ହେଡଲାଇନସ୍:

14 ନମ୍ବର ଜୋନରେ ଜିଲ୍ଲା ପରିଷଦ ତ୍ରିମୁଖୀ ଲଢ଼ାଇ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାଟଣାଗଡ଼,( ଯତୀନ୍ଦ୍ର ନନ୍ଦ ) - ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଜୋନ ନମ୍ବର 14 ରେ ରହିଛି 11 ଟି ପଞ୍ଚାୟତ | ଏଗାର ଟି ପଞ୍ଚାୟତ,ଡାଙ୍ଗବହାଲ, ଳରମ୍ଭା, ଖୁରସେଲ, ଫଟାମୁଣ୍ଡା, ଭରତବହାଲ, ତମିଆ, ଦେଉଳଗାଁ, ସୁନାମୁଦୀ, ଖୁଣ୍ଟସମଲେଇ, ଗେରଡ଼ା, ଓ ଘସିଏନ |  ବ୍ଲକର ୩ଟି ଜୋନରୁ ତଥା 14 ନମ୍ବର ଜୋନରୁ ବିଜେପି କ୍ରମାଗତ ଭାବେ ବିଜୟ ଲାଭ କରି ଆସିଛି  କିନ୍ତୁ ଗତ ବିଧାନସଭା ନିର୍ବାଚନରେ କନକବର୍ଦ୍ଧନ ସିଂଦେଓ ଙ୍କୁ ପରାଜିତ କରି ବିଜେଡି ର ଯୁବନେତା ସରୋଜ ମେହେର ବିଜୟୀ ହୋଇଥିଲେ | ପାଖାପାଖି 3500 ଭୋଟ ବ୍ୟବଧାନରେ | ଏଇ ଜୋନରେ ବିଜେଡି ଲିଡ଼ ମଧ୍ୟ କରିଥିଲା | ଏଥର ବିଜେପିରୁ ଝୁନୁ ନାୟକ, ବିଜେଡିରୁ ବିଶେଶ୍ବରୀ ବରିହା ଓ କଂଗ୍ରେସରୁ ହେମଲତା ଭୁଏ ଜିଲ୍ଲା ପରିଷଦ ପ୍ରାଥୀନୀ ହୋଇଛନ୍ତି ! ଲୋକଙ୍କ ମତ ଅନୁସାରେ  ଏହି ଜୋନରେ ତ୍ରିମୁଖୀ ଲଢେଇ ହେବାର ସମ୍ଭାବନା ରହିଛି ! ବିଜେଡି ପ୍ରାଥୀନୀ ତଥା ପୂର୍ବତନ ସରପଞ୍ଚ ପ୍ରଭୁଲାଲ ବରିହାଙ୍କ ସ୍ତ୍ରୀ ଜଣେ  ବିଜେଡିର ପୁରୁଣା ଜଣାଶୁଣା ନେତା ଏବଂ ଶ୍ରୀମତୀ ବରିହା 2002 ଗ୍ରାମ ପଞ୍ଚାୟତ ନିର୍ବାଚନ ରେ ବିଜେଡି ଜିଲ୍ଲା ପରିଷଦ ପ୍ରାଥୀନୀ ହୋଇଥିଲେ ! ବିଜେପି ପ୍ରାଥୀନୀ ଝୁନୁ ନାଏକ ବିଜେପି ମଣ୍ଡଳ ସଭାପତି ବଲ୍ଳଭ ଧରୁଆଙ୍କ ସ୍ତ୍ରୀ ! ଶ୍ରୀ ଧରୁଆ ଜଣେ ଉତ୍ତମ ମେଳାପୀ ଲୋକ ! ସେହିପରି କଂଗ୍ରେସ ପ୍ରାଥୀ ଶ୍ରୀମତୀ ଭୁଏ ମଧ୍ୟ ଏକ ରାଜନୈତିକ ପରିବାରୁ ଆସିଛନ୍ତି ! କିଛି ରାଜନୌତିକ ସମୀକ୍ଷକଙ୍କ ମତରେ ସୁକତେଲ ନଦୀର ଗୋଟିଏ ପଟେ ଥିବା 5ଟି ପଞ୍ଚାୟତର ଭୋଟ ବିଜେପି ଓ ବିଜେଡି ଭିତରେ ଭାଗ ହୋଇଯିବ ! ଅନ୍ୟପଟେ, କଂଗ୍ରେସ ପ୍ରାଥୀନୀ ସୁନାମୁଦୀ ପଞ୍ଚାୟତର ହୋଇଥିବାରୁ ଦେଉଳଗାଁ ଓ ସୁନାମୁଦୀର ଭୋଟରେ ଅନ୍ୟ କେହି ପ୍ରାଥୀ ହାତ ମାରିପାରିବେନି!ଏ ସ୍ଥାନରେ ତାଙ୍କର ପ୍ରଭାବ ଅତୁଟ ରହିବ ! ପୂର୍ବରୁ ମଧ୍ୟ ପଞ୍ଚାୟତ ନିର୍ବାଚନ ରେ ଭଲ ପ୍ରଦର୍ଶନ କରିଛି ! ହେଲେ ନେତୃତର ଅଭାବ ପାଇଁ ଫରକ ପଡ଼ିବ ! ନୂତନ କରି ବିଜେଡି ବିଧାୟକ ପାଇଥିବାରୁ କର୍ମୀମାନେ ଉତ୍ସାହିତ ଅଛନ୍ତି ! ଧରିଆନ କହିଲେ ମାରି ଆଣୁଛନ୍ତି କର୍ମୀମାନେ ! ରାଜନୌତିକ ଗୋଟି ଚାଳନାର ଫଳାଫଳ କହିବା ମୁସ୍କିଲ ! ବିଜେପି ବିଧାୟକ ପଦ ହରାଇଥିବାରୁ ସ୍ଥାନୀୟ ବିଜେପି କର୍ମୀମାନେ ନେତାଙ୍କର କମି ଅନୁଭବ କରୁଥିଲେ!ଆହୁରି ମଧ୍ୟ, ଜିଲ୍ଲା ପରିଷଦ ବିଜେପି ପ୍ରାଥୀ ଜିତି ଆସିଥିଲେ ମଧ୍ୟ କିଛିବି ଆଖି ଦୃଶିଆ କାମ ହୋଇନାହିଁ ! ଏହି ପ୍ରସଙ୍ଗରେ  ବିଜେପି ଅଡୁଆରେ ପଡିବା କିଛି ବିଚିତ୍ର କଥା ନୁହେଁ ! ତେବେ ୩ଟି ଦଳର ହାୱା ତ ରହିବ!ହେଲେ ଶେଷ ବେଳକୁ  ବିଜେଡି ବିଜେପି ମଧ୍ୟରେ ଲଢେଇ ହେବାର ସମ୍ଭାବନା ରହିଛି !!

0
0
0
s2sdefault