେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ମନମୋହନୀ ଜେନା ଓ ସମିତି ସଭ୍ୟା ପ୍ରାର୍ଥୀନୀ ମୀରା ସ୍ୱାଇଁଙ୍କ ଡିଜିଟାଲ ପ୍ରଚାରକୁ ନେଇ ଅବଦାନ ପଞ୍ଚାୟତରେ ଚର୍ଚ୍ଚା ଯୋର ଧରିଛି ।
ପଞ୍ଚାୟତର ସମସ୍ତ ୨୫ଟି ୱାର୍ଡର ଘର ଘର ବୁଲି ନିର୍ବାଚନ ପ୍ରଚାର କରୁଥିବା ବେଳେ ଯୁବ ପିଢିଙ୍କୁ ଆକୃଷ୍ଟ କରିବା ପାଇଁ ସାମାଜିକ ଗଣମାଧ୍ୟମର ଉପଯୋଗ କରୁଛନ୍ତି ମନମୋହନୀ ଓ ମୀରା । ଯାହା ତାଙ୍କୁ ଲୋକଙ୍କ ପ୍ରଥମ ପସନ୍ଦ ବନେଇବାରେ ସହାୟକ ହୋଇଛି । ସ୍ବର୍ଗତ ମଙ୍ଗୁଳି ଜେନା ଙ୍କ ବୋହୂ ମନମୋହିନୀ ଏବେ ଶଶୁର ଙ୍କ ସ୍ବପ୍ନ ସାକାର କରିବା ପାଇଁ ନିର୍ବାଚନ ମୈଦାନ ରେ ଅବର୍ତ୍ତିନ ହୋଇଛନ୍ତି । ପଞ୍ଚାୟତ ର ସର୍ବାଗ୍ନିନ ଉନ୍ନତି ପାଇଁ ଚେଷ୍ଟା କରିବେ ବୋଲି ଗଣମାଧ୍ୟମ କୁ କହିଛନ୍ତି ।
ସେହିପରି ସମିତି ସଭ୍ୟା ପ୍ରାର୍ଥୀ ମୀରା ସ୍ୱାଇଁ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଯେ ପଞ୍ଚାୟତ ରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି ଓ ଗମନାଗମନ ର ସୁବିଧା ପାଇଁ ବ୍ଲକ ରେ ଦାବୀ କରିବେ । ଅବଦାନ ପଞ୍ଚାୟତ ର କଂଗ୍ରେସ ସଭାପତି ହରେକୃଷ୍ଣ ମହାନ୍ତି କୁହନ୍ତି ଦୁଇ ଜଣ ପ୍ରାର୍ଥୀନୀ ଜିତିଲେ ପଞ୍ଚାୟତ ତାର ପୂର୍ବ ଗୌରବ ଫେରିପାଇବା ସହ ସ୍ବର୍ଗତ ମଙ୍ଗୁଳି ଜେନା ଙ୍କ ଅଧୁରା ସ୍ବପ୍ନ ସାକାର ହେବ ବୋଲି ସୂଚନା ଦେଇଛନ୍ତି ।







